ସରକାରୀ ପଇସାରେ ବିଜେଡି ବିଧାୟକମାନେ ଦୁବାଇ ଯିବା ନିନ୍ଦନୀୟ: ବିଜେପି

ଆଉ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

Subash panigrahi, BJP MLA PhotoOR

ବିଧାୟକ ସୁବାସ ପାଣିଗ୍ରାହୀ

Ordigital Desk
  • Published: Monday, 15 May 2023
  • Updated: 15 May 2023, 09:16 PM IST

Sports

Latest News

ସରକାରୀ ପଇସାରେ ବିଜେଡି ବିଧାୟକମାନେ ଦୁବାଇ ଯିବା ନିନ୍ଦନୀୟ କଥା । ବିଜେଡି ସରକାର ତ ନାଟକ ଶିଖିଛି, ନାଟକ କରୁଛି । ଆଉ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯଦି ବିଜୁ ଜନତା ଦଳ ବିଧାୟକମାନେ ସରକାରୀ ଟଙ୍କାରେ ଦୁବାଇ ଗସ୍ତ କରୁଛନ୍ତି ତାହା ନିଶ୍ଚିତ ଭାବେ ନିନ୍ଦାର କଥା । ଶାସକ ଦଳର ବିଧାୟକମାନଙ୍କୁ ବିଦେଶ ଗସ୍ତରେ ବୁଲିବା ପାଇଁ ଏଭଳି ସରକାରୀ ଟଙ୍କା ଦୁରୂପଯୋଗ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ବିଧାୟକମାନେ ବିଦେଶ ଯିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି, ତାକୁ ପାଳନ କରାଯାଇ ପାରିଥାନ୍ତା ଅବା ସେଭଳି ଯୋଜନା କରାଯାଇ ପାରିଥାନ୍ତା । କିନ୍ତୁ ଶାସକ ବିଜେଡି ବିଦେଶ ଗସ୍ତ ସହ ଅନେକ କାର୍ଯ୍ୟରେ ଏଭଳି ସରକାରୀ ଟଙ୍କାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳିଛି ।

Also Read

ଯଦି ବିଧାୟକମାନେ ଦୁବାଇରେ ଉତ୍କଳ ଦିବସ ପାଳନ ସମାରୋହରେ ସାମିଲ ହେବାକୁ ଯାଉଛନ୍ତି ଏଥିପାଇଁ ତ ସବୁ ଦଳର ବିଧାୟକମାନଙ୍କ ସହ ଯୋଗାଯୋଗ କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପାରିଥାନ୍ତା । କିନ୍ତୁ କେବଳ ବିଜେଡି ବିଧାୟକମାନଙ୍କୁ ଦୁବାଇ ପଠାଇବାକୁ ସେ ନାପସନ୍ଦ କରିଛନ୍ତି । ଉତ୍କଳ ଦିବସ ସବୁଆଡ଼େ ଏପ୍ରିଲ ୧ରେ ପାଳନ ହେଲା । କିନ୍ତୁ ଲୋକଙ୍କୁ ଭୂଆଁ ବୁଲାଇ ବିଜେଡି ନାଟକ କରୁଛି ଓ ପ୍ରବାସୀ ଓଡ଼ିଆଙ୍କୁ ପ୍ରଭାବିତ କରିବାକୁ ଏଭଳି ନାଟକବାଜି କରୁଛି । ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ସମେତ ବିଭିନ୍ନ ସରକାରୀ ସଂସ୍ଥାରୁ ପାଣ୍ଠିକୁ ବିଜେଡି ନିଜର ରାଜନୀତିକ ଗତିବିଧି ପାଇଁ ସ୍ଥାନାନ୍ତର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଅନୁରୂପ ଭାବେ ଦୁବାଇ ଗସ୍ତରେ କେବଳ ବିଜେଡି ବିଧାୟକମାନେ ଯିବାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos