Advertisment

ମୁହଁ ଖୋଲିଲେ ସୌମ୍ୟ; କହିଲେ- ମୋ ଲେଖାକୁ ନେଇ ଦଳର ମୁଖ୍ୟ ମୋତେ କିଛି କହିନାହାନ୍ତି

‘ଦୈନିକ ‘ସମ୍ବାଦ’ ଖବର କାଗଜଟି ମୋର ବ୍ୟକ୍ତିଗତ ସମ୍ପତି ନୁହେଁ। ସମ୍ବାଦ ଖବର କାଗଜଟି ଗ୍ରାହକ ଓ ପାଠକଙ୍କ ସମ୍ପତ୍ତି।’

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ଖଣ୍ଡପଡ଼ାର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନର ଅନୁଚିନ୍ତା’ ଶୀର୍ଷକ ଲେଖା ଗତକାଲି ତାଙ୍କ ଖବର କାଗଜରେ ପ୍ରକାଶ ପାଇବା ପରେ ବିଜେଡି ଓ ପାୱାର କରିଡରରେ ସୃଷ୍ଟି ହୋଇଛି କମ୍ପନ। ତେବେ ସୌମ୍ୟ ନିଜର ଲେଖା ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିବା ତ ଦୂରର କଥା ତାଙ୍କ କଥାକୁ ଖଣ୍ଡନ କରିବାକୁ ଏପର୍ଯ୍ୟନ୍ତ ବିଜେଡି ସତସାହାସ ଜୁଟାଇ ପାରି ନଥିବା ବେଳେ ନିଜ ଲେଖାର ପ୍ରକାଶନ ହେବାର ଗୋଟିଏ ଦିନ ପରେ ମୁହଁ ଖୋଲିଛନ୍ତି ସୌମ୍ୟ।

Advertisment

ସେ କହିଛନ୍ତି, ମୋ ଲେଖାକୁ ନେଇ ଦଳର ମୁଖ୍ୟ ମୋତେ କିଛି କହିନାହାନ୍ତି। ଯେଉଁମାନେ ଚର୍ଚ୍ଚା କରୁଛନ୍ତି, ସେମାନେ ବୋଧେ ମୋ ଲେଖା ପଢ଼ିନାହାନ୍ତି। ସେମାନଙ୍କୁ ମୁଁ ବାରମ୍ବାର ପଢ଼ିବାକୁ କହୁଛି। ଯଦି ମୋର ଆଲେଖ୍ୟକୁ ଝଡ଼ କହୁଛନ୍ତି, ତାହାହେଲେ କାହିଁକି ଚାହା କପ ପିଇ ଝଡ଼ ସୃଷ୍ଟି କରୁଛନ୍ତି। ଆଲେଖ୍ୟରେ ବୃତ୍ତି, ପାର୍ଟି ଓ ମାଟି ବିଷୟରେ କୁହାଯାଇଛି। ବୃତ୍ତି ଓ ମାଟି ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହେବା ଦରକାର।

ସୌମ୍ୟ ଆହୁରି କହିଛନ୍ତି, ଦୈନିକ ‘ସମ୍ବାଦ’ ଖବର କାଗଜଟି ମୋର ବ୍ୟକ୍ତିଗତ ସମ୍ପତି ନୁହେଁ। ସମ୍ବାଦ ଖବର କାଗଜଟି ଗ୍ରାହକ ଓ ପାଠକଙ୍କ ସମ୍ପତ୍ତି। ସେହିମାନଙ୍କର ସ୍ୱାର୍ଥ ଓ ସ୍ୱାଭିମାନକୁ ଜଗିବାକୁ କିଛି କରିବାକୁ ପଡ଼େ। ସେଥିରେ ଯଦି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାର୍ଟି ବନ୍ଧା ପଡ଼ିବ ମୋର କିଛି ଆପତ୍ତି ନାହିଁ। ପାର୍ଟି ପାଇଁ ମାଟିକୁ ଭୁଲି ଯିବା କୌଣସି ଭଦ୍ରଲୋକ ଓ ବୁଦ୍ଧିମାନ ବ୍ୟକ୍ତିର କାମ ନୁହେଁ। ଏହି ବିଷୟରେ ଆଲୋଚନା କରି କିଛି ଲାଭ ନାହିଁ। ଖବର କାଗଜରେ ଯାହା ଲେଖିବା କଥା ମୁଁ ହାତ କାଟିକି ଲେଖିଦେଇଛି। ଓଡ଼ିଆରେ ଲେଖାଟି ଲେଖାଯାଇଥିବାରୁ ତାକୁ ବୁଝାଇବା କିଛି ଦରକାର ନାହିଁ।

Advertisment

ସୌମ୍ୟଙ୍କ ସଂପାଦକୀୟକୁ ନେଇ ଦଶପଲ୍ଲାର ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି, ସୌମ୍ୟଙ୍କ କହିବା ପଛରେ କିଛି ଅଭିସନ୍ଧି ଥାଇପାରେ, ସେଥିପାଇଁ କହୁଛନ୍ତି। ପ୍ରଶାସନ ଲୋକାଭିମୁଖୀ ହୋଇଛି ଓ ଲୋକେ ଖୁସି ଅଛନ୍ତି । କିଏ କ’ଣ କହିଲା ବଡ଼ କଥା ନୁହେଁ।

ଅନ୍ୟପକ୍ଷରେ ସୌମ୍ୟଙ୍କ ଆଲେଖ୍ୟ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ସୌମ୍ୟ ସରକାରୀ ଦଳରେ ଥାଇ ବି ତାଙ୍କର ସତସାହସ ଅଛି ବୋଲି କହୁଛନ୍ତି। ସମସ୍ତେ ଜାଣନ୍ତି ଓଡ଼ିଶାରେ ମାଫିଆ ରାଜ୍‌ ଚାଲିଛି। କାହାକୁ ଅଛପା ନାହିଁ। ମିଛରେ ଜିରୋ ଟଲେରାନ୍ସ କୁହାଯାଉଛି। ସବୁ କ୍ଷେତ୍ରରେ ଦୁର୍ନୀତି ଚାଲିଛି। ଦୁର୍ନୀତିକୁ କେବଳ ବରଦାସ୍ତ କରାଯାଉନି ବରଂ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଆଯାଉଛି।

BjD Soumya Ranjan Patnaik Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe