Advertisment

ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି, ମନ୍ତ୍ରୀଙ୍କୁ ସମସ୍ୟା ଜଣାଇବାରୁ ପିଟିଲେ !

ନିର୍ବାଚନ ପ୍ରଚାର ପାଇଁ ମନ୍ତ୍ରୀଙ୍କ ପାଦ ପଡ଼ିବା ପରେ ଲୋକେ ଆରମ୍ଭ କରିଥିଲେ ଗୁହାରି କିନ୍ତୁ ବୁଝିଲେନି ମନ୍ତ୍ରୀଙ୍କ ସମର୍ଥକ, ଆରମ୍ଭ କରିଦେଲେ ଗୁଣ୍ଡାଗର୍ଦ୍ଦି।

author-image
Manoj Swain

ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି । ମନ୍ତ୍ରୀଙ୍କୁ ଗୁହାରି କରିବାରୁ ପିଟିଲେ। ଭୋଟ ମାଗିବା ବେଳେ ଲୋକେ ସମସ୍ୟା ଜଣାଇବାରୁ ଚିହିଁକି ଉଠିଛନ୍ତି ବିଜେଡିର ଜଣେ ଯୁବ ନେତା। ଦୀର୍ଘଦିନରୁ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ସ୍ଥାନୀୟ ଲୋକେ, ନିର୍ବାଚନ ପ୍ରଚାର ପାଇଁ ମନ୍ତ୍ରୀଙ୍କ ପାଦ ପଡ଼ିବା ପରେ ଲୋକେ ଆରମ୍ଭ କରିଥିଲେ ଗୁହାରି କିନ୍ତୁ ବୁଝିଲେନି ମନ୍ତ୍ରୀଙ୍କ ସମର୍ଥକ, ଆରମ୍ଭ କରିଦେଲେ ଦାଦାଗିରି। ଏପରି ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁନିଗୁଡା ବ୍ଲକ ରଘୁବାରି ଗାଁରେ ଘଟିଛି।

Advertisment
Rayagada BjD Odisha