ପ୍ରଥମ ପର୍ଯ୍ୟାୟ ଟିକେଟ୍ କସରତ ଅଙ୍କ ଛିଡ଼ୁନି: ପ୍ରଦୀପଙ୍କ ବିରୋଧରେ ମାନସଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଓ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଦୀପ ଗଞ୍ଜାମର ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ ।

BJD

ବାମରୁ ପ୍ରଦୀପ ପାଣିଗ୍ରାହୀ ଓ ମାନସ ମଙ୍ଗରାଜ(ଫାଇଲ ଫଟୋ)

Ordigital Desk
  • Published: Tuesday, 26 March 2024
  • Updated: 26 March 2024, 10:50 PM IST

Sports

Latest News

ବିଜେପି ୧୮ଟି ଲୋକସଭା ଆସନରେ ନିଜର ହେଭିୱେଟ୍ ନେତାମାନଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡିର ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି ସତ କିନ୍ତୁ ଅଙ୍କ ବିଗିଡ଼ିବାରେ ଲାଗିଛି । ବିଜେଡି ନିଜର ଗଡ଼ ଗଞ୍ଜାମରେଏବେ ବ୍ୟାକଫୁଟରେ । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଗୋଟାଇବାରେ ଲାଗିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଜିଲ୍ଲାରେ ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଛି । ଦଳୀୟ ସଂଗଠନକୁ କର୍ମୀ ଓ ନେତାଙ୍କ ସହ ଯୋଗସୂତ୍ରରେ ବାନ୍ଧି ରଖିବା ଭଳି ଜଣେ ବି ଅଭିଜ୍ଞ ଓ ପୁରୁଖା ନେତା ବିଜେଡିକୁ ମିଳୁନାହାନ୍ତି । କେବଳ ଏହି କାରଣ ପାଇଁ ବିଜେଡି ସେଠାରେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ତାଙ୍କ ବିରୁଦ୍ଧରେ ବ୍ରହ୍ମପୁର ସଂସଦୀୟ ଆସନରୁ ନିଜର କୋରଟିମ୍ ସଦସ୍ୟ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା ତଥା ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ମଧ୍ୟ ବିଜେଡି ପାଇଁ କାଠିକର ପାଠ ହୋଇଛି ।

ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଓ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଦୀପ ଗଞ୍ଜାମର ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ଟିକେଟ୍ ଚୟନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମାତ୍ର ଏବେ ପ୍ରଦୀପ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ବ୍ରହ୍ମପୁରରୁ ଲଢ଼ିବାକୁ ଯାଉଛନ୍ତି । ଗଞ୍ଜାମରେ କେବଳ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବାଦ୍ ଦେଲେ ବିଜେଡି ସଂଗଠନ ସହ ଜଡ଼ିତ ପୁରୁଣା ନେତା ନାହାନ୍ତି । ପ୍ରାୟତଃ ସମସ୍ତେ ଆମଦାନୀ ହୋଇଥିବା ନେତା । ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କ ଉପରେ ବିଜେଡି କର୍ମୀ ଓ ସଂଗଠକମାନେ ଭରସା କରିପାରୁନାହାନ୍ତି । ଯାହାର ଫାଇଦା ନେଇ ପ୍ରଦୀପ ନିଜର ସ୍ଥିତି ଜିଲ୍ଲାରେ ଦିନକୁ ଦିନ ଅଧିକ ସୁଦୃଢ଼ କରିବାରେ ସକ୍ଷମ ହେଉଛନ୍ତି । ଏପଟେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ଚନ୍ଦ୍ରଶେଖରଙ୍କୁ ପୁଣିଥରେ ବ୍ରହ୍ମପୁରରୁ ପ୍ରାର୍ଥୀ କରିବା ସପକ୍ଷରେ ବିଜେଡି ନଥିବା ଜଣାପଡ଼ିଛି । ଯେଉଁଥିପାଇଁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଥିବା ମାନସ ମଙ୍ଗରାଜଙ୍କୁ ଦଳ ପ୍ରଦୀପଙ୍କ ବିରୁଦ୍ଧରେ ପ୍ରାର୍ଥୀ କରିପାରେ ବୋଲି ଜଣାପଡ଼ିଛି ।

Also Read

ଚର୍ଚ୍ଚା ହେଉଛି, ବିଜେଡିର ସାଂଗଠନିକ ସମୀକ୍ଷାରେ ଦଳୀୟ ନେତା ଓ କର୍ମୀମାନଙ୍କ ତୁଳନାରେ ଅଫିସରମାନଙ୍କ ଦ୍ୱାରା ପ୍ରସ୍ତୁତ ସର୍ଭେ ରିପୋର୍ଟ ଅଧିକ ଗୁରୁତ୍ୱ ବହନ କରୁଛି । ଅବଶ୍ୟ ଏହି ସର୍ଭେ ରିପୋର୍ଟର ବାସ୍ତବତାକୁ ନେଇ ମଧ୍ୟ ଅନେକ ନେତା ଓ କର୍ମୀ ସିଧାସଳଖ ପ୍ରଶ୍ନ ଉଠାଉଛନ୍ତି । ମାତ୍ର ବିଜେଡି ନେତୃତ୍ୱ ଏହି ସର୍ଭେ ରିପୋର୍ଟର ବାହାନା ଦେଖାଇ ଦଳୀୟ ନେତା ଓ କର୍ମୀଙ୍କୁ ହତାଦର କରୁଥିବାରୁ ତା’ର ଫଳ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି । ଦଳ କୌଣସି ଗୋଟିଏ ଜିଲ୍ଲା ଅବା ଆସନରେ ଅସନ୍ତୁଷ୍ଟ ନେତାମାନଙ୍କୁ ବୁଝାଇବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନି । ତେଣୁ ବିଜେଡିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାରୁ  ସହଜରେ ବିଜେପି ଫାଇଦା ନେବ । ଗଞ୍ଜାମରେ ପ୍ରଦୀପ ଏବେ ବିଜେଡିକୁ ଅଧିକ କ୍ଷତି କରିବାରେ ଲାଗିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ମାନସଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଜେଡି ନେତୃତ୍ୱ ଚାହୁଁଥିବା ଜଣାପଡ଼ିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଗୋପାଳପୁର,ଦିଗପହଣ୍ଡି, ଚିକିଟି,ଛତ୍ରପୁର ଓ ବ୍ରହ୍ମପୁର ବିଧାନସଭା ମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ଉଗ୍ର ଅବସ୍ଥାରେ ରହିଛି। ତା’ଛଡ଼ା ଗଜପତି ଜିଲ୍ଲାର ଅନ୍ୟ ଦୁଇ ଆସନ ମୋହନା ଓ ପାରଳାଖେମୁଣ୍ଡିରେ ବିଜେଡି ଗତଥର ନିଜର ଖାତା ବି ଖୋଲିପାରିନଥିଲା । ବିଜେପି ମଧ୍ୟ ବେଶ୍ ଚତୁରତାର ସହ ନିଜର ପୁରୁଣା ନେତା ଭୃଗୁ ବକ୍ସିପାତ୍ରଙ୍କ ବଦଳରେ ପ୍ରଦୀପଙ୍କୁ ମଇଦାନକୁ ଓହ୍ଲାଇଛି ।

ସେହିପରି ନବରଙ୍ଗପୁର ଆସନରେ ବିଜେଡି ଏଥର କଂଗ୍ରେସରୁ ଆଗତ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ସାଂସଦ ରମେଶ ମାଝୀଙ୍କ ସାନଭାଇ ବିଧାୟକ ପ୍ରକାଶ ମାଝୀଙ୍କ ସ୍ଥିତି ଭଲ ନଥିବାରୁ ରମେଶଙ୍କୁ ବିଧାନସଭାରୁ ପ୍ରାର୍ଥୀ କରି ପ୍ରଦୀପଙ୍କୁ ମଇଦାନକୁ ଓହ୍ଲାଇପାରେ । ଅବଶ୍ୟ ପ୍ରଦୀପଙ୍କୁ ହଁ-ନା ମଧ୍ୟରେ ଦଳ ଏବେବି ଝୁଲାଇ ରଖିଛି । ତେଣୁ ନବରଙ୍ଗପୁରରେ ବିଜେପିର ବଢ଼ୁଥିବା ପ୍ରଭାବ ଯୋଗୁ ଜିଲ୍ଲାରେ ବିଜେଡି ନେତାମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ଏହି ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ହରଡ଼ଘଣାରେ ପଡ଼ିଛି । ପୁରୁଣା ବିଜେଡି ଓ ନୂଆ ବିଜେଡିକୁ ନେଇ ଜିଲ୍ଲାରେ ବିଜେଡି ଭୋଟ୍ ଭାଗଭାଗ ଅବସ୍ଥାରେ ରହିଛି । ବିଜେପିର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ପୂର୍ବରୁ ବିଜେଡି ଟିକେଟରେ ସେଠାରୁ ସାଂସଦ ହୋଇସାରିଛନ୍ତି । ତେଣୁ ସେ ନିଜସ୍ୱ ଭୋଟବ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟତାକୁ ଆଧାର କରି ବିଜେଡିକୁ ବାଜିମାତ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ବିଜେପି ନିଜର ପ୍ରାର୍ଥୀ ବଦଳାଇ ରାଜପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିଛି । ବିଜେପିର ପ୍ରାର୍ଥୀ ମାଳବିକା କେଶରୀ ଦେବୀଙ୍କ ପ୍ରତି ଜନସମର୍ଥନ ରହିଛି । କଳାହାଣ୍ଡିରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେଡି ଆଗରେ ରଖି ସାଂଗଠନିକ କାର୍ଯ୍ୟକ୍ରମ କରୁଛି । ବିଜେଡି ନେତୃତ୍ୱ ସେଠାରେ ମମିତା ମେହେର ହତ୍ୟା ପାଇଁ ବିବାଦୀୟ ଦିବ୍ୟଶଙ୍କରଙ୍କୁ ଆଗରେ ରଖିଥିôବାରୁ ଜିଲ୍ଲାର ଅନ୍ୟ ନେତାମାନେ କ୍ଷୁବ୍ଧ । ଯାହାର ଫଳ ମଧ୍ୟ ଦଳକୁ ଭୋଗିବାକୁ ପଡ଼ିବ । ଦଳ ସେଠାରେ କିଛି ନେତାଙ୍କ ଟିକେଟ୍ କାଟିବାକୁ ଲକ୍ଷ୍ୟ ରଖିଛି ।

ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେଡିର ଅବସ୍ଥା ତଳକୁ ତଳ ଯିବାରେ ଲାଗିଛି । ସେଠାରେ କଂଗ୍ରେସ ଅପେକ୍ଷାକୃତ ନିଜସ୍ୱ ସ୍ଥିତିରେ ସୁଧାର ଆଣିଛି । ବିଜେଡି ଚଳିତଥର ନିଜର ପରାଜିତ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଇବାର ସମ୍ଭାବନା ଅଛି । ମାତ୍ର ମାଲକାନଗିରିରେ ଦଳର ସଂଗଠନ ଏବେ ହାତଛଡ଼ା ହେଉଥିବାରୁ ବିଜେଡି ଚିନ୍ତାରେ ପଡ଼ିଛି ।

ତେଣୁ ବ୍ରହ୍ମପୁର,କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ କିଭଳି ଦଳୀୟ ଅସନ୍ତୋଷକୁ ଏଡ଼ାଇ ପ୍ରାର୍ଥୀ ଦେବ ସେ ନେଇ ବିଜେଡି କସରତ କରୁଥିଲେ ମଧ୍ୟ ସବୁ ଅଙ୍କ ଫେଲମାରିବାରେ ଲାଗିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି ଉପରୋକ୍ତ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ପାଇଁ  ଆସନ୍ତା ମେ’ ୧୩ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୧୮ରୁ ଆରମ୍ଭ ହେବ । ବିଜେଡି ନେତୃତ୍ୱ  ଧର୍ମକୁ ଆଖିଠାର ମାରିବା ଭଳି ୧୭ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ସମୀକ୍ଷା କରିଥିବା ବେଳେ ଆସନ୍ତାକାଲି ବାକିଥିବା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ଏହି ସମୀକ୍ଷାରେ ସଂଗଠନ ସହ ଜଡ଼ିତ ନେତାମାନଙ୍କୁ ଗୁରୁତ୍ୱ ମିଳୁନଥିବା ଓ ଆଶାୟୀ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଥିବାରୁ ବିଜେଡିକୁ ଟିକେଟ୍ କସରତ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story