/odisha-reporter/media/post_attachments/uploadimage/library/16_9/16_9_0/BJP_1715014040.jpeg)
BJP
ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରି ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ସରକାରୀ ଲୋଗୋକୁ ନିଜ ହୋର୍ଡିଂରେ ଲଗାଇ ପ୍ରଚାର କରୁଛନ୍ତି । ସରକାରୀ ସ୍ଥାନ ଓ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ଦୁଇ ପାଶ୍ୱର୍ରେ ଏଭଳି ହୋର୍ଡିଂ ବିଜେଡି ପକ୍ଷରୁ ଛାଇ ହୋଇଯାଇଛି । ଆଜି ଏଭଳି ଅଭିଯୋଗ ଆଣି ତୁରନ୍ତ ସେସବୁ ହୋର୍ଡିଂକୁ ହଟାଇବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି । ସେହିପରି ପିପିଲିରେ ବିଜେପି ପାଇଁ ପ୍ରଚାର କରୁଥିବା ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ରବିନ୍ଦ୍ର ନାଥ ନାୟକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି ।
ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଗିଯୋଗ କରିଛି ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖାତିର ନକରି ବିଜେଡି ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କ ସହଯୋଗ ଓ ସରକାରୀ କଳକୁ ବ୍ୟବହାର କରିବା ଏବଂ ସରକାରୀ ଚିହ୍ନ-ଲୋଗୋକୁ ବ୍ୟବହାର କରୁଛନ୍ତି । ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଥିବା ସରକାରୀ ସ୍ଥାନ ଓ କଟକ ସହରର ବିଭିନ୍ନ ରାସ୍ତାର ଦୁଇ ପାଶ୍ୱର୍ରେ ନିଜ ପ୍ରଚାର ପାଇଁ ହୋର୍ଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋର୍ଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତିି । ଏହି ହୋର୍ଡିଂରେ "ଆମ ଓଡ଼ିଶା ନବୀନ ଓଡ଼ିଶା’ ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ବିଜେପି ଦାବି କରିଛି ।
ସେହିପରିି ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ପ୍ରଚାର କରୁଛନ୍ତି । ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଥିବାରୁ ତାଙ୍କୁ ପଦବୀରୁ ବହିଷ୍କାର କରିବାକୁ ବିଜେପି ଦାବି କରିଛି ।
ବିଜେପି ସର୍ବଦା ନିର୍ବାଚନ ବେଳେ ଶାନ୍ତି ଚାହେଁ କିନ୍ତୁ ବିଜେଡିର ନେତା, ମନ୍ତ୍ରୀମାନେ ତାହା କରାଇ ଦିଅନ୍ତି ନାହିଁ । ଏଭଳି ବିଶୃଙ୍ଖଳିତ ଦଳ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥର ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଜୟନ୍ତ ଜେନା, ନିୟତି ଗିରି, ରଶ୍ମିରଞ୍ଜନ କାନୁନଗୋ ଓ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
