Advertisment

ଆଦିବାସୀ ଭୋଟ୍‌ରେ ବିଜେଡି, ମହିଳା ଭୋଟ୍‌ରେ ଜେଏମ୍‌ଏମ୍‌ର ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୪ର୍ଥ ପର୍ଯ୍ୟାୟରେ ରହିଛି ମୟୂରଭଞ୍ଜ ଲୋକସଭା ଆସନ। ଏପ୍ରିଲ ୨୯ରେ ହେବ ମତଦାନ। ଏଥର ମହାଲଢେଇରେ ଅଛନ୍ତି ୮ ଜଣ ପ୍ରାର୍ଥୀ। ପ୍ରଚାର ମଇଦାନରେ ସମସ୍ତେ କଷୁଛନ୍ତି ନିଜ ନିଜ ବଳ। କାହା ଭାଗ୍ୟରେ ଅଛି ମୟୂରଭଞ୍ଜର ସିଂହାସନ! ଏଠାରେ ବିଜେଡି ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକଟ ଦେଇଛି। ଏହି ଆସନ ପାଇଁ କଂଗ୍ରେସ-ଜେଏମଏମ ମେଣ୍ଟ କରିଛନ୍ତି । ଏଠାରେ ଜେଏମଏମ ପ୍ରାର୍ଥୀ କରିଛି ଅଞ୍ଜନି ସୋରେନଙ୍କୁ। ଏମାନଙ୍କ ବ୍ୟତୀତ ୩ […]

ଅଦ୍ୟତନ ହୋଇଛି
ଆଦିବାସୀ ଭୋଟ୍‌ରେ ବିଜେଡି, ମହିଳା ଭୋଟ୍‌ରେ ଜେଏମ୍‌ଏମ୍‌ର ନଜର

mayurbhanj

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୪ର୍ଥ ପର୍ଯ୍ୟାୟରେ ରହିଛି ମୟୂରଭଞ୍ଜ ଲୋକସଭା ଆସନ। ଏପ୍ରିଲ ୨୯ରେ ହେବ ମତଦାନ। ଏଥର ମହାଲଢେଇରେ ଅଛନ୍ତି ୮ ଜଣ ପ୍ରାର୍ଥୀ। ପ୍ରଚାର ମଇଦାନରେ ସମସ୍ତେ କଷୁଛନ୍ତି ନିଜ ନିଜ ବଳ। କାହା ଭାଗ୍ୟରେ ଅଛି ମୟୂରଭଞ୍ଜର ସିଂହାସନ! ଏଠାରେ ବିଜେଡି ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକଟ ଦେଇଛି। ଏହି ଆସନ ପାଇଁ କଂଗ୍ରେସ-ଜେଏମଏମ ମେଣ୍ଟ କରିଛନ୍ତି । ଏଠାରେ ଜେଏମଏମ ପ୍ରାର୍ଥୀ କରିଛି ଅଞ୍ଜନି ସୋରେନଙ୍କୁ। ଏମାନଙ୍କ ବ୍ୟତୀତ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ବିଏସ୍‌ପି ଏବଂ ବିଏମପି ମଧ୍ୟ ପ୍ରାର୍ଥୀ ଦେଇଛି। ତେବେ ଏଠାରେ ଜୋରଦାର ଲଢ଼େଇ ହେବ ବିଜେଡି-ବିଜେପି-ଜେଏମଏମ ଭିତରେ।

Advertisment

ଗତ ଦୁଇବର୍ଷର ନିର୍ବାଚନ ଫଳାଫଳ କହୁଛି, ମୟୂରଭଞ୍ଜ ଲୋକସଭାରେ ବିଜେଡି ଦବ୍‌ଦବା ରହିଛି। ହେଲେ ମୟୂରଭଞ୍ଜବାସୀ ସମସ୍ତଙ୍କୁ ଶାସନ କ୍ଷମତା ଦେଇଛନ୍ତି। ୧୯୫୧ରେ ଏହି ଆସନରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା। ପ୍ରଥମ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ ଝାଡଖଣ୍ଡ ପାର୍ଟିର ଆର.ସି.ମାଝି। ଏହି ଆସନରେ ସର୍ବାଧିକ ସମୟ ରାଜ କରି ଆସିଛି କଂଗ୍ରେସ। ୧୯୮୦ରୁ ୧୯୯୬ ପର୍ଯ୍ୟନ୍ତ କଂଗ୍ରେସ ମୟୂରଭଞ୍ଜ ଲୋକସଭା ଆସନ ଦଖଲ କରିଆସିଥିଲା। ଭାରତୀୟ ଜନତାପାର୍ଟି ମଧ୍ୟ ୨ ଥର ଅର୍ଥାତ ୧୯୯୮ ଏବଂ ୧୯୯୯ କ୍ଷମତାରେ ରହିଛି। ୨୦୦୪ରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସୁଦାମ ମାରାଣ୍ଡି ଏହି ଆସନରୁ ଜିତିଥିଲେ।

ଜିଲ୍ଲାରେ ଶେଷ ନିର୍ବାଚନ ଥିଲା ଜିଲ୍ଲା ପରିଷଦ ନିର୍ବାଚନ। ଏଥିରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ୫୬ ଜିଲ୍ଲା ପରିଷଦ ଆସନରୁ ୪୯ ଦଖଲ କରି ନେଇଥିଲା ବିଜେପି।  ୨୦୧୪ ସାଧାରଣ ନିର୍ବାଚନରେ ମାତ୍ର ୧ ଲକ୍ଷ ୨୩ ହଜାର ଭୋଟରେ ପଛରେ ପଡିଥିଲା ବିଜେପି। ଏଥର ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ଦେଖିବା ପରେ ଏହି କ୍ଷତି ଭରଣା କରିନେବ ବୋଲି ନିଶ୍ଚିତ ଅଛନ୍ତି ବିଜେପି ପ୍ରାର୍ଥୀ ଇଞ୍ଜିନିୟର ବିଶ୍ୱେଶ୍ୱର ଟୁଡୁ। ଗୋଟିଏ ପଟେ ବଢୁଥିବା ଜନସମର୍ଥନ ଏବଂ ଅନ୍ୟପଟେ ମୋଦି ହାୱା ଦଳକୁ ଆଶାତୀତ ସଫଳତା ଦେବ ବୋଲି ସେ ବିଶ୍ୱାସ ରଖିଛନ୍ତି।

Advertisment

ତେବେ ଏଥର ଲୋକସଭା ଆସନରେ ଲଢୁଥିବା ତିନି ଦଳର ପ୍ରାର୍ଥୀ କେହି କାହାଠାରୁ କମ୍‌ ନାହାନ୍ତି। ଗତ ୨ଟି ନିର୍ବାଚନରେ ଯେହେତୁ ବିଜେଡି ଏହି ଆସନରୁ ଜିତି ଆସିଛି, ତେଣୁ ଏଥର ମଧ୍ୟ ବିଜୟ ତିଳକ ଭୋଟର ବିଜେଡି ମୁଣ୍ଡରେ ଲଗାଇବେ ବୋଲି ଆଶା ବାନ୍ଧିଛନ୍ତି ଡାକ୍ତର ଦେବାଶିଷ ମାରାଣ୍ଡି। ତା ଛଡା ଜିଲ୍ଲା ପରିଷଦ ଆସନରେ ହାରିବା ପରେ ବିଜେଡିର ଚେତା ପଶିଥିଲା। ତେଣୁ ଗଡକୁ ସଜାଡି ନେଇଛି ଦଳ ଯାହାର ଉଦାହରଣ ଥିଲା ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନ। ଏଠାରୁ ବିପୁଳ ଭୋଟରେ ଜିତିଥିଲା ବିଜେଡି। ତେଣୁ ଏଥର ସେହ ଧାରା ବଜାୟ ରହିବ ବୋଲି ଦଳ ଆଶା ରଖିଛି।

ପଛରେ ପଡି ନାହାନ୍ତି ଜେଏମଏମ ପ୍ରାର୍ଥୀ ଅଞ୍ଜନି ସୋରେନ। ଅଞ୍ଜନି ଜେଏମଏମ ନେତା ଶିବୁ ସୋରେନଙ୍କ ଝିଅ। ମୟୂରଭଞ୍ଜରେ ଜେଏମଏମ ବିଶେଷକରି ଶିବୁଙ୍କର ପ୍ରଭାବ ରହିଛି। ତା ଛଡା ଏହି ଆସନରୁ ଏକମାତ୍ର ମହିଳା ପ୍ରାର୍ଥୀ ହେଉଛନ୍ତି ଅଞ୍ଜନି। ତେଣୁ ବାପାଙ୍କ ପ୍ରଭାବ, କଂଗ୍ରେସ ପକେଟ୍‌ ଭୋଟ ଏବଂ ମହିଳା ଭୋଟ ଉପରେ ଆସ୍ଥା ରଖି ନିର୍ବାଚନ ଲଢୁଛନ୍ତି ଅଞ୍ଜନି।

ଗତ ନିର୍ବାଚନରେ ମୂୟରଭଞ୍ଜର ୭ଟି ବିଧାନସଭା ଆସନ ସାରସକଣା, ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡା ସବୁଠାରେ ବିଜେଡି ଅଧିକ ଭୋଟ ପାଇଥିଲା। ୨ୟ ସ୍ଥାନରେ ଥିଲା ବିଜେପି। ତେବେ ଯଶୀପୁର, ବାଙ୍ଗିରିପୋଷି ଓ ସାରସକଣାରେ ପ୍ରାୟ ୭୦ ପ୍ରତିଶତ ଭୋଟ ଆଗରେ ଥିଲା ବିଜେଡି। ତେବେ ଏଥର ସ୍ଥିତି ବଦଳି ଯାଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଥିବାବେଳେ ପୂର୍ବଥରର ବିଜେଡି ବିଧାୟକ ପ୍ରବୀଣ ଭଞ୍ଜଦେଓ ଏବେ ବିଜେପିରେ। ତେଣୁ ବିଜେପିର ବିଜୟ ଆଶା ଆହୁରି ବଢି ଯାଇଛି।

ଅନ୍ୟ ଦୃଷ୍ଟିରୁ ଦେଖିଲେ, ବିଜେପି ଓ ଜେଏମ୍‌ଏମ୍‌ ପ୍ରାର୍ଥୀ ନୂଆ ହୋଇଥିବାବେଳେ ବିଜେଡିର ଦେବାଶିଷଙ୍କର ପୂର୍ବ ଅଭିଜ୍ଞତା ରହିଛି। ସେ ପୂର୍ବରୁ ଜେଏମଏମ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିଥିଲେ। ଜେଏମଏମରୁ ଆସି ବିଜେଡିରେ ମିଶିବା ପରେ ଦେବାଶିଷ ଆଦିବାସୀ ଭୋଟ ହାତେଇବାକୁ ଚେଷ୍ଟା କରି ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe