/odisha-reporter/media/post_attachments/uploadimage/library/16_9/16_9_0/Congress__1713439844.jpg)
Congress
ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ଖଣ୍ଡପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ମହାନ୍ତି ଦାୟିତ୍ୱ ତୁଲାଇଛନ୍ତି।
Advertisment
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀମତୀ ମହାନ୍ତିଙ୍କୁ ଦଳରେ ସ୍ୱାଗତ କରାଯାଇଥିଲା । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ତାଙ୍କର କଂଗ୍ରେସରେ ଯୋଗଦାନ ଦ୍ୱାରା କେବଳ ଖଣ୍ଡପଡ଼ା ନୁହେଁ,ସମଗ୍ର ନୟାଗଡ଼ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । କଂଗ୍ରେସକୁ ସୁଦୃଢ଼ ଓ ସଶକ୍ତ କରିବା ପାଇଁ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ତୁଲାଇବେ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
