Advertisment

ପୁଲିସ୍‌ ଭାଇଙ୍କୁ ଟିକେ ଚାନ୍ସ ଦେଇ ଦିଅ ସେମାନେ ହଟାଇ ଦେବେ, କାହାକୁ ଇଙ୍ଗିତ କଲେ ଅରୂପ

‘ଯେଉଁ ଅଫିସରଙ୍କୁ ଗତକାଲି ଧକ୍କା ଦିଆ ହୋଇଛି, ସେ ମାଆ ନୁହନ୍ତି, ସେ ଜଣେ ପୁଲିସ୍‌ ଅଫିସର। ସେଇଟା ଭାବି କାର୍ଯ୍ୟକ୍ରମ କରିବ।’

ଅଦ୍ୟତନ ହୋଇଛି
Arup Patnaik

Arup Patnaik

Advertisment

ସେ କ’ଣ ଷଣ୍ଢ ପଣିଆ ଦେଖାଉଛି। ଗୋଟିଏ ଚାପୁଡ଼ା ପଡ଼ିଗଲେ ସେ ସେଇଠି ପଡ଼ିଯିବ। ଖଣ୍ଡା ଫଣ୍ଡା ଦରକାର ନାହିଁ, ତାକୁ ଗୋଟିଏ ଜାବଡ଼ା ଦରକାର। ପୁଲିସ୍‌ ଭାଇଙ୍କୁ ଟିକେ ଚାନ୍ସ ଦେଇଦିଅ, ସେମାନେ ହଟାଇଦେବେ। ଆଜି ଏପରି ଧମକ ଦେଇଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଏପରି ଢଙ୍ଗରେ ଶ୍ରୀ ପଟ୍ଟନାୟକ ଶାଣିତ ଆକ୍ରମଣ କରିଛନ୍ତି।

Advertisment

ଅରୂପ ପଟ୍ଟନାୟକ କହିଛନ୍ତି, ୩୬ ବର୍ଷ ଧରି ପୁଲିସ୍‌ ଅଫିସର ଥିଲି। ମୋ’ ଆଗରେ ଯେଉଁ ପୁଲିସ୍‌ ଭାଇମାନେ ଅଛନ୍ତି, ମୁଁ ତାଙ୍କ ଆଡକୁ ଅନାଇପାରୁନି। ଯେଉଁ ଅଫିସରଙ୍କୁ ଗତକାଲି ଧକ୍କା ମରାଯାଇଛି, ସେ ମାଆ ନୁହନ୍ତି, ସେ ଜଣେ ପୁଲିସ୍‌ ଅଫିସର। ସେଇଟା ଭାବି କାର୍ଯ୍ୟକ୍ରମ କରିବ। ଗତକାଲି ଯେଉଁ ଲୋକଟା ଏମିତି କଲା, ସେ ମୋ ହାବୁଡ଼ରେ ପଡ଼ିନି। ଏବେ ମୋ’ ପାଖରେ ରିଭଲର୍ଭ ନାହିଁ। ସେ ଏବେ ମୋ ହାବୁଡ଼ରେ ପଡ଼ିଗଲେ, କ’ଣ ହେବ ସେ ଜାଣିନି ବୋଲି ଅରୂପ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମ ଦଳର ଜଣେ ବିଧାୟକ କ’ଣ ଗୋଟେ ବଚସା କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନବୀନ ବାବୁ ଦଳରୁ ବହିଷ୍କାର କରିଦେଲେ। କିନ୍ତୁ ଏମାନେ ଏୟା କରୁଛନ୍ତି ଓ କହୁଛନ୍ତି ଆମକୁ ଧକ୍କା ମାରିଲେ। ଆରେ କଣ ଭିଡିଓ ଦେଖିପାରୁନୁ? ତାଙ୍କ ବିରୋଧରେ ନନବେଲ୍‌ଲେବୁଲ୍‌ ଦଫା ଲାଗିଛି। ଏହି ଦଫାରେ ମହାରାଷ୍ଟ୍ରରେ ବେଲ୍‌ ମିଳିବ ନାହିଁ। ହେଲେ ସେ ଲୋକଟା ବୁଲୁଛି କେମିତି? ତାହା ମୁଁ ବୁଝି ପାରୁନାହିଁ। ମୁଁ ଏବେ ଜଣେ ରାଜନେତା ନୁହେଁ, ଜଣେ ପୁଲିସ ଭାବେ ଏ କଥା କହୁଛି। ୩୬ ବର୍ଷ ଧରି ମହାରାଷ୍ଟ୍ରରେ ଚାକିରି କରିଛି। ଯାହା ଟିକେ ପରିଚୟ ରହିଛି, ରାଜନେତା ନୁହେଁ, ପୁଲିସ ଅଧିକାରୀ ଭାବେ। ଏମାନେ ଯାହାକାଣ୍ଡ ଘଟାଇଲେ, ତାହାର ଜବାବ ଆମ ସରକାର ଭଲ ଭାବେ ଦେବେ ବୋଲି ମୋର ଆଶା ଓ ପ୍ରାର୍ଥନା ବୋଲି ଅରୂପ କହିଛନ୍ତି।

Advertisment

Bjp BjD Bjd Leader Jaynarayan Mishra Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe