Advertisment

ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ଦେବାଶିଷ ଓ ଶୁଭାଶିଷ

ଆସନ୍ତା ୨୭ ତାରିଖରେ ଓଡ଼ିଶାର ୩ ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ।

Debashish and Subashish

Debashish and Subashish

Advertisment

ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ନାମାଙ୍କନ ଦାଖଲ କରିବେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ  ନାମାଙ୍କନ ଦାଖଲ କରିବେ। ଏହି ସମୟରେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ରହିବେ।

Advertisment

ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ମଧ୍ୟରୁ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଛି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ। ତେବେ ତୃତୀୟ ପ୍ରାର୍ଥୀ କିଏ ହେବେ ତାକୁ
ନେଇ କଳ୍ପନାଜଳ୍ପନା ଲାଗି ରହିଛି। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ କୌଣସି ସମସ୍ୟା ନାହିଁ।

ଆସନ୍ତା ୨୭ ତାରିଖରେ ଓଡ଼ିଶାର ୩ ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ। ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି।

Advertisment
BjD Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe