Advertisment

ମେଳି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ବିଜେଡି ନେତା ଚନ୍ଦ୍ର ସାରଥୀ

ହୋଟେଲରେ ମେଳି ଚର୍ଚ୍ଚାକୁ ନେଇ ଶ୍ରୀ ବେହେରା କହିଛନ୍ତି, କୌଣସି ମେଳି କରିନାହୁଁ। ଆମେ ଏକାଠି ଖାଇବାକୁ ଯାଇଥିଲୁ। ନବୀନ ବାବୁଙ୍କ ସହିତ ଆମେ ଅଛୁ। ହାରିଥିବା ବିଧାୟକ ଆମେ ସବୁ ବସିଥିଲୁ। ଆମ ବସିବାରେ ଅସୁବିଧା କେଉଁଠି ରହିଲା?

ଅଦ୍ୟତନ ହୋଇଛି
BJD

BJD

Advertisment

ମଣ୍ଡପ ବୁଲା ନାଁରେ ରାଜଧାନୀରେ ଏକ ହୋଟେଲ୍‌ରେ ବିଜେଡି ନେତାଙ୍କ ମେଳିକୁ ନେଇ ନାନା ଚର୍ଚ୍ଚା ହେଉଥିଲା। ହେଲେ ମେଳି କରିଥିବା କୌଣସି ବିଧାୟକ ଏନେଇ ମୁହଁ ଖୋଲୁନଥିଲେ। ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରା। ସିଏ ଖାଲି ମୁହଁ ଖୋଲି ନାହାନ୍ତି, ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ହୋଟେଲରେ ମେଳି ଚର୍ଚ୍ଚାକୁ ନେଇ ଶ୍ରୀ ବେହେରା କହିଛନ୍ତି, କୌଣସି ମେଳି କରିନାହୁଁ। ଆମେ ଏକାଠି ଖାଇବାକୁ ଯାଇଥିଲୁ। ନବୀନ ବାବୁଙ୍କ ସହିତ ଆମେ ଅଛୁ। ହାରିଥିବା ବିଧାୟକ ଆମେ ସବୁ ବସିଥିଲୁ। ଆମ ବସିବାରେ ଅସୁବିଧା କେଉଁଠି ରହିଲା? ସାଙ୍ଗ ସାଥୀ ହୋଇ ଡକାଡକି ହୋଇ ଯାଇଥିଲୁ ବୋଲି ଶ୍ରୀ ବେହେରା କହିଛନ୍ତି।

ସେ ଆହୁରି କହିଛନ୍ତି, ଦଳ ପରାଜିତ ହୋଇଛି। ଆମେ ତାକୁ ଖେଳୁଆଡ ଭାବେ ଗ୍ରହଣ କରିଛୁ। ଅଳ୍ପ ଦିନରେ ଓଡ଼ିଶା ବାସୀ ବୁଝି ସାରିଲେଣି ଯେ, ସେମାନେ ଯାହାଙ୍କୁ ସରକାରରେ ବସାଇଛନ୍ତି ତାହା ଭୁଲ ଥିଲା। ନବୀନ ବାବୁ ଲୋକଙ୍କ ହୃଦୟରେ ଅଛନ୍ତି। ଚାରି ମାସର ସରକାର କେତେ ତଳକୁ ଯାଇଛି, ତାହା ଲୋକେ ଜାଣିଲେଣି ବୋଲି ଶ୍ରୀ ବେହେରା କହିଛନ୍ତି।

Advertisment

ବିଜେଡି ଭାଙ୍ଗିଯିବା ନେଇ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚନ୍ଦ୍ର ସାରଥୀ ବେହେରା। ସେ କହୁଛନ୍ତି, ବିଜେପି ଦିବା ସ୍ଵପ୍ନ ଦେଖୁଛି। ଦଳ ସମ୍ପୂର୍ଣ୍ଣ ସଙ୍ଗଠିତ ଅଛି। ସମସ୍ତେ ଏକ ଅଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସୂଚନାରୁ ପ୍ରକାଶ, ସାଧାରଣ ନିର୍ବାଚନରେ ପରାଜୟ ପରେ ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଭୁବନେଶ୍ୱରରେ ଏକ ହୋଟେଲ୍‌ ମେଳି କରିଥିବା ନେଇ ଚର୍ଚ୍ଚା ହେଉଥିଲା। ଯାହାର ଫଟୋ ଗଣମାଧ୍ୟମକୁ ଆସିବା ପରେ ଏପରି ଚର୍ଚ୍ଚା ହେଉଥିଲା।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe