Advertisment

ଭୃଗୁ ବକ୍ସିପାତ୍ରଙ୍କ ସମେତ ଏହି ୫ ଜଣଙ୍କୁ ଲୋକସଭା ପ୍ରାର୍ଥୀ କଲା ବିଜେଡି

ଭୃଗୁ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ତାଙ୍କୁ ବିଜେଡିର ଚନ୍ଦ୍ରଶେଖର ସାହୁ ପରାସ୍ତ କରିଥିଲେ।

undefined

Bhrugu Baxipatra

Advertisment

ସକାଳେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ଭେଟରାନ ରାଜନେତା ଭୃଗୁ ବକ୍ସିପାତ୍ରଙ୍କୁ ମିଳିଛି ଲୋକସଭା ଟିକେଟ। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ତାଙ୍କର ଲଢ଼େଇ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ହେବ। 

Advertisment

ଭୃଗୁ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ତାଙ୍କୁ ବିଜେଡିର ଚନ୍ଦ୍ରଶେଖର ସାହୁ ପରାସ୍ତ କରିଥିଲେ। ହେଲେ ବିଜେଡି ତାଙ୍କ ବଦଳରେ ବିଜେପିରୁ ଆମଦାନୀ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ଟିକେଟ ଦେଇଛି।

ଏହାବାଦ ବିଜେଡି ଆଉ ୪ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବଲାଙ୍ଗିରରୁ ସୁରେନ୍ଦ୍ର ସିଂ ଭୋଇ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ଲୋକସଭା ଆସନରୁ ପୁଣିଥରେ ମଞ୍ଜୁଲତା ମଣ୍ଡଳ ନିର୍ବାଚନ ଲଢ଼ିବେ। ସେହିପରି ପରିଣୀତା ମିଶ୍ରଙ୍କୁ ଦଳ ବରଗଡ଼ରୁ ଓ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ବିଜେଡି ଟିକେଟରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ।

Advertisment

ଏହାପୂର୍ବରୁ ବିଜେଡି ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାର ଅର୍ଥ ଦଳ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୦ଟି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ଏବେ କେବଳ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ରହିଛି।

BjD Bhrugu Baxipatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe