Advertisment

ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ଅତନୁ; ଡଙ୍ଗାରେ ଖସି ପଳାଇଲେ

ଅତନୁ ସବ୍ୟସାଚୀ ପ୍ରଚାର ପାଇଁ ଆସିବା ବେଳେ ଲୋକମାନେ ଗରାମାଠିଆ ନେଇ ଗାଁ ମୁଣ୍ଡରେ ଠିଆ ହୋଇଥିଲେ। ଯଦି ପାଣି ମୁନ୍ଦେ ଦେଇପାରିବେନି, ତାହାହେଲେ କାହିଁକି ଭୋଟ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ଅଦ୍ୟତନ ହୋଇଛି
undefined

Tension situation

Advertisment

ଆମ ଗାଁ ପାଇଁ କ’ଣ କରିଛ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ ? ଏମିତି ନାନା ପ୍ରଶ୍ନ ପଚାରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଗଲେ ଲୋକେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଡଙ୍ଗାରେ ଖସି ପଳାଇଲେ ଅତନୁ।  ଅତନୁ ଡଙ୍ଗାରେ ପଳାଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ଗତକାଲି ଅତନୁ ବତୀଘର ପଞ୍ଚାୟତ ଅଧୀନରେ ଥିବା ଉତ୍ତର ବରକୋଳି ଖଳା ଗାଁକୁ ପ୍ରଚାର ପାଇଁ ଆସିଥିଲେ। ତେବେ ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦା ଘେରି ଯାଇ ଅଞ୍ଚଳର ପାନୀୟ ଜଳ ସମେତ ଅନ୍ୟ ମୌଳିକ ସୁବିଧା ଲାଗି କ’ଣ କରିଛ ବୋଲି ପ୍ରଶ୍ନ କରିଥିଲେ? ଅତନୁ ଲୋକଙ୍କର ପ୍ରଶ୍ନରେ ସାମ୍ନା ନ କରି ପାରି ଏକ ଡଙ୍ଗାରେ ଦକ୍ଷିଣ ବରକୋଳି ଖଳା ଗାଁ ଦେଇ ପଳାଇଥିବା ଲୋକେ ଅଭିଯୋଗ କରିଛନ୍ତି।  ପରବର୍ତ୍ତୀ ସମୟରେ ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଏହାକୁ ନେଇ ଅତନୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଉତ୍ତର ବରକୋଳିଖଳାଗାଁର ଜଣେ ବାସିନ୍ଦା କହିଛନ୍ତି, ଅତନୁ ସବ୍ୟସାଚୀ ପ୍ରଚାର ପାଇଁ ଆସିବା ବେଳେ ଲୋକମାନେ ଗରାମାଠିଆ ନେଇ ଗାଁ ମୁଣ୍ଡରେ ଠିଆ ହୋଇଥିଲେ। ଯଦି ପାଣି ମୁନ୍ଦେ ଦେଇପାରିବେନି, ତାହାହେଲେ କାହିଁକି ଭୋଟ ପାଇଁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ପରେ ଅତନୁ ସବ୍ୟସାଚୀ ଲୋକଙ୍କ ପ୍ରଶ୍ନରେ କିଛି ଉତ୍ତର ନଦେଇ ଡଙ୍ଗାରେ ଖସି ପଳାଇଥିଲେ।

Advertisment
Loka Sabha Election 2024 Odisha Assembly Election 2024 General Elections 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe