Advertisment

ମହାପ୍ରଭୁଙ୍କ ଶରଣ ପଶିଲେ ପୁରୀ BJD ନେତା

ପୁରୀ ଲୋକସଭା ଓ ବିଧାନସଭା ଅଙ୍କ ଛିଣ୍ଡୁନି। ବୈଠକ ପରେ ବୈଠକ ବସୁଛି। ହେଲେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ବିଶେଷ କହି ବ୍ରହ୍ମଗିରି ଓ ସତ୍ୟବାଦୀଙ୍କୁ ନେଇ ବ୍ୟାକଫୁଟ୍‌ରେ ବିଜେଡି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ବିଜେଡି ଅଙ୍କ ଛିଡ଼ି ପାରୁନି! ତେଣୁ ମହାପ୍ରଭୁଙ୍କ ଶରଣ ପଶିଲେ ବିଜେଡି ନେତା। ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବିଧାୟକ, ପୂର୍ବତନ ବିଧାୟକ, ଆଶାୟୀ ଓ ଜିଲ୍ଲାର ବରିଷ୍ଠ ବିଜେଡି କର୍ମକର୍ତ୍ତାମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମନର କଥା କହିଛନ୍ତି। ଆଉ ମହାପ୍ରଭୁଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ହେଲେ ନେତାଙ୍କ ମନରେ ସେ ହସ ନାହିଁ।

Advertisment

ଆଜି ସକାଳେ ବିଜୁ ଜନତା ଦଳର ପୁରୀ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତାମାନେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ, ଯୁବନେତା ତଥା ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଉମା ସାମନ୍ତରାୟ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲୁ। ତାଙ୍କ ଶରଣାପନ୍ନ ହେଲୁ। 

Advertisment

ପୁରୀ ଲୋକସଭା ଓ ବିଧାନସଭା ଅଙ୍କ ଛିଣ୍ଡୁନି। ବୈଠକ ପରେ ବୈଠକ ବସୁଛି। ହେଲେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ବିଶେଷ କହି ବ୍ରହ୍ମଗିରି ଓ ସତ୍ୟବାଦୀଙ୍କୁ ନେଇ ବ୍ୟାକ୍‌ଫୁଟ୍‌ରେ ବିଜେଡି। କାରଣ ଏହି ଦୁଇ ସିଟ୍‌କୁ ନେଇ ଜିଲ୍ଲାର ଦୁଇ ବରିଷ୍ଠ ନେତା ମୁହାଁମୁହିଁ ହୋଇଛନ୍ତି। ଏପରିକି କଥା ଯାଇ ପହଞ୍ଚିଥିଲା ନବୀନ ନିବାସରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ତଳେ ପୁରୀରେ ଏକ ହୋଟେଲ୍‌ରେ ଗୁପ୍ତ ବୈଠକ ବସିଥିଲା। ସେହି ବୈଠକରେ ଜିଲ୍ଲାର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ବହୁ ତର୍କ ବିତର୍କ ପରେ ବ୍ରହ୍ମଗିରି ଓ ସତ୍ୟବାଦୀରୁ କିଏ ପ୍ରାର୍ଥୀ ହେବେ, ତାହା ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି। ତଥାପି ନେତାଙ୍କ ଛାତିରେ ଛନକା ଯାଇନି। ସେଥିପାଇଁ ନେତାମାନେ ଆଜି ମହାପ୍ରଭୁଙ୍କ ଶରଣ ପଶିଛନ୍ତି।

BjD Puri