Advertisment

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' କହିଲେ ଦେବୀ ମିଶ୍ର

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' କହିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର।

ଅଦ୍ୟତନ ହୋଇଛି
Advertisment

ପାଣ୍ଡିଆନଙ୍କୁ 'ମୁଖ୍ୟମନ୍ତ୍ରୀ ମହୋଦୟ' କହିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର। କଟକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବ୍ଲକରେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ତେବେ ରୋଚକ କଥା ହେଉଛି, ଏହି ଲୋକାର୍ପଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ଥିବାବେଳେ 5T ସଚିବ ପାଣ୍ଡିଆନଙ୍କୁ '' ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ'' କହି ସମ୍ବୋଧନ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର। ଏନେଇ ବିଧାୟକ ଦେବୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସବୁଆଡେ ଲାଗିରହିଛି ଜୋରଦାର ଚର୍ଚ୍ଚା।

Advertisment
BjD Debiprasad Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe