ବିଜେଡି ବିଧାୟକଙ୍କ ମିଛ ଧରିଲା ବିଜେପି; ପ୍ରମାଣ ଦେଇ ହିସାବ ମାଗିଲା

ଏସିଆ ମହାଦେଶର ସର୍ବ ବୃହତ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ଵରଙ୍କ ମନ୍ଦିର ପୀଠ ପାଇଁ ୩ କୋଟି ଓ ଉଦୟପୁର ଗଙ୍ଗାମାତା ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବାକୁ କୋଟିଏ ଟଙ୍କା ଦିଆଯିବ ବୋଲି ପାଣ୍ଡିଆନ୍‌ ଘୋଷଣା କରିଥିଲେ।

BJD

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ(ଫାଇଲ ଫଟୋ)

Manoranjan Sial
  • Published: Friday, 09 August 2024
  • Updated: 09 August 2024, 07:32 PM IST

Sports

Latest News

ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଅଭିଯୋଗ ମିଛ ବୋଲି ପ୍ରମାଣିତ କଲା ବିଜେପି। ଖାଲି ପ୍ରମାଣିତ କଲାନି, ବରଂ ମନ୍ଦିର ନିର୍ମାଣ ପାଇଁ ଆସିଥିବା ଟଙ୍କାର ହିସାବ ମାଗିଲା। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି।

ବଙ୍ଗୋପାସାଗର କୂଳର କୁମ୍ଭୀରଗଡି ଗାଁରେ ବିଜେ କରିଛନ୍ତି ବାବା ଭୁଷଣ୍ଡେଶ୍ଵର ମହାଦେବ। ବାବାଙ୍କ ଶିବଲିଙ୍ଗ ଏସିଆ ମହାଦେଶର ସର୍ବ ବୃହତ ଶିବଲିଙ୍ଗ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଓଡ଼ିଶାର ଅନ୍ୟତମ ଶୈବପୀଠ ଭାବେ ବେଶ୍‌ ପରିଚିତ। ୧୦ ବର୍ଷ ତଳେ ମନ୍ଦିର ଭାଙ୍ଗି ଯାଇଥିବାରୁ ବାବା ଏକ ଟିଣ ଘର ଭିତରେ ପୂଜା ପାଉଛନ୍ତି। ତେଣୁ ପୂର୍ବ ବିଜେଡି ସରକାର ବାବା ଭୁଷଣ୍ଡେଶ୍ଵର ମହାଦେବଙ୍କ ମନ୍ଦିର ପାଇଁ ୩ କୋଟି ଓ ଉଦୟପୁର ଗଙ୍ଗାମାତା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କୋଟିଏ ଟଙ୍କା ଦେବାକୁ ଘୋଷଣା କରିଥିଲା।

୨୦୨୩ ଜୁନ୍‌ ୨୩ ତାରିଖରେ 5-T ସଚିବ ଭି.କେ. ପାଣ୍ଡିଆନ ଭୋଗରାଇ ଗସ୍ତରେ କରିଥିଲେ। ସେତେବେଳେ ଏସିଆ ମହାଦେଶର ସର୍ବ ବୃହତ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ଵରଙ୍କ ମନ୍ଦିର ପୀଠ ପାଇଁ ୩ କୋଟି ଓ ଉଦୟପୁର ଗଙ୍ଗାମାତା ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବାକୁ କୋଟିଏ ଟଙ୍କା ଦିଆଯିବ ବୋଲି ପାଣ୍ଡିଆନ୍‌ ଘୋଷଣା କରିଥିଲେ। ତା’ପରେ ଆସି ଯାଇଥିଲା ନିର୍ବାଚନ ଋତୁ। ଇତି ମଧ୍ୟରେ ନିର୍ବାଚନ ସରି ନିର୍ବାଚନ ଆଚରଣବିଧି ଉଠିଲାଣି। ହେଲେ ଏହି ଦୁଇ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Also Read

ସେପଟେ ବାବା ଭୁଷଣ୍ଡେଶ୍ଵରଙ୍କ ମନ୍ଦିର ଓ ଗଙ୍ଗାମାତା ମନ୍ଦିର କାମ ଆଗେଇ ପାରୁନଥିବାରୁ ଆଜି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, ବିଜେଡି ସରକାର ସମୟରେ କୁମ୍ଭୀରଗଡିର ଭୁଷଣ୍ଡେଶ୍ଵରଙ୍କ ପାଇଁ ୩ କୋଟି ଓ ଉଦୟପୁରରେ ଗଙ୍ଗାମାତାଙ୍କ ମନ୍ଦିର ପାଇଁ ୧ କୋଟି ଟଙ୍କା ଦିଆଯାଇଥିଲା। ଏବେ ସେହି ଅର୍ଥ ବିଜେପି ସରକାର ଫେରାଇ ନେଇଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ।

ବିଧାୟକ ଗୌତମବୁଦ୍ଧ ଦାସଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ଜିଲ୍ଲା ଉପସଭାପତି ସୁନୀଲ କୁମାର କର କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ସେତେବେଳେ ସରକାର କୌଣସି ଟଙ୍କା ଦେଇ ନାହାନ୍ତି। ତେଣୁ ଏଠି ଟଙ୍କା ଫେରିଯିବାର କୌଣସି ପ୍ରଶ୍ନ ଉଠୁନାହିଁ। ଯଦି ଟଙ୍କା ଆସିଥିଲା, ଆଉ ଏବେ ଫେରିଗଲା, ତାହାର ପ୍ରମାଣ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଦିଅନ୍ତୁ। ବାବା ଭୁଷଣ୍ଡେଶ୍ୱର ଓ ଗଙ୍ଗାମାତା ମନ୍ଦିର ପାଇଁ ଘୋଷଣା ହୋଇଥିଲା। କିନ୍ତୁ ସେତେବେଳର ସରକାର କୌଣସି ଅର୍ଥ ମଞ୍ଜୁର କରିନଥିଲେ। ଏପରିକି ମନ୍ଦିର ପାଇଁ ଏସ୍‌ଟିମେଟ୍‌ ହୋଇନଥିବା ବିଜେପି କହିଛି।

ଇଏତ ଗଲା ବାବା ଭୁଷଣ୍ଡେଶ୍ଵରଙ୍କ ମନ୍ଦିର ଓ ଗଙ୍ଗାମାତା ମନ୍ଦିର କାମକୁ ନେଇ ରାଜନୀତି। ତେବେ ପ୍ରକୃତ ସତ କଣ? ମିଳିଥିବା ସୂଚନା ଅନୁସାରେ 5-T ସଚିବଙ୍କ ଘୋଷଣା ଅନୁସାରେ ପୁରୁଣା ମନ୍ଦିରର ନବୀକରଣ ହୋଇପାରିବ। ହେଲେ କୌଣସି ନୂଆ ମନ୍ଦିର ନିର୍ମାଣ ହୋଇପାରିବ ନାହିଁ। ଏହି ଦୁଇ ମନ୍ଦିର ନୂତନ ଭାବେ ନିର୍ମାଣ ହେଉଥିବାରୁ ରାଜ୍ୟ ସରକାରଙ୍କ ପ୍ରଶାସନ ଏସ୍‌ଟିମେଟ୍‌ ରିପୋର୍ଟ ଦେଇନଥିଲେ। ଯେଉଁଥିପାଇଁ ଟଙ୍କା ଆସିନାହିଁ। ଯଦି ଟଙ୍କା ଆସିନାହିଁ, ତାହାହେଲେ ଫେରିଲା କେମିତି? ତାହାହେଲେ ବିଧାୟକ ମିଛ କହୁଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ ବାବା ଭୂଷଣ୍ଡେଶ୍ଵରଙ୍କ ମନ୍ଦିର ହେଉଛି ବହୁ ପୁରାତନ ମନ୍ଦିର। ବଙ୍ଗୋପସାଗର କୂଳ ଝାଉଁବଣ ଭିତରେ ଥିବା ଏହି ଐତିହାସିକ ମନ୍ଦିରଟି ଗାଁ ଲୋକଙ୍କ ଦ୍ୱାରା ପୂଜା ପାଉଥିଲା। ସେତେବେଳେ ଗୋଟିଏ ଛୋଟ ଚାଳ ଘରେ ପୂଜା ପାଉଥିଲେ ବାବା। ତେବେ ୧୯୮୪ ମସିହାରେ ପୂର୍ବତନ ବିଧାୟକ ଉମାରାଣୀ ପାତ୍ର ମନ୍ଦିରକୁ କିଛି ଅର୍ଥ ଦାନ କରିଥିଲେ। ସେହି ଅର୍ଥରେ ମନ୍ଦିର ମରାମତି ଓ ରାସ୍ତା ନିର୍ମାଣ କରାଯାଇଥିଲା। ୨୦୧୯ ମସିହାରେ ସେତେବେଳର ବିଧାୟକ ଅନନ୍ତ ଦାସ ନିଜ ବିଧାୟକ ହାତ ପାଣ୍ଠିରୁ ପ୍ରତିବର୍ଷ ଅର୍ଥ ପ୍ରଦାନ କରିଆସୁଛନ୍ତି। ସେହି ଅର୍ଥ ଓ କିଛି ବଦାନ୍ୟ ବ୍ୟକ୍ତି ଦାନ ଅର୍ଥରେ ମନ୍ଦିର ନିର୍ମାଣ କାମ କରାଯାଉଛି। ଏଥିପାଇଁ ବହୁ ଆବଶ୍ୟକ ପଡ଼ୁଥିବା ସରକାରୀ ସହାୟତାରେ ସ୍ଥାନୀୟ ଲୋକେ ଅନାଇ ବସିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story