Advertisment

‘ଯିଏ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିବେ, ଭବିଷ୍ୟତ ଅନ୍ଧାର ହୋଇଯିବ’

‘ମହିଳା ଆରକ୍ଷଣ ବିଲ୍‌ ନେଇ ମୁଖ୍ୟମନ୍ତ୍ରୀ ବାରମ୍ୱାର ଅନୁରୋଧ କରିଆସୁଛନ୍ତି। ଏହି ବିଲ୍‌ ପାସ୍‌ କରିବା ପାଇଁ ଦିଲ୍ଲୀରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।’

author-image
Manoranjan Sial
ଅଦ୍ୟତନ ହୋଇଛି
BJD Leader Pinaki Misra

BJD Leader Pinaki Misra

ଯିଏ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ିବେ, ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ରାଜୁ ଦାସ ପ୍ରସଙ୍ଗରେ ଆଜି ଏପରି ଭବିଷ୍ୟତବାଣୀ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏଥିସହ ସଂସଦର ବଜେଟ୍‌ ଅଧିବେଶରେ ସରକାରଙ୍କୁ କାଉଣ୍ଟର କରିବା ପାଇଁ ବିଜେଡିର ରଣନୀତି ସଂପର୍କରେ କହିଛନ୍ତି। 

Advertisment

୩୧ ତାରିଖରୁ ଆରମ୍ଭ ହେଉଛି ସାଂସଦ ଅଧିବେଶନ। ତା’ ପୂର୍ବରୁ ଆଜି ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ। ଏଥିରେ ରାଜ୍ୟସଭା ଓ ଲୋକସଭାର ସବୁ ସାଂସଦମାନେ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ସାଂସଦଙ୍କୁ ଦେଇଥିଲେ ଗୁରୁମନ୍ତ୍ର। ବୈଠକ ପରେ ପିନାକୀ ମିଶ୍ର କହିଛନ୍ତି, ଓଡ଼ିଶାରେ ବିଜେପି ଅପ ପ୍ରଚାର କରୁଛି। ତାକୁ କିପରି ଚେକ୍‌ ଦେଇ ପ୍ରକୃତ ସତକୁ ସଂସଦରେ ଉପସ୍ଥାପିତ କରିବୁ ଓ ଲୋକମାନଙ୍କ ସାମ୍ନାରେ ଆଣିବୁ, ତାହା ଉପରେ ମୁଖ୍ୟମନ୍ତ୍ରୀ ଟିପ୍ସ ଦେଇଛନ୍ତି।

ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲ୍‌ ନେଇ ମୁଖ୍ୟମନ୍ତ୍ରୀ ବାରମ୍ୱାର ଅନୁରୋଧ କରିଆସୁଛନ୍ତି। ଏହି ବିଲ୍‌ ପାସ୍‌ କରିବା ପାଇଁ ଦିଲ୍ଲୀରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଜେପି ସାଂସଦମାନଙ୍କ ରାଜନୀତି ଯୋଗୁ ବେଆଇନ୍‌ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ପ୍ରାୟ ୪ ଲକ୍ଷ ଘର କାଟି ଦିଆଯାଇଛି। ଏହା ଏକ ଦୁଃଖର ବିଷୟ। ଏହି ଦାବିକୁ ସଂସଦରେ ଉଠାଇବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ତାମିଲନାଡ଼ୁ ଓ ଅନ୍ୟ କେତେକ ରାଜ୍ୟ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଏସ୍‌ଟି ଲିଷ୍ଟ। ମାତ୍ର ଆଜି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଆସିପାରି ନାହିଁ। ଓଡ଼ିଶାର ଏସ୍‌ଟି ଭାଇ ଓ ଭଉଣୀଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଦିଲ୍ଲୀରେ ଦାବି ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟବୀମା BSKY ନେଇ ଯେଉଁ ଅପପ୍ରଚାର ଚାଲିଛି, ତାହା ଉଠାଇବୁ। ଆୟୁଷ୍ମାନ ଭାରତଠାରୁ BSKYରେ କିଭଳି ଅଧିକ ବୀମା ମିଳୁଛି, ତାହା ବୁଝାଇବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଓଡ଼ିଶାରେ ବିଆର୍‌ଏସ୍‌ ପାଦ ଥାପିବା ନେଇ ପିନାକୀ ମିଶ୍ର କହିଛନ୍ତି, ଯେଉଁମାନେ BRS ଯାଇଛନ୍ତି, ସେମାନେ ବିଜେପିରୁ ଯାଇଛନ୍ତି। ଗିରିଧର ଗମାଙ୍ଗଙ୍କୁ ଦଳରେ ମିଶାଇ କଂଗ୍ରେସ ଭୋଟ ବିଜେପି ନେଇଥିଲା। ଏବେ ସେ BRS ଯାଇଛନ୍ତି, ମାନେ ତାଙ୍କ ପକେଟ ଭୋଟ BRSକୁ ଯିବ। ବିଜେଡି ଭୋଟ ବ୍ୟାଙ୍କ ହେଉଛି କମିଟେଡ୍ ଭୋଟ, ପ୍ରଭାବ ପଡ଼ିବନି। ଦକ୍ଷିଣ ଓଡ଼ିଶାର ୨ରୁ ୩ ଜିଲ୍ଲାରେ କିଛି ହଜାର ଭୋଟ ପାଇପାରେ ବିଆର୍‌ଏସ୍‌।

BjD State Bjp Bjdmp Brs