ମହିଳା ଡକାଇ...ପ୍ରତାପଙ୍କ ମୁଖା ଖୋଲିଦେଲା ଭିଡିଓ | Odisha Reporter
ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି। ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ୧୧ ନମ୍ବର ୱାର୍ଡର ମହିଳା ସଭ୍ୟ ସ୍ୱର୍ଣ୍ଣଲକ୍ଷ୍ମୀ ନାୟକଙ୍କ ଘରକୁ ବିଧାୟକ ପ୍ରତାପ ଜେନା ଯାଇଥିଲେ। ସେ ନିଜ ପୁଅ ଅଙ୍କିତଙ୍କ ପାଇଁ ଭୋଟ୍ ମାଗିବାକୁ ଯାଇଥିଲେ। ଏହି ସମୟରେ ବିଧାୟକ ହଠାତ୍ ଉକ୍ତ ମହିଳାଙ୍କ ଉପରେ ଉତ୍କ୍ଷିପ୍ତ ହୋଇ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us