Advertisment

ବିଜେଡି ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ହୋର୍ଡିଂରେ ବ୍ୟବହାର ହେଉଛି ସରକାରୀ ଲୋଗୋ, ଫେରାଦ ହେଲା ବିଜେପି

ଅଭିଯୋଗ ଆଣି ତୁରନ୍ତ ସେସବୁ ହୋର୍ଡିଂକୁ ହଟାଇବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି

BJP

BJP

Advertisment

ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରି ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ସରକାରୀ ଲୋଗୋକୁ ନିଜ ହୋର୍ଡିଂରେ ଲଗାଇ ପ୍ରଚାର କରୁଛନ୍ତି । ସରକାରୀ ସ୍ଥାନ ଓ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ଦୁଇ ପାଶ୍ୱର୍ରେ ଏଭଳି ହୋର୍ଡିଂ ବିଜେଡି ପକ୍ଷରୁ ଛାଇ ହୋଇଯାଇଛି । ଆଜି ଏଭଳି ଅଭିଯୋଗ ଆଣି ତୁରନ୍ତ ସେସବୁ ହୋର୍ଡିଂକୁ ହଟାଇବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି । ସେହିପରି ପିପିଲିରେ ବିଜେପି ପାଇଁ ପ୍ରଚାର କରୁଥିବା ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ରବିନ୍ଦ୍ର ନାଥ ନାୟକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି ।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଗିଯୋଗ କରିଛି ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖାତିର ନକରି ବିଜେଡି ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କ ସହଯୋଗ ଓ  ସରକାରୀ କଳକୁ ବ୍ୟବହାର କରିବା ଏବଂ ସରକାରୀ ଚିହ୍ନ-ଲୋଗୋକୁ ବ୍ୟବହାର କରୁଛନ୍ତି । ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଥିବା ସରକାରୀ ସ୍ଥାନ ଓ କଟକ ସହରର ବିଭିନ୍ନ ରାସ୍ତାର ଦୁଇ ପାଶ୍ୱର୍ରେ ନିଜ ପ୍ରଚାର ପାଇଁ ହୋର୍ଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋର୍ଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତିି । ଏହି ହୋର୍ଡିଂରେ "ଆମ ଓଡ଼ିଶା ନବୀନ ଓଡ଼ିଶା’ ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ବିଜେପି ଦାବି କରିଛି ।

ସେହିପରିି ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ପ୍ରଚାର କରୁଛନ୍ତି । ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଥିବାରୁ ତାଙ୍କୁ ପଦବୀରୁ ବହିଷ୍କାର କରିବାକୁ ବିଜେପି ଦାବି କରିଛି ।
ବିଜେପି ସର୍ବଦା ନିର୍ବାଚନ ବେଳେ ଶାନ୍ତି ଚାହେଁ କିନ୍ତୁ ବିଜେଡିର ନେତା, ମନ୍ତ୍ରୀମାନେ ତାହା କରାଇ ଦିଅନ୍ତି ନାହିଁ । ଏଭଳି ବିଶୃଙ୍ଖଳିତ ଦଳ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥର ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଜୟନ୍ତ ଜେନା, ନିୟତି ଗିରି,  ରଶ୍ମିରଞ୍ଜନ କାନୁନଗୋ ଓ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

Advertisment
BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe