Advertisment

୨୮ରେ ଶଙ୍ଖ ଭବନରେ ବିଜେଡିରେ ମିଶିଥିଲେ, ଆଜି କଂଗ୍ରେସକୁ ଫେରିଲେ

ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ତାଙ୍କ ପତ୍ନୀ ତଥା ବିଜେଡି ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଦେ’ଙ୍କୁ ସ୍ୱାଗତ କରିଥିଲେ।

BJD

BJD

Advertisment

ବସ୍ତା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୮ ତାରିଖରେ ଶଙ୍ଖ ଭବନରେ ମହା ଆଡମ୍ୱରେ ବିଜେଡିରେ ମିଶିଥିଲେ କଂଗ୍ରେସ ନେତା ଦେବ କୁମାର ଦେ। ପ୍ରତାପ ଦେବ ଓ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଦେ’ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ହେଲେ ୫ ଦିନରେ ବିଜେଡି ପ୍ରତି ଥିବା ମୋହ ଭାଙ୍ଗି ଗଲା। ଆଜି ସେ ନିଜ ସମର୍ଥକଙ୍କୁ ଧରି କଂଗ୍ରେସକୁ ଫେରିଛନ୍ତି। ଯାହା ବାଲେଶ୍ୱରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ବସ୍ତା ନିର୍ବାଚନମଣ୍ଡଳୀର ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଦେବ କୁମାର ଦେ। ତା’ସହ ସେ ଅଛନ୍ତି ବାଲିଆପାଳ ବ୍ଲକ୍‌ ସରପଞ୍ଚ ସଂଘର ସଭାପତି। ଏଥିସହ ବାଲେଶ୍ୱର-ଭଦ୍ରକ ସେବା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ମଧ୍ୟ ସେ ରହିଛନ୍ତି। କହିବାକୁ ଗଲେ ବସ୍ତା ନିର୍ବାଚନମଣ୍ଡଳୀରେ ସେ ଜଣେ ଜଣାଶୁଣା କଂଗ୍ରେସ ନେତା। ଏହାଛଡ଼ା ସେ ହେଉଛନ୍ତି କଂଗ୍ରେସର ବିଧାୟକ ପ୍ରାର୍ଥୀ ବିଜନ ନାୟକଙ୍କ ଘନିଷ୍ଠ ସହଯୋଗୀ। ଏହା ପରେ ମଧ୍ୟ ଶ୍ରୀ ଦେ’ କଂଗ୍ରେସକୁ ଛାଡ଼ି ବିଜେଡିରେ ମିଶିଥିଲେ। ଗତ ୨୮ ତାରିଖରେ ସେ ପୂର୍ବତନ ସମିତି ସଭ୍ୟ ଝାଡେଶ୍ୱର ବେହେରା, ପୂର୍ଣ୍ଣଚନ୍ଦ୍ର ଦେ’ଙ୍କ ସମେତ ବହୁ ସମର୍ଥକଙ୍କୁ ନେଇ ଧରି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଥିଲେ।

ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଶ୍ରୀ ଦେ’ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ତାଙ୍କ ପତ୍ନୀ ତଥା ବିଜେଡି ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଦେ’ଙ୍କୁ ସ୍ୱାଗତ କରିଥିଲେ। ବିଜେଡିରେ ମିଶିବା ପରେ ନିଜ ସମର୍ଥକଙ୍କୁ ଧରି ବସ୍ତା ଫେରିଥିଲେ ଦେବ କୁମାର ଦେ। ହେଲେ ୫ ଦିନରେ ତାଙ୍କର ମୋହ ଭାଙ୍ଗି ଗଲା।

Advertisment
BJDବିଜେଡିରେ ସ୍ୱାଗତ କରାଯାଉଛି

ବିଜେଡିରେ ମିଶିବାର ୫ ଦିନ ପରେ ଆଜି କଂଗ୍ରେସକୁ ଫେରିଛନ୍ତି ଦେବ କୁମାର ଦେ। ନିଜ ସମର୍ଥକଙ୍କୁ ଧରି ପୁଣି ଥରେ କଂଗ୍ରେସକୁ ଫେରିଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ତାଙ୍କୁ ସ୍ୱାଗତ କରାଯାଇଛି। ଯାହାଫଳରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ଏ ସମ୍ପର୍କରେ ଦେବ କୁମାର ଦେ କହିଛନ୍ତି, ଲୋକଙ୍କ ପାଇଁ ବିଜେଡିକୁ ଯାଇଥିଲି। ମାତ୍ର କଂଗ୍ରେସର ଭାତୃତ୍ୱ ଭାବକୁ ଭୁଲି ପାରିଲି ନାହିଁ। ସେଥିପାଇଁ କଂଗ୍ରେସକୁ ଫେରି ଆସିଲି ବୋଲି ଦେବ କୁମାର ଦେ କହିଛନ୍ତି।

ସୂଚନାରୁ ପ୍ରକାଶ, ୨୦୨୪ ସାଧାରଣ ନିର୍ବାଚନରେ ସୁବାସିନୀ ଜେନା ବିଜେଡି ବିଧାୟକ ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ବସିଛନ୍ତି। ହେଲେ ତାଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି। ଯେଉଁଥିପାଇଁ ସେ କଂଗ୍ରେସ ନେତାଙ୍କୁ ବିଜେଡିରେ ମିଶାଉଛନ୍ତି। ସେହି ଆଶାରେ ସେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ଦେବ କୁମାର ଦେଙ୍କୁ ଆଣି ବିଜେଡିରେ ମିଶାଇଥିଲେ। ହେଲେ ସବୁ ଆଶା ପାଣିରେ ପଡ଼ିଲା। ମହା ଆଡମ୍ୱରେ ହୋଇଥିବା ମିଶ୍ରଣ ପର୍ବ ପାଣି ଫୋଟକା ପରି ମିଳେଇଗଲା।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

BjD Balasore Pratap Deb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe