Advertisment

ସମୀର, ମନମୋହନଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ଗଢିଲା ନୂଆ ପ୍ଲାନ

ସମୀର ଦାଶ ବିଜେପିରେ ଯୋଗ ଦେବା ପରେ ବଦଳିଯାଇଛି ପୁରା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକରଣ।

Politician

Politician

Advertisment

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ। ଆଉ ଚାନ୍ଦବାଲିରେ ବି ୮ ନେତାଙ୍କ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଜେଡିକୁ କେମିତି ଘାରିଛି ଉପକୂଳ ଚିନ୍ତା। ସମୀର ଦାଶ ବିଜେପିରେ ଯୋଗ ଦେବା ପରେ ବଦଳିଯାଇଛି ପୁରା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକରଣ। ଅନ୍ୟ ପଟେ ଉପକୂଳ ଭଦ୍ରକରେବି ବିଜେପି ରାଜ୍ୟ ସଭାପତି ମନମୋହନଙ୍କୁ କାଉଣ୍ଟର ପାଇଁ ଚେଷ୍ଟା। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ ଲୋକସଭା ଓ ୪୨ ବିଧାନସଭା ବିଜେଡି ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି।

Advertisment

ସମୀର ଦାଶଙ୍କୁ ନେଇ ଶଙ୍କାରେକି ବିଜେଡି? ଚାନ୍ଦବାଲିରେ ବିଜେଡିକୁ ଭାରି ପଡୁଛନ୍ତିକି ମନମୋହନ? ବିଜେଡିକୁ ଘାରିଛିକି ଉପକୂଳ ଭୟ? ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ଗଣ୍ଡା ଗଣ୍ଡା ପର୍ଯ୍ୟବେକ୍ଷକ। ତିନି ପର୍ଯ୍ୟାୟରେ ସରିଥିବା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଉପକୂଳ ଦାୟିତ୍ୱ ଦେଇଛି ଦଳ। ନିମାପଡ଼ାରେ ବିଧାୟକ ସମୀର ଦାଶଙ୍କୁ କାଉଣ୍ଟର ପାଇଁ ବିଜେଡି ନିଯୁକ୍ତ କରିଛି ୧୬ ପର୍ଯ୍ୟବେକ୍ଷକ। ପ୍ରଥମେ ପର୍ଯ୍ୟାୟ ନିର୍ବାଚନ ପରେ ଗଞ୍ଜାମର ଏକାଧିକ ବିଧାୟକ ସହ ୮ ନେତାଙ୍କୁ ନିମାପଡ଼ାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା। ଆଉ ଗତକାଲି ପୁରୀ ଜିଲ୍ଲାର ୮ ନେତାଙ୍କୁ କେବଳ ନିମାପଡ଼ା ଦାୟିତ୍ୱ ଦେଇଛି ବିଜେଡି। ସତେ ଯେମିତି ସମୀର ବିଜେପିରେ ଯୋଗ ଦେବା ପରେ ବିଜେଡିର ନିଦ ହଜିଯାଇଛି। କୁହାଯାଉଛି, କେବଳ ନିମାପଡା ନୁହଁ, ଏହାକୁ ଲାଗି ଥିବା କାକଟପୁରରେ ବି ସମୀରଙ୍କ ଦବଦବା ରହିଛି। ସବୁଠୁ ଅଧିକ ଟେନସନ ହେଲା ସମୀର ବିଜେପିରେ ମିଶିବା ପରେ ଜଗତସିଂହପୁର ଲୋକସଭାରେ ବିଜେପିର ପଲ୍ଲା ଭାରି ହୋଇଯାଇଛି।

ଅନ୍ୟପଟେ ଚାନ୍ଦବାଲି ପାଇଁ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ଦଳ। ସେଠୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲଢୁଥିବା ବେଳେ ଦିନକୁ ଦିନ ବଦଳୁଥିବା ସମୀକରଣ ମନମୋହନଙ୍କ ସପକ୍ଷରେ ଯାଉଥିବା କୁହାଯାଉଛି। ନିକଟରେ ଘନ ଘନ ମିଶ୍ରଣ ପର୍ବ କରି ବିଜେଡିକୁ ଦୁର୍ବଳ କରିବାରେ ଲାଗିଛି ବିଜେପି। ଏହା ସହ ନିଜେ ବିଜେଡି ପ୍ରାର୍ଥୀ ବ୍ୟାମକେଶ ରୟଙ୍କ ମାମୁଁ ଅଜୟ ନାୟକ ବି ଏବେ ପଦ୍ମ କ୍ୟାମ୍ପରେ। ତେଣୁ କଳେ ବଳେ କୌଶଳେ ଉପକୂଳ ହାତେଇବାକୁ ସବୁ ପ୍ରୟା କରୁଛି ବିଜେଡି।

Advertisment

ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୬ ଲୋକସଭା ଏବଂ ୪୨ ବିଧାନସଭା ଅତ୍ୟନ୍ତ ଗୁରୁତ୍ୱ ରଖୁଛି। ମୈଦାନରେ ଅଛନ୍ତି ବିଜେପିର ଏକାଧିକ ହେଭିୱେଟ। କେନ୍ଦ୍ରାପଡ଼ା ଲୋକସଭାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଲଢୁଥିବା ବେଳେ ବାଲେଶ୍ୱରରୁ ଲଢୁଛନ୍ତି ହେଭିୱେଟ ପ୍ରତାପ ଷଡଙ୍ଗୀ। ସେହିପରି ଜଗତସିଂହପୁରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ସାଂସଦ ବିଭୂ ତରାଇ। ଅନ୍ୟପଟେ ବିଜେଡିର ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁର ଛାଡ଼ି ସମ୍ବଲପୁରରୁ ଲଢୁଛନ୍ତି। ୨୦୧୯ରେ ଏହି ୬ ଲୋକସଭାରୁ ୨ଟି ସିଟ୍ ବିଜେପି ପାଇଥିବା ବେଳେ ବିଜେଡି ଖାତାକୁ ଯାଇଥିଲା ୪ ସିଟ୍। ସେହିପରି ବିଧାନସଭାରେ ବିଜେଡି ୩୪ ଆସନ ଜିତିଥିବା ବେଳେ ବିଜେପି ପାଇଥିଲା ୮ ସିଟ୍। କିନ୍ତୁ ଏଥର ଉପକୂଳରେ ମାହୋଲ ବଦଳିଥିବା ବେଳେ ଅନେକ ସିଟରେ ବିଜେଡି-ବିଜେପି ଭିତରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳୁଛି।

2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe