Advertisment

ବିଜେଡି ବିଧାୟକଙ୍କ ଦବଙ୍ଗଗିରି, ମନ୍ତ୍ରୀଙ୍କ ପୁଅଙ୍କୁ ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ନିଜକୁ ତୃତୀୟ ମହଲାର ଖାସ୍ ଓ ପ୍ରଭାବଶାଳୀ ଗୋଷ୍ଠୀର ଅନୁଗତ ବୋଲି ଦର୍ଶାଇ ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ ଏବେ ଖୋଲାଖୋଲି ଦାଦାଗିରିକୁ ଓହ୍ଲାଇଛନ୍ତି, ଆଉ ଯାହାଙ୍କ ରୋଷରୁ ତାଙ୍କ ନିଜ ଦଳର ଜଣେ ମହିଳା ମନ୍ତ୍ରୀଙ୍କ ପୁଅ ବାଦ୍ ପଡ଼ିନାହାନ୍ତି । ଆଜି ସନ୍ଧ୍ୟାରେ ସମ୍ପୃକ୍ତ ବିଧାୟକଙ୍କ ଅନୁଗତମାନେ କାର ଯୋଗେ ଆସି ମହିଳା ମନ୍ତ୍ରୀଙ୍କ ପୁଅଙ୍କୁ ତାଙ୍କ […]

ଅଦ୍ୟତନ ହୋଇଛି
ବିଜେଡି ସଭ୍ୟ ଆସିଲେନି: କୋରମ୍ ଅଭାବରୁ ପିଏସି ବୈଠକ ବାତିଲ

BJD

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ନିଜକୁ ତୃତୀୟ ମହଲାର ଖାସ୍ ଓ ପ୍ରଭାବଶାଳୀ ଗୋଷ୍ଠୀର ଅନୁଗତ ବୋଲି ଦର୍ଶାଇ ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ ଏବେ ଖୋଲାଖୋଲି ଦାଦାଗିରିକୁ ଓହ୍ଲାଇଛନ୍ତି, ଆଉ ଯାହାଙ୍କ ରୋଷରୁ ତାଙ୍କ ନିଜ ଦଳର ଜଣେ ମହିଳା ମନ୍ତ୍ରୀଙ୍କ ପୁଅ ବାଦ୍ ପଡ଼ିନାହାନ୍ତି । ଆଜି ସନ୍ଧ୍ୟାରେ ସମ୍ପୃକ୍ତ ବିଧାୟକଙ୍କ ଅନୁଗତମାନେ କାର ଯୋଗେ ଆସି ମହିଳା ମନ୍ତ୍ରୀଙ୍କ ପୁଅଙ୍କୁ ତାଙ୍କ ନିଜ ଘର ପାଖରେ ମାରପିଟ୍ କରିବାକୁ ପଛାଇ ନାହାନ୍ତି । ଯାହା ଏବେ ପଶ୍ଚିମ ଓଡ଼ିଶାରେ ଚର୍ଚ୍ଚା ବିଷୟ ପାଲଟିଛି ।

Advertisment

ଚର୍ଚ୍ଚା ହେଉଛି, ପଶ୍ଚିମ ଓଡ଼ିଶାର ମହିଳା ମନ୍ତ୍ରୀ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ସୋହେଲାର କିଛି ଯୁବକ ଆଜି ଅପରାହ୍ନରେ ଆସି ମାରପିଟ୍ କରିଛନ୍ତି । ସୌରଭ ଯୁବ ବିଜେଡି ସଂଗଠନ ସହ ଜଡ଼ିତ ଓ ନିଜ ମା’ଙ୍କୁ ନିର୍ବାଚନମଣ୍ଡଳୀ କାର୍ଯ୍ୟରେ ସହଯୋଗ ମଧ୍ୟ କରିଥାନ୍ତି । କିନ୍ତୁ ସୋଶାଲ ମିଡିଆରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ଓ ବରଗଡ଼ ଜିଲ୍ଲାର ଜଣେ ବିଧାୟକଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ହେଉଥିବା ଚର୍ଚ୍ଚାକୁ ସୌରଭ କୁଆଡ଼େ ଖଣ୍ଡନ କରିଥିଲେ । ତାଙ୍କ ମା’ ଏବେ ମାତ୍ର ୪ମାସ ପୂର୍ବରୁ ମନ୍ତ୍ରୀ ହୋଇଛନ୍ତି, କାହିଁକି ବାଦ୍ ପଡ଼ିବେ ବୋଲି ଜିଲ୍ଲାର କିଛି ଯୁବନେତାଙ୍କ ଆଗରେ ନିଜ ମା’ଙ୍କ ମନ୍ତ୍ରିିତ୍ୱ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଯାହାକି ସେହି ଜିଲ୍ଲାର ଜଣେ ତଥାକଥିତ ପ୍ରଭାବଶାଳୀ ବିଜେଡି ବିଧାୟକଙ୍କୁ ହଜମ ହୋଇନଥିଲା । ଆଉ ତାଙ୍କର କିଛି ସମର୍ଥକମାନେ ଆସି ସିଧାସଳଖ ସୌରଭଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି । ତେବେ ଆକ୍ରମଣରେ ସୌରଭଙ୍କର କ’ଣ ହୋଇଛି ସେ ସମ୍ପର୍କରେ ବିଶେଷ କିଛି ଜଣାପଡ଼ିନି । ତେବେ ଏହି ଆକ୍ରମଣ ଓ ମାରପିଟ୍ ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହୁନଥିଲେ ମଧ୍ୟ ଉକ୍ତ ଘଟଣାକୁ ନେଇ ମନ୍ତ୍ରୀ ରୀତା ସାହୁ ଚିନ୍ତିତ ଥିବା ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ଜଣେ ମନ୍ତ୍ରୀଙ୍କ ପୁଅ ଯିଏକି ଶାସକ ବିଜେଡିର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସର୍ବସାଧାରଣରେ ମାରପିଟ୍ କରିବାକୁ ଏହି ଯୁବକମାନେ ସାହାସ କଲେ କେମିତି? କାହା ବଳରେ ସେମାନେ ଏହି ଆକ୍ରମଣ କରିଛନ୍ତି । ଆକ୍ରମଣକାରୀମାନେ ସମସ୍ତେ ସୋହେଲାର ବୋଲି ସ୍ଥାନୀୟ ଲୋକ କହୁଥିଲେ ମଧ୍ୟ ମନ୍ତ୍ରୀଙ୍କ ପୁଅ କିମ୍ବା ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ଥାନାରେ ଏପର୍ଯ୍ୟନ୍ତ କାହିଁକି କୌଣସି ମାମଲା ବି ହୋଇନି? ଯେଉଁଠି ମନ୍ତ୍ରୀଙ୍କ ପୁଅ ସୁରକ୍ଷିତ ନୁହେଁ, ସେଠି ସାଧାରଣ ଲୋକେ କେତେ ସୁରକ୍ଷିତ ଥିବେ ତାହା ସହଜରେ ଅନୁମେୟ।

Advertisment

ସୂଚନାଯୋଗ୍ୟ, ଗତ କିଛିବର୍ଷ ଧରି ତୃତୀୟ ମହଲା ଓ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ସହଯୋଗୀ ଭାବେ ପଶ୍ଚିମ ଓଡ଼ିଶାର ସମ୍ପୃକ୍ତ ବିଧାୟକ ବରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ମାତ୍ରାଧିକ ହସ୍ତକ୍ଷେପ କରୁଛନ୍ତି । ଏପରିକି ଗତ ପଂଚାୟତ ଓ ପୌର ନିର୍ବାଚନରେ ସମ୍ପୃକ୍ତ ବିଧାୟକ ନିଜର ସହଯୋଗୀମାନଙ୍କୁ ଦଳୀୟ ପ୍ରାର୍ଥୀ କରାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ସମ୍ପୃକ୍ତ ବିଧାୟକଙ୍କୁ ମୁହଁତୋଡ୍ ଜବାବ ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜର ସମର୍ଥକମାନଙ୍କୁ ଜିତାଇ ଆଣିବାରେ ସକ୍ଷମ ହୋଇଥିଲେ। ଏପରିକି ଦଳ ପକ୍ଷରୁ ଗତ ପଦଯାତ୍ରାବେଳେ ସମାନ୍ତରାଳ ଭାବେ ପଦଯାତ୍ରା କରିବାକୁ ମଧ୍ୟ ପଛାଇନଥିଲେ । କିନ୍ତୁ ଜିଲ୍ଲାରେ ଏତେ ବିଶୃଙ୍ଖଳା କରୁଥିବା ସତ୍ତ୍ୱେ ସମ୍ପୃକ୍ତ ବିଧାୟକଙ୍କୁ କିଭଳି ତୃତୀୟ ମହଲା କୋଳରେ ବସାଇ ରଖିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଯାହାର ପରିଣାମ ସ୍ୱରୂପ ଆଜି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ପୁଅକୁ କିଛି ଅସମାଜିକ ଯୁବକମାନେ ମାରପିଟ୍ କରିବାକୁ ସାହାସ କରିପାରିଛନ୍ତି । ବିଜେଡିର ଏଭଳି ହୀନ ରାଜନୀତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହ ସମ୍ପୃକ୍ତ ବିଧାୟକଙ୍କ ଦବଙ୍ଗଗିରିକୁ ଲଗାମ ଦେବାକୁ ସାଧାରଣରେ ଦାବି ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe