Advertisment

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ପ୍ରାର୍ଥୀ

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବିଜେଡି ନେତାମାନେ କହିଛନ୍ତି, ବିଜୁ ଜନତା ଦଳ ପ୍ରତ୍ୟେକ କାର୍ଯ୍ୟରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥାଏ।

BJD

BJD

Advertisment

ନାଁ ଘୋଷଣା ପରେ ଆଜି ବିଜେଡିର ପ୍ରାର୍ଥୀମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଧାମନଗର ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ ପ୍ରମୁଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

Advertisment

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବିଜେଡି ନେତାମାନେ କହିଛନ୍ତି, ବିଜୁ ଜନତା ଦଳ ପ୍ରତ୍ୟେକ କାର୍ଯ୍ୟରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥାଏ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଯୋଗୁ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାରେ ବିଜେଡି ଶାସନ କରିଆସୁଛି। ତେବେ ଆଗାମୀ ନିର୍ବାଚନରେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି ନେତାମାନେ କହିଛନ୍ତି।

ସେପଟେ ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ଦୁର୍ବଳ ପ୍ରାର୍ଥୀ ଦେଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ। ବ୍ୟୋମକେଶ ରାୟ କହିଛନ୍ତି, ବିଜେପି ନେତା ଯେଭଳି ବିଭ୍ରାନ୍ତି ମୂଳକ ମନ୍ତବ୍ୟ ଗଣମାଧ୍ୟମରେ ଦେଉଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶାବାସୀ ଏହାକୁ କେବେ ବିଶ୍ୱାସ କରିବେ ନାହିଁ। ଆଗାମୀ ନିର୍ବାଚନରେ ବିଜେପି କେବେ ବି ଓଡ଼ିଶାରେ ଜିତି ପାରିବ ନାହିଁ ବୋଲି ବ୍ୟୋମକେଶ ରାୟ କହିଛନ୍ତି।

Advertisment

ସେହିପରି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି। ସେ କେବେ ଏଭଳି ପଦକ୍ଷେପ ନେବେନାହିଁ। ବିଜେପି ନେତା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତି ମୂଳକ। ବିଜେପିର ଏହି ଚାଲ୍ ଓଡ଼ିଶା ବାସୀ ବୁଝି ସାରିଥିବା ବେଳେ ନିର୍ବାଚନରେ ଓଡିଶା ବାସୀ ଉପଯୁକ୍ତ ଜବାବ୍ ଦେବେ। ଆଗାମୀ ନିର୍ବାଚନରେ ପୁନର୍ବାର ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ରେକର୍ଡ଼ ସଂଖ୍ୟକ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ନେତୃତ୍ୱ ନେବେ ବୋଲି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି।

BjD Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe