Advertisment

ସଭା କଲେ BJD ନେତା; ପଡ଼ିଆରେ ମହାପ୍ରଭୁଙ୍କୁ ଛାଡ଼ି ଚାଲିଗଲେ

ପ୍ରଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ। ବିଜେଡି ନେତାମାନେ ନିର୍ବାଚନୀ ପ୍ରଚାର କରିଥିଲେ। କର୍ମୀ ଓ ସ୍ଥାନୀୟ ଲୋକଙ୍କୁ ଭୋଟ୍‌ ମାଗିଥିଲେ। ରାତି ହେବା ପରେ ସମସ୍ତେ ଫେରିଗଲେ ନିଜ ନିଜ ଘରକୁ। ହେଲେ ମହାପ୍ରଭୁ ଫେରିଲେ ନାହିଁ।

author-image
Manoranjan Sial
ଅଦ୍ୟତନ ହୋଇଛି
Jagannath

Jagannath

ଇଏ କି ପ୍ରକାର ମାନସିକତା? ଟିକେଟ ପାଇବା ପାଇଁ BJD ନେତା ମହାପ୍ରଭୁଙ୍କ ସରଣ ପଶିଥିଲେ। ଆଉ ଟିକେଟ ପାଇବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ହେଲେ ଆଜି ସେହି BJD ନେତାମାନେ ଅହଙ୍କାରରେ ବସବର୍ତ୍ତୀ ହୋଇ ମହାପ୍ରଭୁଙ୍କୁ ଖୋଲା ଆକାଶ ତଳେ ବସାଇ ପଳାଇଗଲେ। ଗତ ୩ ଦିନ ହେଲା ମହାପ୍ରଭୁ ଖୋଲା ଆକାଶ ତଳେ ପଡ଼ିଆ ମଝିରେ ବସିଛନ୍ତି। ଓଡ଼ିଶାର ଅନ୍ୟ କୌଣସି ପ୍ରାନ୍ତ ନୁହେଁ, ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ଗତ ୧୯ ତାରିଖ ସନ୍ଧ୍ୟାରେ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ବିଜେଡି ଯୁବ ସମାବେଶ ଆୟୋଜିତ କରିଥିଲା। ଏଥିରେ ଯୋଗଦେଇଥିଲେ ସତ୍ୟବାଦୀ ବିଧାୟକ ତଥା ବ୍ରହ୍ମଗିରି ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବହୁ ଯୁବ ନେତା ଯୋଗଦେଇଥିଲେ। ସମାବେଶ ଆରମ୍ଭ ପୂର୍ବରୁ ନେତାମାନେ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଗୋଟିଏ ଟେବୁଲ୍‌ରେ ବସାଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ପ୍ରଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ। ବିଜେଡି ନେତାମାନେ ନିର୍ବାଚନୀ ପ୍ରଚାର କରିଥିଲେ। କର୍ମୀ ଓ ସ୍ଥାନୀୟ ଲୋକଙ୍କୁ ଭୋଟ୍‌ ମାଗିଥିଲେ। ରାତି ହେବା ପରେ ସମସ୍ତେ ଫେରିଗଲେ ନିଜ ନିଜ ଘରକୁ। ହେଲେ ମହାପ୍ରଭୁ ଫେରିଲେ ନାହିଁ। ସେମିତି ପଡ଼ିଆ ମଝିରେ ରହିଛି। ସମାବେଶ ଆୟୋଜକମାନେ ମହାପ୍ରଭୁଙ୍କୁ କନା ଗୁଡ଼ାଇ ପଡ଼ିଆ ମଝିରେ ବସାଇ ଚାଲିଗଲେ। ଗତ ୩ ଦିନ ହେଲା ମହାପ୍ରଭୁ ଖୋଲା ଆକାଶ ତଳେ ସେମିତି ବସିଛନ୍ତି। କାହାର ସାହାଯ୍ୟ ପାଇଁ ଅପେକ୍ଷା କରିଛନ୍ତି। ଏଥିପ୍ରତି କାହାର ନଜର ମଧ୍ୟ ପଡ଼ିନାହିଁ। ଯେଉଁ ନେତାମାନେ ବିଜେଡି ଟିକଟ ପାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିର ଯାଇଥିଲେ। ଆଜି ସେହି ନେତାମାନେ କେମିତି ମହାପ୍ରଭୁଙ୍କୁ ଖୋଲା ପଡ଼ିଆରେ ବସାଇ ପଳାଇଗଲେ? ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
BJD୧୯ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି

ପଡ଼ିଆ ମଝିରେ ମହାପ୍ରଭୁ ବସିଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଠାତ୍‌ ପଡ଼ିଆ ମଝିରୁ ମହାପ୍ରଭୁ ଗାଏବ ହୋଇଗଲେ। ତେବେ କିଏ ମହାପ୍ରଭୁଙ୍କୁ ନେଲେ, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେଡି ନେତାଙ୍କ ସଭାରେ ମହାପ୍ରଭୁଙ୍କୁ ଏପରି ଦୁର୍ବ୍ୟବହାର କେତେ ଗ୍ରହଣୀୟ? ଏହାର ଉତ୍ତର ବୋଧହୁଏ କାହା ପାଖରେ ନଥିବ। ହେଲେ କୁଆଡ଼େ ଗଲେ ପୁରୀ ଜିଲ୍ଲାର ବୁଦ୍ଧିଜୀବୀ? ସେମାନେ କ’ଣ ଏହାର ପ୍ରତିବାଦ କରୁନାହାନ୍ତି?

ତେବେ ସ୍ଥାନୀୟ ଅଞ୍ଚଳର ଜଣେ ବୁଦ୍ଧିଜୀବୀ ରଘୁନାଥ ବାବୁ କହିଛନ୍ତି, ବିଜେଡି ନେତା ପାଇଁ ପାଣ୍ଡିଆନ୍‌ କିମ୍ୱା ନବୀନ ପଟ୍ଟନାୟକଙ୍କ ଫଟୋ ଥିବା କାଗଜ ଖଣ୍ଡେ ଯେତେକି ଗୁରୁତ୍ୱପୂର୍ଣ୍ଣ, ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମା ସେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ମୋତେ ଭାରି ଦୁଃଖ ଦେଇଛି। ଇଏ ବିଜେର କି ପ୍ରକାର ମାନସିକତା? ଜଗନ୍ନାଥଙ୍କ ନାଁ ନେଇ ଏମାନେ ଭୋଟ୍‌ ମାଗୁଛନ୍ତି। ଅଥଚ ସ୍ୱୟଂ ଜଗନ୍ନାଥଙ୍କୁ ଅପମାନିତ କରୁଛନ୍ତି। ଅର୍ପଣ ଚାଉଳ ନାଁରେ ଜଗନ୍ନାଥଙ୍କ ପ୍ରତିମା ବୁଲାଇଲେ, ତାଙ୍କ ଉପରେ ପାଦ ରଖି କର୍ମୀମାନେ ବୁଲିଲେ। ଜଗନ୍ନାଥଙ୍କ ପୋଷ୍ଟର ଉପରେ ଗାଡ଼ି ମଡ଼ାଇ ଚାଲିଲେ। ଇଏ କି ପ୍ରକାର ମାନସିକତା ବୋଲି ରଘୁନାଥବାବୁ ପ୍ରଶ୍ନ କରିଛନ୍ତି।

ରିପୋର୍ଟ- କୃଷ୍ଣପ୍ରସାଦରୁ ନୀଳକଣ୍ଠ

BjD Puri Shreemandir Puri