Advertisment

ବିରୋଧୀଙ୍କ ପାଳି ଧରିଲେ ବିଜେଡି ବିଧାୟକ; ‘ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼, ନା ସଚିବ ବଡ ?’

ସୋମ୍ୟ କହିଲେ, ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼, କି ସଚିବ ବଡ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ପଡୁଛନ୍ତି। ଏ ସନ୍ଦେହ ମୋଚନ କରିବ କିଏ ?

BJD MLA Soumya Patnaik

BJD MLA Soumya Patnaik

Advertisment

କଂଗ୍ରସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ନିକଟରେ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ଟାର୍ଗେଟ କରି ଏଠାରେ କୁଶାସନ ଚାଲିଛି ବୋଲି କହିଥିଲେ। ହେଲେ ଏବେ ଖୋଦ୍ ହାଇପାୱାର ବିଜେଡି ନେତା ବିରୋଧୀଙ୍କ ପାଳି ଧରିଛନ୍ତି। ସରକାରଙ୍କ ପୋଲ ଖୋଲିଛନ୍ତି। ଓକିଲାତି ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ସ୍ୱଚ୍ଛାଚାରିତା ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି।

Advertisment

ଏହି ନେତା ଜଣକ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଖୋଲା ମଞ୍ଚରେ ରଖିଛନ୍ତି ବିସ୍ଫୋରକ ବୟାନ। ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସୌମ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ସମ୍ଭବ ହେଉନି। ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼, କି ସଚିବ ବଡ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ପଡୁଛନ୍ତି। ଏ ସନ୍ଦେହ ମୋଚନ କରିବ କିଏ ? କରୋନା ଯିବା ପରେ ତୁଣ୍ଡି ଖୋଲି ଯାଇଛି, ହେଲେ ତୁଣ୍ଡ ଏପର୍ଯ୍ୟନ୍ତ ‌ଖୋଲିନି। କଟକରେ ଥିବା ଦି’ ଲ’ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଏମିତି ଶାଣିତ ଭାବେ ସରକାରଙ୍କୁ ନିଶାନା କରିଛନ୍ତି ସୌମ୍ୟ।

ବିଜେଡି ଭିତରେ କୁହୁଳୁଥିବା ଅସନ୍ତୋଷକୁ ପଦାରେ ପକାଇ ସେ ଆହୁରି କହିଛନ୍ତି, ବିଧାୟକମାନେ ଦଳରେ ଥିବାରୁ ତୁଣ୍ଡ ଖୋଲିଲେ ଦଳରୁ ବହିଷ୍କାର ହେବାର ଡର ରହିଛି। ଏଭଳି ସ୍ଥିତିରେ ସମ୍ବିଧାନ କିପରି ସୁରକ୍ଷିତ ହେବ ? ତେଣୁ ପୁରାତନ ଓକିଲ ଛାତ୍ରମାନେ କଳାକୋର୍ଟ ପିନ୍ଧି ସାଧାରଣ ଲୋକଙ୍କ ଅଧିକାର ସୁରକ୍ଷା ନିମନ୍ତେ ଆଗେଇ ଅସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

Advertisment

ତେବେ ପ୍ରଥମ ଥର ଲାଗି ସୌମ୍ୟ ଏଭଳି କହିନାହାଁନ୍ତି। ପୂର୍ବରୁ ଅନେକ ଥର ବିଭିନ୍ନ ସଭାସ୍ଥଳରେ ଏଭଳି ଭାଷଣ ଦେଇ ନିଜ ଦଳ ଓ ସରକାରକୁ ଅଡୁଆରେ ପକାଇଛନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡ ପରେ ପିଏସ୍ଓଙ୍କୁ ନେଇ ମତ ରଖି ସରକାରଙ୍କୁ ଅକଳରେ ପକାଇଥିଲେ। ଖାଲି ସେତିକି ନୁହେଁ ପୂର୍ବରୁ ନିଜ ସମ୍ପାଦକୀୟ ଲେଖାରେ ମଧ୍ୟ ଅମଲା ଶାସନ ଉପରେ ବର୍ଷିଛନ୍ତି ସୌମ୍ୟ।

କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ।

ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତାହା ସାମ୍ନାକୁ ଆସିଲାଣି। ଆଉ ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି ବିରୋଧୀ ଦଳ ନେତାଙ୍କ ବୟାନ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଧାନସଭା ଲବି ଠାରୁ ଆରମ୍ଭ କରି ବାହାର ଯାଏ ସବୁଠି ଶାସକ ଦଳର ବିଧାୟକମାନେ ଅସନ୍ତୋଷ ଝାଡୁଛନ୍ତି। କେବଳ ଭିଜିଲାନ୍ସ ଓ ପୋଲିସ୍ ଭୟରେ ଚୁପ୍ ବସିଛନ୍ତି।

ତେବେ ନିର୍ବାଚନ ପାଖଉଥିବାବେଳେ ସୌମ୍ୟଙ୍କ ଏହି ଶାଣିତ ଆକ୍ରମଣ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବନି ତ ? ଯାହାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ତେବେ ସରକାରୀ ଦଳ ମୁଖ୍ୟ ସେଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଆମେ ଫ୍ରି ହ୍ୟାଣ୍ଡରେ କାମ କରୁଛି। ଲୋକଙ୍କ ପାଇଁ ଯେତେ କାମ କରାଇହେବ କରୁଛୁ।

Bjd Politics Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe