ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ମିଳିବା ନେଇ ସଂସଦରେ ବିଲ୍ ପାସ୍ ହୋଇଛି। ହେଲେ ୧୭ ତମ ଲୋକସଭାରେ ଓଡ଼ିଶାରୁ ବର୍ତ୍ତମାନ ଏକ-ତୃତୀୟାଂଶ ମହିଳା ଅର୍ଥାତ୍ ୨୧ ଜଣରୁ ୭ ଜଣ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ସେମାନଙ୍କ ଭିତରେ ବିଜେଡିରୁ ୫ ଜଣ ଥିବାବେଳେ ବିଜେପିରୁ ୨ ଜଣ ଅଛନ୍ତି।