Advertisment

ବିଜେଡିର ବରଗଡ଼ ଚାଷୀ ସମାବେଶ: ଚାଷୀଙ୍କ ପାଇଁ ଦରଦ ନା ପୁରୁଣା ପାପର ପ୍ରାୟଶ୍ଚିତ?

ଦଳର ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସୋହଲାଠାରେ ୨୦୧୫ ମସିହା ନଭେମ୍ବର ୧୯ତାରିଖରେ ଦଳର ଚାଷୀ ସମାବେଶରେ ଯୋଗ ଦେଇ ଚାଷୀଙ୍କୁ ୧୦୦ଟଙ୍କାର ବୋନସ ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ବିଜେଡି ସରକାରରୁ ଯିବା ପର୍ଯ୍ୟନ୍ତ(୨୦୨୪ ମେ’) ଏହି ଘୋଷଣା କେବଳ ଘୋଷଣାରେ ରହିଗଲା ।

ଅଦ୍ୟତନ ହୋଇଛି
BJD

BJD

Advertisment

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଚାଷୀ ସମାବେଶ କରିବ ବିଜେଡି । ଚଳିତ ଖରିଫ ଋତୁରେ ଚାଷୀ ପଞ୍ଜିକରଣରେ ସମସ୍ୟା ଓ ଧାନକାଟ୍ ପ୍ରତିବାଦରେ ବିଜେଡିର ଏହି ସମାବେଶରେ ଦଳର ରାଜ୍ୟସ୍ତରୀୟ ନେତାମାନେ ଯୋଗଦେବେ ବୋଲି ଜଣାପଡ଼ିଛି । ତେବେ ବିଜେଡିର ଏହି ଅଚାନକ ଚାଷୀଙ୍କ ପ୍ରତି ଦରଦକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ୨୪ ବର୍ଷର ଶାସନ କାଳରେ ଚାଷୀଙ୍କୁ ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳତାକୁ ଲୁଚାଇ ବିଜେଡି ଏବେ ବିରୋଧୀ ଦଳ ଭାବେ ଚାଷୀଙ୍କ  ହକ୍ ପାଇଁ ଲଢ଼େଇ କରୁଛି ନା ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ନିଜର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ନା ନିଜର ପୁରୁଣା ପାପ ଧୋଇବାର ରାଜନୈତିକ ନାଟକବାଜି କରୁଛି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ।

Advertisment

ବିଜେଡିର ଚାଷୀ ସମାବେଶ

ଆସନ୍ତାକାଲି ବରଗଡ଼ ସହରରେ ବିଜେଡି ଏକ ବିଶାଳ ଚାଷୀ ସମାବେଶ କରିବ ବୋଲି ସୂଚନା ଦେଇଛି । ଏକ ବିଶାଳ ର‌୍ୟାଲି ଓ ପ୍ରତିବାଦ ସଭା କରି ଦଳର ନେତାମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର, ରାଜନୀତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା ଓ ପ୍ରଣବପ୍ରକାଶ ଦାସଙ୍କ ସମେତ  ପ୍ରତାପ ଜେନା, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଗଧାଡ଼ିର ରାଜ୍ୟସ୍ତରୀୟ ନେତାମାନେ ବରଗଡ଼ ଗସ୍ତରେ ଯାଇଥିବା ଜଣାପଡ଼ିଛି ।

ବିଜେଡିର ଅତୀତର ମିଛ ପ୍ରତିଶ୍ରୁତି

ନିଜର ଅପକର୍ମ ପାଇଁ କ୍ଷମତାଚ୍ୟୁତ ହୋଇଥିବା ବିଜେଡି ଏବେ ଚାଷୀଙ୍କ ପ୍ରତି ଦରଦ ଦେଖାଇଛି । କ୍ଷମତାରେ ଥିବାବେଳେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ଟଙ୍କାର ବୋନସ ଦେବାକୁ ସେହି ବରଗଡ଼ ଜିଲ୍ଲାର ସୋହଲାଠାରେ ବିଶାଳ ଚାଷୀ ସମାବେଶରେ ଘୋଷଣା କରିଲା ବିଜେଡି । ଦଳର ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସୋହଲାଠାରେ ୨୦୧୫ ମସିହା ନଭେମ୍ବର ୧୯ତାରିଖରେ ଦଳର ଚାଷୀ ସମାବେଶରେ ଯୋଗ ଦେଇ ଚାଷୀଙ୍କୁ ୧୦୦ଟଙ୍କାର ବୋନସ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଜେଡି ସରକାରରୁ ଯିବା ପର୍ଯ୍ୟନ୍ତ(୨୦୨୪ ମେ’) ଏହି ଘୋଷଣା କେବଳ ଘୋଷଣାରେ ରହିଗଲା । ଏପରିକି ଏବେ ବରଗଡ଼ ଚାଷୀ ସମାବେଶରେ ଅଧିକ ସକ୍ରିୟତା ଦେଖାଉଥିବା ବିଜେଡିର ରାଜନୀତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା ନିଜେ ଦଳର ସୋହଲା ସମାବେଶବେଳେ ରାଜ୍ୟର ଖାଦ୍ୟଯୋଗାଣ ମନ୍ତ୍ରୀ ଥିଲେ । କିନ୍ତୁ ନବୀନଙ୍କ ଘୋଷଣାର ୧୦ବର୍ଷ ମଧ୍ୟରେ କାହିଁକି ଚାଷୀଙ୍କୁ ଘୋଷଣା ହୋଇଥିବା ୧୦୦ଟଙ୍କାର ବୋନସ୍ ଦିଆଗଲା ନାହିଁ ସେନେଇ ବିଜେଡି ପାଖରେ ଉତ୍ତର ନାହିଁ । ଦଳ ସବୁବେଳେ ଏହି ପ୍ରସଙ୍ଗରେ ନିଜର ଦୋଷ ଛଡ଼ାଇବାକୁ କେନ୍ଦ୍ର ଉପରେ ଦୋଷ ଲଦି ଆସିଥିଲା । ମାତ୍ର ବିଜେପି ସରକାର କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଦେବାପରେ ବିଜେଡିର ଏହି ମିଛ ମଧ୍ୟ ପଦାରେ ପଡ଼ିଯାଇଛି । ଏବେ ସେହି ବରଗଡ଼ ମାଟିରେ ବିଜେଡି ପୁଣି ଚାଷୀ ସମାବେଶ କରି କେଉଁ ମୁହଁରେ ଚାଷୀଙ୍କ ହକ୍ ପାଇଁ ଲଢେଇ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Advertisment

ବିଜେଡିର ଚାଷୀ ବିରୋଧୀ କାର୍ଯ୍ୟକଳାପ

ନିଜର ୨୪ ବର୍ଷର ଶାସନ କାଳରେ ବିଜେଡି ରାଜ୍ୟର ଚାଷୀଙ୍କ ପାଇଁ ଅନେକ ଯୋଜନା ଘୋଷଣା କରିଥିଲା, କିନ୍ତୁ ଅଧିକାଂଶ କେବଳ କାଗଜରେ ହିଁ ରହିଗଲା । ବରଗଡ଼ ସମେତ ରାଜ୍ୟର ବିଭିନ୍ନ ଭାଗର ଚାଷୀମାନେ ମଣ୍ଡି ବ୍ୟବସ୍ଥାରେ କଟନି-ଛଟନି, ସରକାର-ମିଲର ମଧୁଚନ୍ଦ୍ରିକା, ଟୋକନ ପ୍ରଦାନରେ ଅବ୍ୟବସ୍ଥା, ଚାଷୀଙ୍କୁ ଠିକ୍ ସମୟରେ ଧାନବିକ୍ରି ଅର୍ଥ ନମିଳିବା,  ମଞ୍ଜି ଓ ସାର ଯୋଗାଣର ଅଭାବ ଏବଂ ଫସଲର ଉଚିତ ମୂଲ୍ୟରୁ ବଂଚିତ ହେବାର ଅଭିଯୋଗ ବାରମ୍ବାର ଉଠାଇଥିଲେ । ଏହା ସହିତ ଚାଷୀ ଆତ୍ମହତ୍ୟାର ଘଟଣା ବିଜେଡି ଶାସନ କାଳରେ ଏକ ଗୁରୁତର ସମସ୍ୟା ଥିଲା । କେବଳ ବରଗଡ଼ ଜିଲ୍ଲାରେ ନୁହେଁ, ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଚାଷୀମାନେ ଋଣର ବୋଝ ଓ ଅନିଶ୍ଚିତତା ହେତୁ ଆତ୍ମହତ୍ୟା କରିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଜେଡିର ବିଫଳତା ଚାଷୀଙ୍କ ମନରେ ଏକ ଗଭୀର ଅସନ୍ତୋଷ ସୃଷ୍ଟି କରିଥିଲା । ଏପରିକି ରାଜ୍ୟରେ ବିଗତ ୨୪ବର୍ଷ ମଧ୍ୟରେ ଶତାଧିକ ଚାଷୀ ଆତ୍ମହତ୍ୟା କରିଥିଲେ ମଧ୍ୟ ସେସବୁକୁ ପାରିବାରିକ ବିବାଦ କହି ବିଜେଡି ସରକାର ଫାଙ୍କି ଦେଇଥିଲେ । ଚାଷୀଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ସଂଗଠନଗୁଡ଼ିକ ଉପରେ ବଳପ୍ରୟୋଗ ଓ ସେମାନଙ୍କୁ ରାଜଧାନୀରେ ନପୁରାଇ ଦେବା ଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବିଜେଡି ନିଜର ଶାସନ ସମୟରେ କରିବାକୁ ପଛାଇନଥିଲା ।

ବିଜେଡିର ଅଭିଯୋଗ ଓ ବିଜେପିର ପାଲଟା ଜବାବ

ବିଜେଡି ଅଭିଯୋଗ କରୁଛି ଯେ ବିଜେପି ସରକାରଙ୍କ ଅମଳରେ ଚାଷୀ ପଞ୍ଜୀକରଣରେ ସମସ୍ୟା, ଧାନ କିଣାରେ କଟନି-ଛଟନି ଏବଂ ସାରର ଅଭାବ ଦେଖାଦେଇଛି । ଯଦିଓ ଏହି ସମସ୍ୟାଗୁଡ଼ିକ ବିଜେଡିର ୨୪ ବର୍ଷର ଶାସନରେ ବି ରହିଥିଲା । ବିଜେପି ଏହାର ପାଲଟା ଜବାବରେ କହିଛି ଯେ, ବିଜେଡିର ଏହି ସମାବେଶ ଚାଷୀଙ୍କ ପାଇଁ ନୁହେଁ ବରଂ ନିଜର ରାଜନୀତିକ ଅସ୍ତିତ୍ୱ ବଂଚାଇବା ପାଇଁ ଏକ ପ୍ରୟାସ । ବିଜେପି ସରକାର କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ଯେଉଁଥିରେ ଇନପୁଟ୍ ସହାୟତାବାଦରେ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଦେଉଛନ୍ତି ।

୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରଠୁ ଦଳରେ ଅନ୍ତଃକନ୍ଦଳ ଓ ସାଙ୍ଗଠନିକ ଅସ୍ଥିରତା ବଢ଼ିବାରେ ଲାଗିଛି । ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ନିଷ୍କ୍ରିୟତା ଯୋଗୁ ଦଳ ଏବେ ଦିଶାହୀନ ଅବସ୍ଥାରେ ରହିଛି । ବିଜେଡି ଏହି ସମାବେଶ ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ କରୁଥିଲେ ମଧ୍ୟ ଅତୀତରେ ଚାଷୀଙ୍କ ପ୍ରତି କରିଥିବା ବିଶ୍ୱାସଘାତକତା ଓ ପ୍ରତାରଣା ଦଳକୁ ମହଙ୍ଗା ପଡ଼ୁଥିବା ସାଧାରଣରେ ଚର୍ଚ୍ଚା ।

BjD Farmer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe