ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' କହିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର। କଟକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ତେବେ ରୋଚକ କଥା ହେଉଛି, ଏହି ଲୋକାର୍ପଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ଥିବାବେଳେ 5T ସଚିବ ପାଣ୍ଡିଆନଙ୍କୁ '' ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ'' କହି ସମ୍ବୋଧନ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର। ଏନେଇ ବିଧାୟକ ଦେବୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସବୁଆଡେ ଲାଗିରହିଛି ଜୋରଦାର ଚର୍ଚ୍ଚା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କଟକ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଆଜି ମହାନବମୀରେ କଟକ ଯାଇ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି।
Politics
ମୋଦିଙ୍କ ‘ଅର୍ବାନ ନକ୍ସଲ’କୁ କାଉଣ୍ଟର କଲେ ଖଡଗେ, କହିଲେ- ବିଜେପି ଆତଙ୍କବାଦୀଙ୍କ ଦଳ
ବିଜେପି ହେଉଛି ଗୋଟିଏ ଆତଙ୍କବାଦୀଙ୍କ ଦଳ ବୋଲି ଖଡଗେ କହିଛନ୍ତି।
Politics
ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ; କହିଲେ-'ସୁଭଦ୍ରା' ତ୍ରୁଟି ଥିଲେ ଫୋନ୍ ଯିବ
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଠିକଣା ସମୟରେ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ନେଇ ଘୋଷଣା କରାଯିବ। ଏଯାଏ କୋଟିଏ ୬୦ ହଜାର ଆବେଦନ ହେଲାଣି।
Politics
‘ବିଜୟର ଶ୍ରେୟ ନେଉଥିଲେ,ଏବେ ପରାଜୟ ପାଇଁ ଦାୟିତ୍ୱ ନିଅନ୍ତୁ ନବୀନ’
ଅମର ଦେଇଥିବା ମନ୍ତବ୍ୟକୁ ସମର୍ଥନ କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ।
Politics
ପୂଜା ମଣ୍ଡପରେ ପାଓ୍ୱାର ସୋ’
ଫୋକସରେ ରହିଛନ୍ତି ମଖ୍ୟମନ୍ତ୍ରୀ ମୋହନ ମାଝି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।