Advertisment

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେଲେ BJD ନେତା!

ପ୍ରଣବଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ବାସଭବନ ପଟୁ ଚିତ୍ର ସଂଗ୍ରହ କରିବାକୁ ଉଦ୍ୟମ କରିଥିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ବିଜେଡିର ତୃତୀୟ ପାୱାରଫୁଲ୍‌ ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାର କଭରେଜ୍ ବେଳେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ ବିଜେଡି ନେତା କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଆଜି ଏଭଳି ସାଂଘାତିକ ଅଭିଯୋଗ ଆଣିଛି ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍। ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

Advertisment

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ପାଖକୁ ଲାଗିକି ରହିଛି ରଘୁ ନନ୍ଦନ ଦାସଙ୍କ ସରକାରୀ କ୍ୱାର୍ଟର୍ସ। ପ୍ରଣବଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ବାସଭବନ ପଟୁ ଚିତ୍ର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ଉତ୍ତ୍ୟକ୍ତ ରଘୁନନ୍ଦନ, ନିଜ ପାଖରେ ଥିବା କୁକୁରଙ୍କୁ ଛାଡିଦେବାକୁ ତାଙ୍କ ସହଯୋଗୀଙ୍କୁ କହିଥିଲେ। ଏହା ପରେ ରଘୁନନ୍ଦନଙ୍କ ସହଯୋଗୀ ହଠାତ୍ କୁକୁରକୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ସଂପୃକ୍ତ ମହିଳା ସାମ୍ବାଦିକ ଓ ରଘୁନନ୍ଦନଙ୍କ କଥାବାର୍ତ୍ତା କ୍ୟାମେରାରେ ରେକର୍ଡ ହୋଇଛି। ଯେଉଁଥିରେ ରଘୁନନ୍ଦନ କୁକୁର ଛାଡିବାକୁ କହୁଥିବା ଶୁଣିବାକୁ ମିଳିଛି।

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe