Advertisment

ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି

କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।

Arun Sahoo

Arun Sahoo

Advertisment

ନବୀନ ପଟ୍ଟନାୟକଙ୍କ ଉପରେ ରୁବେନ୍ ବାନାର୍ଜୀଙ୍କ ଲିଖିତ ବହିକୁ ନେଇ ବିଜେଡିରେ କମ୍ପନ। ପ୍ରଥମେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରୁବେନଙ୍କ ତଥ୍ୟକୁ ପରୋକ୍ଷରେ ସମର୍ଥନ କରିଥିବାବେଳେ ଏବେ ଏହି ତଥ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ସେ ବହିରେ ଉଲ୍ଲେଖ କରାଯାଇଥିବା କହିଛନ୍ତି ଅରୁଣ। ସେପଟେ ବିଜେଡି ସତ୍ୟକୁ ଗ୍ରହଣ କରିବାକୁ ଶିଖୁ ବୋଲି କହିଛି ବିଜେପି।

Advertisment

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିକୁ ନେଇ ପ୍ରତିକ୍ରିୟାରେ ଅରୁଣ କହିଛନ୍ତି ଯେ ଦୀର୍ଘବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ରୁବେନ୍ ବାନାର୍ଜୀ ଭେଟି ନାହାନ୍ତି। କଥା ହୋଇନାହାନ୍ତି କି କେବେ ସାକ୍ଷାତକାର ମଧ୍ୟ ନେଇନାହାନ୍ତି। କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ଉଲ୍ଲେଖ କରିଛନ୍ତି ରୁବେନ ବାନାର୍ଜୀ। କାହା ଉପରେ ବହି ଲେଖିବାବେଳେ ତାଙ୍କ ମତାମତ ନେବା କଥା, କିନ୍ତୁ ଯେଉଁମାନେ ନବୀନଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ସେ ବହି ଲେଖିଛନ୍ତି। ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ଓ ରାଜ୍ୟବାସୀ ବି ପ୍ରତ୍ୟାଖ୍ୟାନ କରିବେ ବୋଲି କହିବା ସହ ରୁବେନ ବିଜେପି ଉପରେ ବହି ଲେଖି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ଅରୁଣ ସାହୁ।

ତେବେ ଅରୁଣଙ୍କ ଅଭିଯୋଗ ଉପରେ ଲେଖକ ରୁବେନ ବାନାର୍ଜୀ କହିଛନ୍ତି ଯେ ନବୀନଙ୍କୁ ଭେଟିବାକୁ ମୁଁ ସମୟ ମାଗିଥିଲେ ମଧ୍ୟ ମୋତେ କୌଣସି ରେସପନ୍ସ ମିଳିନଥିଲା। ମୁଁ କିପରି ସାମ୍ବାଦିକତା କରୁଛି, ତାର ସାର୍ଟିଫିକେଟ କୌଣସି ରାଜନେତା ମୋତେ ଦେବା ଆବଶ୍ୟକ ନାହିଁ।

Advertisment

ସେପଟେ ଅରୁଣଙ୍କ ଆପତ୍ତି ପରେ ବିଜେଡିକୁ କାଉଣ୍ଟର କରିଛି ବିଜେପି। ବିଧାୟକ ବାବୁ ସିଂ କହିଛନ୍ତି ଯେ ରୁବେନ୍ ବାନାର୍ଜୀ ଯାହା 
ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ। ବିଜେଡି ପାଇଁ ଏହା ଅପ୍ରିୟ ହେଲେ ବି ଏହାର ନେତାମାନେ ସତ୍ୟକୁ ଗ୍ରହଣ କରିବା ଉଚିତ୍। ଆଗରୁ ଯେତେବେଳେ ରୁବେନ ବାନାର୍ଜୀଙ୍କ ଲେଖା ବିଜେଡିକୁ ସୁହାଉଥିଲା, ସେତେବେଳେ ସେ ଭଲ ଥିଲେ। ଆଜି ଅପ୍ରିୟ ସତ କଥା ଲେଥିବାରୁ ବିଜେଡି ଦେହରେ ଯାଉନି। ରୁବେନ ବାନାର୍ଜୀ ସେତେବେଳେ ବି ସତ ଲେଖୁଥିଲେ ଏବେ ବି ସତ ଲେଖୁଛନ୍ତି। ତେଣୁ ବିଜେଡି ନେତା ଏହାକୁ ଗ୍ରହଣ କରିବା ଶିଖନ୍ତୁ।

Naveen Patnaik Bjp BjD Arun Sahoo Ruben Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe