Advertisment

ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି: ମମତା ମହାନ୍ତ

ମମତା ମହାନ୍ତ କହିଛନ୍ତି, ଦେଖନ୍ତୁ କିଏ ଆସିବେ କିଏ ଯିବେ ତାହା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ହୁଏତ ସେମାନେ ଆସିପାରନ୍ତି।

Mamata

Mamata

Advertisment

ସୁଜିତ କୁମାର ରାଜ୍ୟସଭା ଓ ପରେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ସେ କହିଛନ୍ତି, ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ହୁଏତ ସେମାନେ ବିଜେପିକୁ ଆସିପାରନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ମମତା ମହାନ୍ତ କହିଛନ୍ତି, ଦେଖନ୍ତୁ କିଏ ଆସିବେ କିଏ ଯିବେ ତାହା ସମସ୍ତଙ୍କର ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ହୁଏତ ସେମାନେ ଆସିପାରନ୍ତି। ବିଜେଡିର କୌଣସି ନେତା, ବିଧାୟକ, ସାଂସଦଙ୍କ ସହ ମୋର ଯୋଗାଯୋଗ ନାହିଁ। ବିଜେଡିର ପ୍ରାୟ ଅଧିକାଂଶ ନେତା କର୍ମୀ ଏକ ଛତ୍ରବାଦ ଶାସନରେ ଅସନ୍ତୁଷ୍ଟ ଅଛନ୍ତି। ଦେଢ଼ ବର୍ଷରୁ ଅଧିକ ସମୟ ହେବ ମୁଁ ଦଳ ଛାଡ଼ିବା ନେଇ ନିଷ୍ପତ୍ତି ନେଇଥିଲି ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ଏବେ ବିଜେଡିର ଫାଉଣ୍ଡର, ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ ସେମାନେ ଦଳରେ ନାହାନ୍ତି। ସେମାନଙ୍କୁ ଦଳରେ ଅଣଦେଖା କରାଯାଇଥିଲା। କିଛି ନେତା ତାକୁ ଗ୍ରହଣ କରୁନଥିବା ବେଳେ ଆଉ କିଛି ନେତା ମ୍ୟାନେଜ କରି ଦଳରେ ରହି ଯାଉଛନ୍ତି। ସମୟ ଆସିଲେ ଆପଣ ସବୁ ଜାଣିପାରିବେ, କିଏ ଆସିବେ ଓ କିଏ ଯିବେ। ମୋ’ ପରେ ସୁଜିତ୍ କୁମାର ଦଳ ଛାଡ଼ିଲେ। ହୁଏତ ଆଗକୁ ଅନେକ ନେତା ଆସିପାରନ୍ତି ବୋଲି ମମତା ମହାନ୍ତ କହିଛନ୍ତି।

Advertisment

ତେବେ ମମତାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।  

BjD Bjp Mamata Mohanta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe