ଦିନକ ପରେ ଆସିବେ ନଡ୍ଡା: ମୁକାବିଲା ପାଇଁ ବିଜେଡିର ତରବରିଆ ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ କାଉଂଟର କରିବା ପାଇଁ ଶାସକ ବିଜେଡି ତରବରିଆ ଭାବେ ୨ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରିଛି । ସୋମବାର ଏନେଇ ନବୀନ ନିବାସରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାପରେ ଆଜି ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେବାକୁ ଯାଉଥିବାବେଳେ ବିଜେଡି ମଧ୍ୟ […]

bjd-and-bjp

bjd-and-bjp

Ordigital Desk
  • Published: Tuesday, 27 September 2022
  • Updated: 27 September 2022, 09:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ କାଉଂଟର କରିବା ପାଇଁ ଶାସକ ବିଜେଡି ତରବରିଆ ଭାବେ ୨ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରିଛି । ସୋମବାର ଏନେଇ ନବୀନ ନିବାସରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାପରେ ଆଜି ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେବାକୁ ଯାଉଥିବାବେଳେ ବିଜେଡି ମଧ୍ୟ ତା’ର ମୁକାବିଲା ନିମନ୍ତେ ଅଣ୍ଟା ଭିଡ଼ିଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଜେପି ନଡ୍ଡା ପ୍ରଥମଥର ପାଇଁ ଆସନ୍ତା ୨୯ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ୨୯ତାରିଖ ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସହ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରୁ ସେ ଦିନ ୧୧ଟାରେ ଜନତା ମଇଦାନ ଯାଇ ବିଜେପିର ପ୍ରତ୍ୟେକ ଶକ୍ତି କେନ୍ଦ୍ରର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ବିଜେପି ପକ୍ଷରୁ ଜନତା ମଇଦାନରେ ୨ଦିନିଆ ସାଂଗଠନିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରଥମ ଦିନରେ ଶକ୍ତି କେନ୍ଦ୍ର ପ୍ରମୁଖଙ୍କ ସହ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ଥିବାବେଳେ ଦ୍ୱିତୀୟ ଦିନରେ ସମସ୍ତ ଜିଲ୍ଲାର ବିଜେପି ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ ପ୍ରାର୍ଥୀ ଏବଂ ପ୍ରଭାରୀଙ୍କ ସହ ଶ୍ରୀ ନଡ୍ଡା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ଏହାସହିତ ସାଂଗଠନିକ ବୈଠକ ଓ ସଂଯୁକ୍ତ ମୋର୍ଚ୍ଚାର ସମାବେଶ ମଧ୍ୟ ହେବ । ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।

ବିଜେପିର ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ କାଉଂଟର କରିବା ନିମନ୍ତେ ବିଜେଡି ପକ୍ଷରୁ ତରବରିଆ ଭାବେ ୨ଦିନିଆ କାର୍ଯ୍ୟକ୍ରମ ବରମୁଣ୍ଡା ପଡ଼ିଆରେ ଆୟୋଜନ କରାଯାଇଛି । ଗତକାଲି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଏହି କାର୍ଯ୍ୟକ୍ରମ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଆଜି ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରମିଳା ମଲ୍ଲିକ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀ କରି ୨୯ ଓ ୩୦ତାରିଖ ଦୁଇଦିନ ଧରି ଦଳ ପକ୍ଷରୁ ଯୁବ,ଛାତ୍ର ଓ ମହିଳାଙ୍କ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସଂଗଠନର ପ୍ରତିନିଧି ଏବଂ ସଦ୍ୟଗଠିତ କ୍ୟାମ୍ପସ କମିଟିର ପ୍ରତିନିଧିମାନଙ୍କୁ ନେଇ ବୈଠକ କରାଯିବ । ଯେଉଁଥିରେ ପ୍ରାୟ ୨ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ । ଦ୍ୱିତୀୟ ଦିନରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ ସମେତ ମହାନଗର ନିଗମର ମେୟରମାନେ ମଧ୍ୟ ଉପସ୍ଥିତ ରହିବେ । ଶେଷଦିନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳୀୟ ନେତାମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ଅକ୍ଟୋବର ୨ରୁ ଦଳର ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଳରେ ବିଜେଡି ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତର ଗୁରୁତ୍ୱ ରହିଥିବା ତଥା ବିଜେପି ଅଧିକ ବଳ ଗୋଟାଇ ନିଜର ନିର୍ବାଚନୀ ପ୍ରସ୍ତୁତି କରିବାର ସମ୍ଭାବନା ଥିବାରୁ ବିଜେଡି ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି । ସରକାର ଓ ନେତାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଆକ୍ରୋଶ ତଥା ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳରୁ ଫାଇଦା ଉଠାଇ ବିଜେପି ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରିବା ସହ ବିଜେଡି ଉପରେ ଚାପ ବୃଦ୍ଧି କରିବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ବିଜେଡି ମଧ୍ୟ ଅନୁରୂପ ଭାବେ ୨ଦିନିଆ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛି ।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୩୧ରୁ ରାଜ୍ୟ କଂଗ୍ରେସ ମଧ୍ୟ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୦ଦିନିଆ ରାଜ୍ୟବ୍ୟାପୀ ପଦଯାତ୍ରା କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story