ବିଜେଡିର ସଙ୍ଗୀନ ଅଭିଯୋଗ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁପଛରେ ଅଛି ଷଡ଼ଯନ୍ତ୍ର

ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ଆଜି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସନ୍ଦେଶରେ ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରି ବିଚାରବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

Kamala

ବାମରୁ ବିଜେଡି ନେତ୍ରୀ ସୁଲତା ଓ ପଦ୍ମଶ୍ରୀ କମଳା ପୂଜାରୀ

Ordigital Desk
  • Published: Tuesday, 23 July 2024
  • Updated: 23 July 2024, 09:32 PM IST

Sports

Latest News

ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡି ନିଜର ହିତାହିତ ଜ୍ଞାନ ଭୁଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛି, ଯାହା ଦଳ ପାଇଁ ବୁମେରାଂ ପାଲଟିଛି। ବିଜେଡି ଏବେ ତୁଚ୍ଛା ରାଜନୀତିକ ଚର୍ଚ୍ଚାରେ ରହିବାକୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ । କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିବା ସହ ନିଜ ସରକାରର ଅମଳରେ ରାଜ୍ୟରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାସ୍ତବତା ଉପରେ ମଧ୍ୟ ପରୋକ୍ଷରେ ପ୍ରଶ୍ନ ଉଠାଇଛି । ବିଜେଡି ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ୪ମିନିଟ୍ ୧୮ସେକେଣ୍ଡର ଏକ ଭିଡିଓରେ କମଳା ପୂଜାରୀଙ୍କ ମୃତ୍ୟୁର ବିଚାରବିଭାଗୀୟ ତଦନ୍ତ ଦାବି କରିବା ପରେ ବିଜେଡିର ବାଚଳାମି ପଦାରେ ପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସନ୍ଦେଶରେ ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରି ବିଚାରବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି । କମଳା ପୂଜାରୀଙ୍କୁ କୋରାପୁଟର ଜୟପୁରରୁ କଟକ କିଏ ସ୍ଥାନାନ୍ତର କରିଥିଲା? କଟକ ଏସସିବିରେ ହାଉସସର୍ଜନଙ୍କ ଧର୍ମଘଟ ଚାଲିଥିବାବେଳେ କାହିଁକି ତାଙ୍କୁ ଭାଇଜାଗ୍ , ବ୍ରହ୍ମପୁର କିମ୍ବା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ନକରି କଟକ ଏସସିବି ମେଡିକାଲ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଗଲା? ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଗାଁର ସନାଭାଇକୁ ଆପୋଲୋରେ ଚିକିତ୍ସା ମିଳୁଛି, କମଳା ପୂଜାରୀଙ୍କୁ ସେଠାରେ ଭର୍ତ୍ତି କରିବାରେ କ’ଣ ଅସୁବିଧା ଥିଲା? କମଳା ପୂଜାରୀଙ୍କୁ କଟକ ହସ୍ପିଟାଲ ଅଣାଯିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା କି? ତାଙ୍କୁ କାହିଁକି ଏୟାରଲିଫ୍ଟ କରାଗଲା ନାହିଁ? ତାଙ୍କର ଚିକିତ୍ସାରେ ଅବହେଳା ହୋଇଥିଲା କି? ସେ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି? ବିହନ ବେପାରୀଙ୍କ ଚକ୍ରାନ୍ତରେ ଏ ସରକାର ଫସିଯାଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ।

Also Read

ତେବେ ପ୍ରଶ୍ନ ଉଠୁଛି, ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁର ୩ଦିନ ପରେ ବିରୋଧୀ ବିଜେଡି ଏଭଳି ସଙ୍ଗୀନ ଅଭିଯୋଗ ଆଣି ବିଚାରବିଭାଗୀୟ ତଦନ୍ତ ଦାବି କରିବା ପଛରେ କେତେ ଦମ୍ ଅଛି? ଦେଢ଼ମାସର ମୋହନ ମାଝୀ ସରକାରଙ୍କୁ କଟକ ଏସସିବି ମେଡିକାଲର ଚିକିତ୍ସା ଭିତ୍ତିଭୂମି ନେଇ ପ୍ରଶ୍ନ କରିଥିବା ବିଜେଡିକୁ କ’ଣ ନିଜ ସରକାରର ୨୪ବର୍ଷର ଶାସନ କାଳରେ ସେଠାକାର ଚିକିତ୍ସା ସେବା ଓ ଭିତ୍ତିଭୂମି ଉପରେ ଭରସା ପାଉନି କି? କେବଳ ହାଉସସର୍ଜନଙ୍କ ଭରସାରେ କ’ଣ ଏତେବଡ଼ ହସ୍ପିଟାଲ ପରିଚାଳିତ ହେଉଛି କି? ଏହା କ’ଣ ବିଜେଡି ସରକାରର ୨୪ବର୍ଷର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଲବ୍ôଧ କି? କଟକ ଏସସିବି ମେଡିକାଲର ଯେଉଁ ୪ଜଣିଆ ଡାକ୍ତର ଟିମ୍ ୨ଦିନ ଧରି ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ ଓ ତାଙ୍କୁ ମୃତ୍ୟୁ ଘୋଷଣା କଲେ, ସେହି ଡାକ୍ତରମାନଙ୍କ ବିଶ୍ୱସନୀୟତା ଉପରେ ବିଜେଡିର ସନ୍ଦେହ ରହିଛି କି?

ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ ଏଭଳି ଉଦ୍ଭଟ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିବା ପୂର୍ବରୁ ନିଜ ସରକାର ଅମଳରେ ଅର୍ଥାତ୍ ୨୦୨୨ ଅଗଷ୍ଟ ମାସରେ ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କେଉଁଠି ଚିକିତ୍ସା ସେବା ଯୋଗାଇ ଦେଇଥିଲା ତାହା ହୁଏତ ଭୁଲିଯାଇଛନ୍ତି ? ସେତେବେଳେ କାହିଁକି କୋରାପୁଟ ଜିଲ୍ଲା ହସ୍ପିଟାଲରେ ୪ଦିନ ଚିକିତ୍ସା ପାଇଁ ପଡ଼ି ରହିବା ପରେ ଆମ୍ବୁଲାନ୍ସରେ ସଡ଼କ ମାର୍ଗରେ ତାଙ୍କୁ ଆଣି କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା? ଏବେ ବିଜେଡି ଯେଉଁ ପ୍ରଶ୍ନ କରୁଛି ସେତେବେଳେ କ’ଣ ସେଭଳି ବ୍ୟବସ୍ଥା ଭାଇଜାଗ୍ , ବ୍ରହ୍ମପୁର କିମ୍ବା ଆପୋଲୋ ହସ୍ପିଟାଲରେ କରାଯାଇ ପାରିନଥାନ୍ତା କି?

ବିଜେଡି ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ଦେଓ ଏଭଳି ଉଦ୍ଭଟ ଅଭିଯୋଗ କ’ଣ ତାଙ୍କ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଣିଛନ୍ତି କି? ଯଦି ଏହି ଅଭିଯୋଗରେ ନବୀନଙ୍କ ସମ୍ମତି ଥାଏ ତା’ହେଲେ ହୁଏତ ବିଜେଡି ସରକାର ମୃତ ବ୍ୟକ୍ତି(ମନ୍ତ୍ରୀ ନବ ଦାସ)ଙ୍କୁ ଆଣି ଚିକିତ୍ସା କରିବାର ଯେଉଁ ଅଭିଯୋଗ ରହିଛି ସେହି ଥିଓରିକୁ ଏବେ ବିରୋଧୀ ଦଳରେ ରହି ପରିପ୍ରକାଶ କରୁଛି ବୋଲି ସାଧାରଣରେ ଚର୍ଚ୍ଚା । ତେଣୁ ନିଜର ଦକ୍ଷତା ବଳରେ ଉନ୍ନତ ପ୍ରଜାତିର ବିହନ ସୃଷ୍ଟି କରି ଉଦାହରଣ ପାଲଟିଥିବା ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀଙ୍କ ମୃତ୍ୟୁକୁ ନେଇ ଏଭଳି ହୀନ ରାଜନୀତି କରିବାରୁ ବିଜେଡି କ୍ଷାନ୍ତ ରହିବା ସହ ନିଜର ‘ତୁଣ୍ଡ’ ଉପରେ ଲଗାମ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି ।
ସୂଚନାଯୋଗ୍ୟ, ଦୀର୍ଘବର୍ଷ ଧରି କିଡନୀଜନିତ ରୋଗ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତା ପଦ୍ମଶ୍ରୀ କମଳା ପୂଜାରୀଙ୍କର ଗତ ୩ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତାଙ୍କ ନିଜ ଗାଁରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story