Advertisment

ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ସୁଜିତ କୁମାର

ସୁଜିତ କୁମାରଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି।

author-image
Tapaswini Nayak
ଅଦ୍ୟତନ ହୋଇଛି
BJD MP Sujeet Kuma

BJD MP Sujeet Kuma

ବିଜେଡିକୁ ପୁଣି ବଡ଼ ଝଟକା ମିଳିଛି। ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ସୁଜିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।  ବିଜେଡି ଛାଡ଼ିବା ପରେ ନବୀନଙ୍କୁ କୃତଜ୍ଞତା ସହ ଇସ୍ତଫାର କାରଣ ଦର୍ଶାଇଛନ୍ତି ସୁଜିତ।

Advertisment

 ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ମୋତେ ଦଳରେ  ଅନାଦର କରାଯାଉଥିଲା। ଦଳ ଆଉ ମୋର ସେବା ଆବଶ୍ୟକ କରୁନଥିଲା ବୋଲି ଅନୁଭବ କଲି।ସେଥିପାଇଁ ଏଭଳି କଠିନ ନିଷ୍ପତ୍ତି ନେଲି ବୋଲି ସୁଜିତ କହିଛନ୍ତି। 

ସୁଜିତ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡି ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜ୍‌ରେ ସୂଚନା ଦିଆଯାଇଛି। ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା। କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।   ସୁଜିତ ବିଜେଡି ଛାଡ଼ିବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।

Advertisment

 ସୂଚନାଯୋଗ୍ୟ, କିଛି ଦିନ ତଳେ ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେଡି଼ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।   ମମତା ଓ ସୁଜିତ ଇସ୍ତଫା ଦେବା ପରେ ରାଜ୍ୟ ସଭାରେ ବିଜେଡିର ୭ ଜଣ ସାଂସଦ ଅଛନ୍ତି। 

BjD