Advertisment

ବର୍ଷିଲେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ, କହିଲେ- ଟାଟା ପାୱାର ସମୟ ଅନୁସାରେ ଅପଗ୍ରେଡ଼ ହେଉନି

ସେ କହିଛନ୍ତି, ଛୋଟଠୁ ବଡ଼ ସବୁ ପ୍ରକାର ବିପର୍ଯ୍ୟୟ ସ୍ଥିତିକୁ ନେଇ ଗୋଟେ ଡ଼ିଜାଷ୍ଟାର ସିନାରିଓ ପ୍ଲାନ କରାଯାଏ।

ଅଦ୍ୟତନ ହୋଇଛି
BJD MP Amar Patnaik

BJD MP Amar Patnaik

Advertisment

ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଚାଲିଛି ଘନଘନ ଅଘୋଷିତ ବିଜୁଳି କାଟ୍। ନେତା ଠାରୁ ଜନତା ସମସ୍ତେ ଅସ୍ତବ୍ୟସ୍ତ। ପ୍ରଥମେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇନ୍ କଟିବା, କିଛିଦିନ ତଳେ କାଳବୈଶାଖୀ ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ରାତିସାରା ଅନ୍ଧାର ରହିବା ନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ତାଗିଦ୍ କରିବା, ଏହାପରେ ଶକ୍ତିମନ୍ତ୍ରୀଙ୍କ ସଭାରେ ବିଜୁଳି କାଟ୍ ନେଇ ସେ ଅସନ୍ତୋଷ ଝାଡ଼ିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶାସକ ଦଳର ଅନ୍ୟ ନେତାମାନେ ଅସନ୍ତୋଷ ଝାଡ଼ିବା ଆରମ୍ଭ କରିଦେଇଛନ୍ତି। ଆଜି ବିଦ୍ୟୁତ୍ ବିଭ୍ରାଟ ନେଇ ଟାଟା ପାୱାର ଉପରେ ବର୍ଷିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ।

Advertisment

ସେ କହିଛନ୍ତି, ଲୋଡ଼ ବାଲାସିଂ ଠିକସେ ହୋଇପାରୁ ନଥିବାରୁ ଏମିତି ଲାଇନ କଟୁଛି। ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଥିବାରୁ ସେଇଟାକୁ ଟାଟା ପାୱାର ଟାଇମ ଟୁ ଟାଇମ ରିଭ୍ୟୁ କରୁନି। ସେହିପରି ସମୟ ଅନୁସାରେ ଅପଗ୍ରେଡ଼ ବି କରାଯାଉନି। ସେଇଟା କରିବାର ଏବେ ସମୟ ଆସିଛି।

ଛୋଟଠୁ ବଡ଼ ସବୁ ପ୍ରକାର ବିପର୍ଯ୍ୟୟ ସ୍ଥିତିକୁ ନେଇ ଗୋଟେ ଡ଼ିଜାଷ୍ଟାର ସିନାରିଓ ପ୍ଲାନ କରାଯାଏ। ସେଇଟା ମୁଁ ଏଥର ଦେଖିବାକୁ ପାଇଲିନି। ଯଦି ଟାଟା ପାୱାର ସବୁ ପ୍ରକାର ଡିଜାଷ୍ଟର ପ୍ଲାନ କରିପାରିବ, ତେବେ ତାପ୍ରତି ଲୋକଙ୍କ ଆସ୍ଥା ବଢିବ। ଲୋକମାନେ ବି ଜାଣି ପାରିବେ କେତେ ଘଣ୍ଟା ଭିତରେ ତାଙ୍କୁ ବିଜୁଳି ମିଳିବ । ଯେଉଁ କର୍ମଚାରୀ ବି ଅଛନ୍ତି ତାଙ୍କ ଉପରେ ଏକପ୍ରକାର ଚାପ ରହିବ କି ଏତିକି ସମୟ ଭିତରେ ଆମକୁ କାମ ଶେଷ କରିବାକୁ ପଡ଼ିବ। 

Advertisment

ରାଜ୍ୟ ସରକାର ଜାତୀୟ ବିପତ୍ତିକୁ ସଫଳତାର ସହ ମୁକାବିଲା କରିପାରୁଛନ୍ତି। ହେଲେ ଟାଟା ପାୱାର ଗୋଟେ ଘରୋଇ ସଂସ୍ଥା ହୋଇ କରିପାରୁନି। ସେଇଟା ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଅମର ପଟ୍ଟନାୟକ କହିଛନ୍ତି। 

ସୂଚନା ଥାଉକି, ଏହାପୂର୍ବରୁ ବି ବିଭିନ୍ନ ସମୟରେ ବିଦ୍ୟୁତ କାଟ ନେଇ ପ୍ରତିକ୍ରିୟା ରଖିଆସିଛନ୍ତି ଅମର ପଟ୍ଟନାୟକ।

Odisha Tata Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe