ଶ୍ରୀମୟୀଙ୍କୁ କଟାକ୍ଷ କଲେ ମନ୍ମଥ; କହିଲେ- ସେ ଗୋଟେ କର୍ମୀ

କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିର୍ବାଚନୀ ମଇଦାନରେ ନିଜର ଆତ୍ମବଡ଼ିମା ଦେଖାଇବାକୁ ଯାଇ ଶ୍ରୀମୟୀଙ୍କ ସମ୍ପର୍କରେ ଗଣମାଧ୍ୟମରେ ଶସ୍ତା ଟିପ୍ପଣୀ ଦେବାକୁ ପଛାଉନଥିବା ଦେଖିବାକୁ ମିଳିଛି ।

Manmath Routray & Srimayi Mishra

ମନ୍ନଥ ରାଉତରାୟ ଓ ଶ୍ରୀମୟୀ ମିଶ୍ର ।

Ordigital Desk
  • Published: Wednesday, 03 April 2024
  • Updated: 03 April 2024, 02:51 PM IST

Sports

Latest News

ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଏବେ ଦଳୀୟ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଢାଲ କରି ପ୍ରଚାର ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିର୍ବାଚନୀ ମଇଦାନରେ ନିଜର ଆତ୍ମବଡ଼ିମା ଦେଖାଇବାକୁ ଯାଇ ଶ୍ରୀମୟୀଙ୍କ ସମ୍ପର୍କରେ ଗଣମାଧ୍ୟମରେ ଶସ୍ତା ଟିପ୍ପଣୀ ଦେବାକୁ ପଛାଉନଥିବା ଦେଖିବାକୁ ମିଳିଛି ।

ମନ୍ମଥଙ୍କ ଏଭଳି ଟିପ୍ପଣୀ ଶ୍ରୀମୟୀଙ୍କ ସମର୍ଥକଙ୍କ ପାଇଁ କଟାଘା’ରେ ଚୂନ ସଦୃଶ ହୋଇଛି । ଯାହାକି ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି   ।

ଗତକାଲି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ବିଜେଡି ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ଦଳର ସ୍ଥାନୀୟ ବରିଷ୍ଠ ନେତାମାନଙ୍କ ସହ ସେ ପ୍ରଚାର କରିଥିଲେ। ତେବେ ଏହି ପ୍ରଚାର କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଜେଡି ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କୁ ଦେଖିବାକୁ ମିଳିନଥିଲା ।

Also Read

ଶ୍ରୀମୟୀଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାବେଳେ ମନ୍ମଥ ଅତ୍ୟନ୍ତ ବେପରୁୱା ଢଙ୍ଗରେ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେବାକୁ ପଛାଇ ନଥିଲେ । ଶ୍ରୀମୟୀଙ୍କୁ ଆକ୍ଷେପ କରି ମନ୍ମଥ କହିଥିଲେ ଯେ,  ସେ ହେଉଛନ୍ତି ଦଳର ଗୋଟେ କର୍ମୀ । ଦଳ ପାଇଁ ସେ କିଛି ବି ତ୍ୟାଗ କରିପାରିବେ । ଦଳ ପାଇଁ କେଉଁବି ରୋଲ୍ ତୁଲାଇ ପାରିବେ । ଏମିତି କର୍ମୀଙ୍କ ପାଇଁ ବିଜେଡି ଶକ୍ତିମାନ ହୋଇଛି ବୋଲି ସେ କହିଥିଲେ ।

ଶ୍ରୀମୟୀଙ୍କ ସହ ଯୋଗାଯୋଗ ହେଲାଣି କି ବୋଲି ପ୍ରଶ୍ନର ଉତ୍ତରରେ ମନ୍ମଥ କହିଛନ୍ତି ଯେ, ଶ୍ରୀମୟୀଙ୍କ ସହ ତାଙ୍କର ଦେଖା ହୋଇଛି । ସେ କଥା ହେଉଛନ୍ତି । ତାଙ୍କୁ ସେ ବହୁତ କଥା କହିଛନ୍ତି ଓ ଶିଖାଇଛନ୍ତି ।

ମନ୍ମଥଙ୍କ ଏଭଳି ଟିପ୍ପଣୀକୁ ନେଇ ଶ୍ରୀମୟୀଙ୍କ ସମର୍ଥକମାନେ ସୋଶାଲ ମିଡିଆରେ କଡ଼ା ଟିପ୍ପଣୀ ଦେଇଥିବା ଦେଖିବାକୁ ମିଳିଛି । ନିଜର ବଡ଼ିମା ଦେଖାଇବାକୁ ଯାଇ ଶ୍ରୀମୟୀଙ୍କ ପ୍ରତି ଏଭଳି ଶସ୍ତା ଟିପ୍ପଣୀ ଦେବାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଦଳ ନିଜର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ବୁଲାଇବା ପରେ ଅଚାନକ ସୁରଙ୍କ ପୁଅ ମନ୍ମଥଙ୍କୁ ଦଳରେ ମିଶାଇ ମାତ୍ର ୨ଘଣ୍ଟା ମଧ୍ୟରେ ଲୋକସଭା ଟିକେଟ୍ ଧରାଇଦେଲା ।

ଶ୍ରୀମୟୀଙ୍କ ପ୍ରତି ଦଳୀୟ ଅନ୍ୟାୟକୁ ନେଇ ବିଜେଡି ମହଲରେ ଚାପା ଗୁଞ୍ଜରଣ ଓ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ମନ୍ମଥଙ୍କ ଏଭଳି ଆଚରଣକୁ ବିଜେଡିର ବରିଷ୍ଠ ନେତାମାନେ ସହଜରେ ହଜମ କରିପାରୁନାହାନ୍ତି । ଦଳୀୟ ଶୃଙ୍ଖଳା ପାଇଁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଶ୍ରୀମୟୀଙ୍କ ପ୍ରତି ଏଭଳି ଶସ୍ତା ଟିପ୍ପଣୀ ଦେବା ଉଚିତ୍ ନୁହେଁ ବୋଲି ବହୁ ନେତା କହିଛନ୍ତି ।

ଶ୍ରୀମୟୀ ଛାତ୍ର ରାଜନୀତିରୁ ଆସିଛନ୍ତି ଓ ଦୀର୍ଘ ୧୩/୧୪ବର୍ଷ ଧରି ଦଳ ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛି । ଶ୍ରୀମୟୀଙ୍କ ସାଂଗଠନିକ ଦକ୍ଷତା ବି ରହିଛି । କିନ୍ତୁ ସୁର ରାଉତରାୟଙ୍କ ପରିଚୟରେ ପରିଚିତ ମନ୍ମଥ ଯଦି ଏସବୁ ନ ଜାଣି ଶ୍ରୀମୟୀଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଉଥିବେ ଓ ଶ୍ରୀମୟୀଙ୍କୁ ଜଣେ କର୍ମୀ କହି ନିଜର ବଡ଼ିମା ଦେଖାଉଥିବେ, ତାହା କେବଳ ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ୀ ମାରିବା ସଦୃଶ ।

ଶ୍ରୀମୟୀଙ୍କୁ ଦଳ କାହିଁକି ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ବୁଲାଇଲା ଓ ପରେ ତାଙ୍କୁ ହଟାଇ ମନ୍ମଥଙ୍କ ଭଳି ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇ ଅପରାଜିତାଙ୍କ ଜିତିବା ମାର୍ଗ ସହଜ କଲା ତାହା ସେମାନେ ହିଁ କହିପାରିବେ ବୋଲି ଦଳର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମୟୀଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନି । ମନ୍ମଥଙ୍କୁ ଦଳ ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରଠୁ ଶ୍ରୀମୟୀଙ୍କର ମୋବାଇଲ ନମ୍ବର ସୁଇଜ୍ ଅଫ ରହୁଛି । ଏପରିକି ସେ ନିଜ ସରକାରୀ ବାସଭବନରେ ମଧ୍ୟ ରହୁନଥିବା ଜଣାପଡ଼ିଛି ।

ଶ୍ରୀମୟୀଙ୍କ ସହ କେହି ଯୋଗାଯୋଗ କରିବା ସମ୍ଭବପର ହେଉନଥିବାବେଳେ ମନ୍ମଥ ତାଙ୍କ ସହ କେଉଁଠି କଥା ହେଲେ ଓ ତାଙ୍କ ପ୍ରତି କାହା ଇଙ୍ଗିତରେ ଏଭଳି ଶସ୍ତା ଟିପ୍ପଣୀ ଦେଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story