Advertisment

ଆଗ ନଖ ମାରିଲା, ପରେ ଦାନ୍ତ ମାରିବ

ଆଜି ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ବିଜେଡି ସୁପ୍ରିମୋଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Advertisment

ରାଜ୍ୟ ସରକାର ତଥା 5T ସଚିବଙ୍କୁ ବାକ୍ୟ ବାଣରେ ଘାଇଲା କରୁଥିବା ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ମୁହଁ ବନ୍ଦ ପାଇଁ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ଏହା ସତ୍ତ୍ୱେ ଚୁପ୍‌ ହୋଇନାହାନ୍ତି ସୌମ୍ୟ। ବହିଷ୍କାର ନିର୍ଦ୍ଦେଶନାମାରେ ଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ନେଇ ସେ କରିଛନ୍ତି ସନ୍ଦେହ।

Advertisment
Soumya Ranjan Patnaik BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe