Advertisment

ବୁଥ୍‌ରେ ବିଜେପି ପ୍ରାର୍ଥୀ ଉପାସନାଙ୍କୁ ବିଜେଡି ଏଜେଣ୍ଟଙ୍କ ଦୁର୍ବ୍ୟବହାର!

ବୁଥ୍‌ରେ ମତଦାନ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଏ ସମ୍ପର୍କରେ ଜାଣିପାରି ଭିତରକୁ ଯାଇଥିଲେ। ସେହି ସମୟରେ ବିଜେଡି ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Upasana Mohapatra

BJP

ମତଦାନ ପାଇଁ ଆସିଥିବା ବେଳେ ନିଜ ବୁଥ୍‌ରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ଦୁର୍ବ୍ୟବହାର କରାଯାଇଛି! ଦୁର୍ବ୍ୟବହାର କରିଛନ୍ତି ବିଜେଡି ପୋଲିଂ ଏଜେଣ୍ଟ। ଏନେଇ ଉପାସନା ନିଜେ ଅଭିଯୋଗ କରିଛନ୍ତି। ଉପାସନାଙ୍କ ତରଫରୁ ଜଣେ ମହିଳା ସରପଞ୍ଚ ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମତଦାନ ପାଇଁ ଆସୁଥିବା ଭୋଟରଙ୍କୁ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରୁଥିବା ମଧ୍ୟ ଉପାସନା ଅଭିଯୋଗ କରିଛନ୍ତି।

Advertisment

ନିୟମ ଅନୁସାରେ ସକାଳ ୭ଟାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଗଡ଼ରୋଡଙ୍ଗ ପୋଲିଂ ବୁଥ୍‌ରେ ମତଦାନ ଆରମ୍ଭ ହେବା କଥା। ତେଣୁ ସକାଳୁ ସକାଳୁ ଭୋଟ୍‌ ଦେବା ପାଇଁ ଲୋକମାନେ ଆସି ଧାଡ଼ିରେ ଛିଡ଼ା ହୋଇଥିଲେ। ହେଲେ ଭୋଟ୍‌ ଦେଇପାରିଲେ ନାହିଁ। ଦୀର୍ଘ ସମୟରେ ଧରି ଛିଡ଼ା ହେବା ପରେ ଶୁଣିବାକୁ ମିଳିଲା ଇଭିଏମ୍ ଖରାପ ହୋଇଛି। ଭୋଟ ଦେବାକୁ ସକାଳ ୭ଟା ପୂର୍ବରୁ ଆସି ୯ଟା ପର୍ଯ୍ୟନ୍ତ ଲୋକମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ପ୍ରାୟ ୯.୧୦ ମିନିଟ୍‌ରେ ମତଦାନ ଆରମ୍ଭ ହୋଇଥିଲା। ଲୋକମାନେ ବୁଥ୍‌କୁ ଯାଇ ମତଦାନ ସାବ୍ୟସ୍ତ କରୁଥିଲେ। ବରିଷ୍ଠ ନାଗରିକ ବା ବୟସ୍କ ଲୋକମାନେ ନିଜ ସମ୍ପର୍କୀୟମାନଙ୍କୁ ଧରି ଭୋଟ୍‌ ଦେବା ପାଇଁ ବୁଥ୍‌କୁ ଯାଉଥିଲେ। ହେଲେ ପ୍ରିଜାଇଡିଂ ଅଫିସର ସେମାନଙ୍କୁ ମତଦାନ କରିବାକୁ ଦେଉନଥିବା ଅଭିଯୋଗ ହୋଇଛି। ଏପରିକି ସେ(ପ୍ରିଜାଇଡିଂ ଅଫିସର) ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଫିସରଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ ଭୋଟର। ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ସେହି ବୁଥ୍‌ରେ ମତଦାନ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଏ ସମ୍ପର୍କରେ ଜାଣିପାରି ଭିତରକୁ ଯାଇଥିଲେ। ସେହି ସମୟରେ ବିଜେଡି ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ଉପାସନାଙ୍କ ଚରିତ୍ରକୁ ଆକ୍ଷେପ କରି ତାଙ୍କୁ ଭୋଟ ନଦେବା ପାଇଁ ମହିଳାଙ୍କୁ କହୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା। ଖବର ପାଇ ଏଏସ୍‌ପି, ଏସ୍‌ଡିପିଓ ଓ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ପହଞ୍ଚି ବୁଝାସୁଝା କରିବା ପରେ ମତଦାନ ଚାଲିଥିବା ଜଣାପଡ଼ିଛି।

ଦୁର୍ବ୍ୟବହାର ନେଇ ଉପାସନା କହିଛନ୍ତି, ଲୋକଙ୍କୁ ପ୍ରିଜାଇଡିଂ ଅଫିସର ମିସ୍‌ବିହେବ କରୁଛନ୍ତି। ବିଜେଡିର ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ ମୋ ଚଳିତ୍ରକୁ ଆକ୍ଷେପ କରି ମୋତେ ଭୋଟ୍‌ ନଦେବା ପାଇଁ ଲୋକଙ୍କୁ କହୁଛନ୍ତି। ମୋ ଆଗରେ ସେ ଲୋକଙ୍କୁ କହୁଥିବାର ମୁଁ ଶୁଣିଛି। ଏଇଟା କେଉଁ ନ୍ୟାୟ? ଏଇଟା କେଉଁ ଆଇନ୍‌ରେ ରହିଛି? ଏଇଟା ଗଣତନ୍ତ୍ରରେ କଣ ଶୋଭନୀୟ? ବିଜେଡିକୁ ପଚାରିବାକୁ ଚାହୁଁଛି ଏଇଟା କ’ଣ ଗଣତନ୍ତ୍ର? ଏହି ବୁଥ୍‌ରେ ଦୁଇ ଥର ଇଭିଏମ୍‌ ଖରାପ ହୋଇ ସାରିଲାଣି। ଜଣଙ୍କୁ ଭୋଟ୍‌ ଦେଲେ ଅନ୍ୟ ଜଣଙ୍କ ପାଖକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି।

ବୁଥ୍‌ରେ ହୋଇଥିବା ଦୁର୍ବ୍ୟବହାର ନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ବ୍ରହ୍ମଗିରିରୁ ରବିନାରାୟଣ ପୂଜାରୀ

BjD Bjp Puri General Election 2024 General Election