ବୋଲମାନୁନି ବିଜେଡି ନେତାଙ୍କ ତୁଣ୍ଡ: ସତରେ କ’ଣ ଏହା ନବୀନଙ୍କ ଶେଷ ନିର୍ବାଚନ ଲଢ଼େଇ?

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଶେଷଥର ପାଇଁ ନିର୍ବାଚନ ଲଢ଼ିବେ ବୋଲି ଦଳର ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Thursday, 12 October 2023
  • Updated: 12 October 2023, 09:56 PM IST

Sports

Latest News

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ନେତାମାନଙ୍କ ତୁଣ୍ଡ ସେତିିକି ହୁଡ଼ିବାରେ ଲାଗିଛି । ଆଉ ଦଳ ବି ସମ୍ପୃକ୍ତ ନେତାମାନଙ୍କୁ ତାଗିଦ୍ କରିବା ତ ଦୂରର କଥା, ସେମାନଙ୍କ ବୟାନକୁ ଖଣ୍ଡନ କରିବା ପାଇଁ ସାହାସ ଜୁଟାଇ ପାରୁନି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଶେଷଥର ପାଇଁ ନିର୍ବାଚନ ଲଢ଼ିବେ ବୋଲି ଦଳର ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ବିଜେଡି ନେତା ମୁକ୍ତିକାନ୍ତ ମଣ୍ଡଳଙ୍କ ପରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମଧ୍ୟ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି । ଯାହାକି ଏହି ନେତାମାନଙ୍କ ତୁଣ୍ଡ ଉପରେ ନିୟନ୍ତ୍ରଣ ନଥିବାକୁ ପ୍ରମାଣିତ କରୁଛି ।

ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ସମ୍ଭବପର ହୋଇପାରିଛି । ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଜଗନ୍ନାଥ ଧାମରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିଲେ ନିଶ୍ଚିତ ଭାବେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ । ସେ ଶେଷଥର ପାଇଁ ଜଗନ୍ନାଥ ଧାମରୁ ଯଦି ଲଢ଼ିବେ ତା’ହେଲେ ଆମେ ପୁରୀବାସୀ ଗର୍ବିତ ହେବା । ପୁରୀରେ ଆଉ ଯାହା କିଛି କାର୍ଯ୍ୟ ବାକି ରହିଛି ତାହା ସଫଳ ହୋଇପାରିବ । ତେଣୁ ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ।

ସେହିପରି ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଜେଡି ପଦଯାତ୍ରାବେଳେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ଆଗାମୀ ନିର୍ବାଚନରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ଗତ କିଛିଦିନ ତଳେ ଭଦ୍ରକର ପୂର୍ବତନ ସାଂସଦ ମୁକ୍ତିକାନ୍ତ ମଣ୍ଡଳ ଧାମନଗରରୁ ଡାକ୍ତର ସଞ୍ଜୟ ଦାସ ବିଜେଡି ପ୍ରାର୍ଥୀ ହେବେ ବୋଲି ଦଳୀୟ ପଦଯାତ୍ରାରେ ଘୋଷଣା କରିଥିଲେ । ତେବେ ରାମକୃଷ୍ଣ ଦାସମହାପାତ୍ର, ଅଶ୍ୱିନୀ ପାତ୍ର ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ଏଭଳି ବୟାନକୁ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ଖଣ୍ଡନ କରାଯାଇନି ।

Also Read

ରାମକୃଷ୍ଣଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, ଆଗାମୀ ନିର୍ବାଚନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶେଷ ନିର୍ବାଚନ । ଏହାପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ତେବେ ବିଜେଡି ସୁପ୍ରିମୋଙ୍କ ଅନୁପସ୍ଥିତିରେ ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନରୁ କିଏ ଲଢ଼ିବ ତାକୁ ନେଇ ପ୍ରଶ୍ନ ଉଠିଲାଣି । ଆଗାମୀ ଦିନରେ ବିଜେଡିରେ ନବୀନଙ୍କ ଭୂମିକା କ’ଣ ରହିବ ଓ ବିଜେଡିର ନେତୃତ୍ୱ କାହା ହାତକୁ ଯିବ ତାହା ମଧ୍ୟ ଦଳର ସମର୍ଥକ ଓ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଲାଣି । ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଦ୍ୱନ୍ଦ୍ୱ ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ ପଶ୍ଚିମ-ଦକ୍ଷିଣ ଓଡ଼ିଶାରେ ବିଜେଡି ଅପେକ୍ଷାକୃତ ଦୁର୍ବଳ ରହିଛି ଓ ଦଳରେ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଛି । ଏପରି ସ୍ଥିତିରେ ନବୀନଙ୍କୁ ହିଞ୍ଜିଳି ସମେତ କେବିକେ ଜିଲ୍ଲାର କୌଣସି ଏକ ଆସନରୁ ପ୍ରାର୍ଥୀ କରାଇ ବିଜେଡି ନିଜର ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ କରିବାର ସମ୍ଭାବନା ଅଧିକ । ତା’ଛଡ଼ା ଯଦି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେବାର ସମ୍ଭାବନା ଅଛି । ମୋଦି ଲୋକସଭାରୁ ପ୍ରାର୍ଥୀ ହେଲେ ପୁରୀରୁ ନବୀନ ଲଢ଼ିବାକୁ ନେଇ ଚର୍ଚ୍ଚା କରିବା କେବଳ ‘ଶିରୋନାସ୍ତି ଶିରୋପୀଡ଼ା’ ସଦୃଶ ।

ବିଜେଡିର ଏହି ନେତାମାନେ ବାସ୍ତବରେ ତୁଣ୍ଡ ହୁଡ଼ୁଛନ୍ତି ନା ଦଳ ସେମାନଙ୍କ ମୁହଁରେ ଏସବୁ କଥା କୁହାଇ ସାଧାରଣ ଭୋଟର ଓ କର୍ମୀମାନଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହୁଁଛି ତାହା ବି ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story