Advertisment

ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଲେ ବିଜେଡି ନେତା ଓ କର୍ମୀ

କଥା କଟାକଟି ପରେ ରାଲି ବନ୍ଦ ହୋଇଯାଇଥିଲା ଓ ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ର ସେଠାରୁ ଫେରିଯାଇଥିଲେ।

author-image
Jitendra Garnayak
BJD Leaders

BJD Leaders

ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଲେ ବିଜେଡି ନେତା ଓ କର୍ମୀ। ଗାଁରେ ପୂରାଇ ଦେଲେନି। ଶେଷରେ ଫେରିଗଲେ ବିଧାୟକ ପ୍ରାର୍ଥୀ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ବ୍ଲକ ମହିଶାଶୋଳ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା।

Advertisment

ଦଳର ମହିଶାଶୋଳ ପଞ୍ଚାୟତ ସ୍ତରର ନେତାଙ୍କୁ ଅଣଦେଖା କରିବା ବଡ଼ସାହିର ବିଜେଡି ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେ ରାଲିରେ ଯାଉଥିବା ବେଳେ ତାଙ୍କୁ ମହିଷାଶୋଳ ଛକରେ ସେହି ବିଜେଡି ନେତା ଓ ଅନ୍ୟ କର୍ମୀମାନେ ତାଙ୍କୁ ଅଟକାଇଥିଲେ।

କାହିଁକି ପଞ୍ଚାୟତ ସ୍ତରର ନେତା ଓ କର୍ମୀଙ୍କୁ ନ ପଚାରି ତଥା ସେମାନଙ୍କୁ ସାମିଲ ନ କରି କାର୍ଯ୍ୟକ୍ରମ କରୁଛ ବୋଲି ସେମାନେ ବିଜେଡି ପ୍ରାର୍ଥୀ ଅନୁସୂୟା ପାତ୍ର ଏବଂ ତାଙ୍କ ସ୍ଵାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ରଙ୍କୁ ପଚାରିଥିଲେ। କିଛି ସମୟ ଧରି ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ରାଲି ବନ୍ଦ ହୋଇଯାଇଥିଲା ଓ ବିଧାୟକ ପ୍ରାର୍ଥୀ ଅନୁସୂୟା ପାତ୍ର ସେଠାରୁ ଫେରିଯାଇଥିଲେ।

Advertisment

ଏହି ଘଟଣା ନେଇ ନେଇ ବିଜେଡି କିମ୍ୱା ଦଳର ବଡ଼ସାହି ବିଧାୟକ ପ୍ରାର୍ଥୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଜୁନ୍‌ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଯାଉଥିବା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେହିଦିନ ଭୋଟ୍ ଗ୍ରହଣ ହେବ। 

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି

BjD Loka Sabha Election 2024 Odisha Assembly Election 2024 General Elections 2024