Advertisment

ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ସମ୍ବିଧାନ ପ୍ରତି ଅସମ୍ମାନ: ପ୍ରସନ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଦ୍ବାରା ଆୟୋଜିତ ଟ୍ରାକ୍ଟର ରାଲିରେ ହିଂସାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଆମେ ଟ୍ରାକ୍ଟର ରାଲିକୁ ସମର୍ଥନ କରିଥିଲୁ। କିନ୍ତୁ ଗତକାଲି ଯାହାସବୁ ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ବିଶେଷକରି ସାଧାରଣତନ୍ତ୍ର ଦିବସରେ ଯାହା ଘଟିଗଲା, ତାହା ଦେଶର ଦେଶର ସମ୍ବିଧାନ ପ୍ରତି ଅସମ୍ମାନ ଅଟେ। ଏହି ହିଂସାକାଣ୍ଡ ପଛରେ […]

ଅଦ୍ୟତନ ହୋଇଛି
ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ସମ୍ବିଧାନ ପ୍ରତି ଅସମ୍ମାନ: ପ୍ରସନ୍ନ

prasanna

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଦ୍ବାରା ଆୟୋଜିତ ଟ୍ରାକ୍ଟର ରାଲିରେ ହିଂସାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଆମେ ଟ୍ରାକ୍ଟର ରାଲିକୁ ସମର୍ଥନ କରିଥିଲୁ। କିନ୍ତୁ ଗତକାଲି ଯାହାସବୁ ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ବିଶେଷକରି ସାଧାରଣତନ୍ତ୍ର ଦିବସରେ ଯାହା ଘଟିଗଲା, ତାହା ଦେଶର ଦେଶର ସମ୍ବିଧାନ ପ୍ରତି ଅସମ୍ମାନ ଅଟେ। ଏହି ହିଂସାକାଣ୍ଡ ପଛରେ ବାହ୍ୟ ଶକ୍ତିର ହାତ ଥିବା କୁହାଯାଉଛି। କିନ୍ତୁ ଏଥିରେ କାହାର ହାତ ରହିଛି, ତା'ର ସଠିକ୍ ତଦନ୍ତ ହେବା ଦରକାର। ଏ ପ୍ରକାର ଘଟଣାକୁ କୌଣସି ଭାରତୀୟ ସମର୍ଥନ କରିବେ ନାହିଁ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Advertisment

ପ୍ରସନ୍ନ ଆଚାର୍ଯ୍ୟ ଆହୁରି କହିଛନ୍ତି, ଆମେ କୃଷି ବିଲରେ ସର୍ବନିମ୍ନ ସହାୟକ ମୂଲ୍ୟ ରହୁ ବୋଲି ଆମେ ଦାବି କରୁଛୁ। ସରକାର ମୌଖିକ ଭାବେ କହିଛନ୍ତି, ବିଲରେ ସ୍ଥାନ ଦେବାରେ ଅସୁବିଧା କେଉଁଠି ରହିଲା। ସ୍ୱାମୀନାଥନ କମିଟି ସୁପାରିସ୍ ଲାଗୁ ପାଇଁ ଆମେ ଦୃଢ଼ ଦାବି କରୁଛୁ ବୋଲି ପ୍ରସନ୍ନ କହିଛନ୍ତି।

ଗଣତନ୍ତ୍ର ଦିବସ ଅବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଏନେଇ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ହିଂସାକାଣ୍ଡ ଘଟଣାରେ ଦିଲ୍ଲୀ ପୁଲିସ୍ ୨୨ଟି ମାମଲା ରୁଜୁ କରିଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାତର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି।

Advertisment

ସେହିପରି ଦିଲ୍ଲୀ ପୁଲିସ୍ ରୁଜ କରିଥିବା ଏଫଆଇଆରରେ ଯୋଗେନ୍ଦ୍ର ଯାଦବଙ୍କ ବ୍ୟତୀତ, ଦର୍ଶନ ପାଲ ସିଂହ, ଗୁରନାମ ଛୁଦାନି, ରାଜେନ୍ଦ୍ର ସିଂହ, ବଲବୀର ସିଂହ ରାଜୱେଲ, ବୁଟା ସିଂହ, ଯୋଗେନ୍ଦ୍ର ସିଂହ ଉଗ୍ରାହନ, ସତନାମ ପନ୍ନୁ ଓ ଭାରତୀୟ କିଷାନ ମୋର୍ଚ୍ଚାର ମୁଖପାତ୍ର ରାକେଶ ଟିକେତଙ୍କ ନାଁ ରହିଛି। ପୁଲିସ୍‌ ପୂରା ଘଟଣାରେ ୨୦୦ ଜଣଙ୍କୁ ଅଟକ ରଖିଛି। ଖୁବଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe