Advertisment

ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିଲା

ବହିଷ୍କାର ଆଦେଶ ହଟିବା ପରେ ବିଜେଡି ବିଧାୟକ ତଥା ତାଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି, ବହିଷ୍କାର ଆଦେଶ ଉଠାଇଥିବା ଯୋଗୁ ପୁଅ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ବାପା ଅସୁସ୍ଥତା ଯୋଗୁ ହସ୍‌ପିଟାଲ୍‌ରେ ଅଛନ୍ତି।

author-image
Manoj Swain

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ତାଙ୍କ ଉପରକୁ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ବିଜେଡିରୁ ବହିଷ୍କାର ପରେ ସେ ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ବିଜେଡି ବିଧାୟକ ତଥା ତାଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି, ବହିଷ୍କାର ଆଦେଶ ଉଠାଇଥିବା ଯୋଗୁ ପୁଅ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ବାପା ଅସୁସ୍ଥତା ଯୋଗୁ ହସ୍‌ପିଟାଲ୍‌ରେ ଅଛନ୍ତି। ବିଜେଡିରୁ ଦୂରେଇ ରହିବା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। 

Advertisment
Odisha Damodar Rout