ଅପରାଜିତାଙ୍କ ବିରୁଦ୍ଧରେ ସ୍ୱର ଶାଣିତ କଲା ବିଜେଡି, ପଚାରିଲା ୫ ପ୍ରଶ୍ନ

ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଶାସକ ବିଜେଡି ନିଜର ସ୍ୱରକୁ ଅଧିକ ଶାଣିତ କରିଛି ।

Shreemayee Mishra PhotoOR

ଶ୍ରୀମୟୀ ମିଶ୍ର

Ordigital Desk
  • Published: Tuesday, 27 June 2023
  • Updated: 27 June 2023, 10:02 PM IST

Sports

Latest News

ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଶାସକ ବିଜେଡି ନିଜର ସ୍ୱରକୁ ଅଧିକ ଶାଣିତ କରିଛି । ମାତ୍ର ସପ୍ତାହକ ମଧ୍ୟରେ ଦୁଇ ଦୁଇଥର ସାମ୍ବାଦିକ ସମ୍ମିଳନୀ କରି ଦଳ ତାଙ୍କ ଉପରେ ବର୍ଷିବା ସହ ସେ ଭୁବନେଶ୍ୱର ସାଂସଦ ଭାବେ ଲୋକଙ୍କ କାମ କରିବା ପରିବର୍ତ୍ତେ କେବଳ ଆତ୍ମପ୍ରଚାର ଓ ବିଭ୍ରାନ୍ତମୂଳକ ବୟାନ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ମଧ୍ୟରେ ସୀମିତ ଅଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏହାସହିତ ବିଜେଡି ଆଜି ଅପରାଜିତାଙ୍କୁ ୫ଟି ପ୍ରଶ୍ନ କରିଛି । ଗତ କିଛିଦିନ ଧରି ଅପରାଜିତା କ୍ରମାଗତ ଭାବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରି ବୟାନ ଦେବା ସହ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିବାରୁ ବିଜେଡି ଏବେ ତାଙ୍କ ବିରୁଦ୍ଧରେ ସ୍ୱରକୁ ଅଧିକ ଶାଣିତ କରିଥିବା ଜଣାପଡ଼ିଛି ।

ବିଜେଡି ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ୫ଟି ପ୍ରଶ୍ନ କରି ତା’ର ଉତ୍ତର ଦେବାକୁ ଆହ୍ୱାନ କରିଛନ୍ତି । ପ୍ରଥମ- ଗତ କିଛିବର୍ଷ ଧରି ଭୁବନେଶ୍ୱରର ଇସ୍କନ ମନ୍ଦିର ପାଖରେ ଜାତୀୟ ରାଜପଥରେ ବର୍ଷା ଜଳ ନିଷ୍କାସନ ହୋଇପାରୁନି । ସାଂସଦ ଅପରାଜିତାଙ୍କ ଘର ସାମ୍ନାରେ ଏଭଳି ଅବସ୍ଥା । ରୋଗୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନେ ବର୍ଷା ଜଳ ବୁଡ଼ି ରହୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଂସଦ ଭାବେ ଏ ସମସ୍ୟାର ସମାଧାନ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।

Also Read

ଦ୍ୱିତୀୟ- ଜାତୀୟ ରାଜପଥର ଭୁବନେଶ୍ୱର-ଖୋର୍ଦ୍ଧା ମଧ୍ୟରେ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି । ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ସରୁନଥିବାରୁ ଭୁବନେଶ୍ୱର-ଖୋର୍ଦ୍ଧା ମଧ୍ୟରେ ଗାଡ଼ି ଚଳାଚଳ ଓ ସମସ୍ତ ପ୍ରକାରର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । କେବେ ସୁଦ୍ଧା ସରିବ ଓ ଏହାକୁ ତ୍ୱରିତ୍ ସାରିବା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ତାହା କହିବେ କି?

ତୃତୀୟ- ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ପ୍ରାୟ ୩ବର୍ଷରୁ ଅଧିକ ସମୟ ଧରି କ୍ୟାପିଟାଲ ରିଜିଅନ ଆଉଟର ରିଂ-ରୋଡ୍ ପ୍ରକଳ୍ପର ସ୍ୱପ୍ନ ଦେଖାଇଛନ୍ତି ସାଂସଦ । ଏହି ପ୍ରକଳ୍ପ କେବେସୁଦ୍ଧା ବାସ୍ତବ ରୂପ ନେବ ତାହା ସାଂସଦ କହିବେ କି? ଚତୁର୍ଥ- ଭୁବନେଶ୍ୱର ସାଂସଦଙ୍କ ନିଜସ୍ୱ ସଂସଦୀୟ ମଣ୍ଡଳୀର ବହୁ ଗାଁରେ ଏବେ ଟେଲି ଯୋଗାଯୋଗ ବ୍ୟବସ୍ଥା ଠପ୍ ପଡ଼ିଛି । ବେଗୁନିଆ, ବୋଲଗଡ଼, ବାଲିଅନ୍ତା ଓ ବାଲିପାଟଣା ବ୍ଲକର ବହୁ ପଂଚାୟତରେ ଏବେବି ମୋବାଇଲ ସେବା ଲୋକଙ୍କୁ ଠିକ୍ ଭାବେ ମିଳିପାରୁନି । ସାଂସଦ ଭାବେ ବିଗତ ୪ବର୍ଷ ମଧ୍ୟରେ ଏ ଦିଗରେ କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।

ପଂଚମ- ଖୋର୍ଦ୍ଧା ଜିଲ୍ଲାର ବ୍ୟାଙ୍କିଂ ନେଟୱାର୍କ ବୃଦ୍ଧି ଦିଗରେ ବିଗତ ୪ବର୍ଷ ମଧ୍ୟରେ କିଛି ବି କରିନାହାନ୍ତି । ଯେଉଁଥିପାଇଁ ଚନ୍ଦକା, ଦାରୁଠେଙ୍ଗ, ପାଇକରାପୁର,ମେଣ୍ଢାଶାଳ, ତମାଣ୍ଡୋ, ନାନପୁଟ, କଂଟାବାଡ଼, ଜଙ୍କିଆ, କାଇପଦର, କାନପୁର, ବାଜପୁର ଆଦି ପଂଚାୟତରେ ଏବେବି ବ୍ୟାଙ୍କିଂ ସେବା ଉପଲବ୍ଧ ହୋଇପାରିନି । ସାଂସଦ ଏ ଦିଗରେ କାହିଁକି କିଛି ପଦକ୍ଷେପ ନେଇନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜେଡି ନେତ୍ରୀ ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ବିଗତ ୪ବର୍ଷ ହେଲା କେବଳ ନଜର ପ୍ରଚାରପ୍ରସାର କରିବାରେ ଅପରାଜିତା ମାତିଛନ୍ତି । ଦିଲ୍ଲୀ ଦରବାରରେ ସମସ୍ୟାକୁ ନେଇ କେବେବି ଦାବି କରିନାହାନ୍ତି । ପ୍ରଶାସନ କାହା ନିର୍ଦ୍ଦେଶରେ କାମ କରୁଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଗତକାଲି ସାଂସଦଙ୍କୁ ଏହି ପ୍ରଶ୍ନର ଉତ୍ତର ମିଳିଯାଇଥିବ । ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ଶ୍ରୀମତୀ ମିଶ୍ର କହିଥିଲେ ।

ତେବେ ରାଜ୍ୟ ସରକାର ଓ ଫାଇଭ-ଟି ସଚିବଙ୍କୁ ଅପରାଜିତାଙ୍କ ଶାଣିତ ଆକ୍ରମଣ ପରେ ବିଜେଡି ଏବେ ବିଚଳିତ ହୋଇପଡ଼ିଛି । ଯେଉଁଥିପାଇଁ ଦଳ ଗତ ସପ୍ତାହକ ମଧ୍ୟରେ ଦୁଇ ଦୁଇଥର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story