Advertisment

୧୫ ଲକ୍ଷ ଆବାସ ଆମ ହକ୍‌: ବିଜେଡି; ୨୮ଲକ୍ଷ ମିଳିଥିଲେ ବି କାମ ସରୁନି: ବିଜେପି

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଓଡ଼ିଶା ସରକାରଙ୍କ ଅପରାଗତା ଯୋଗୁଁ ଏଯାଏଁ ରାଜ୍ୟର ବହୁ ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ।

BJD's protest over PMAY

BJD's protest over PMAY

Advertisment

ବିଧାନସଭା ଚାଲିଥିବା ବେଳେ ଗୋଟାଏ ପଟେ ବିଧାନସଭାରେ ପିଏମ୍‌ ଆବାସକୁ ନେଇ ପ୍ରଶ୍ନ-ଉତ୍ତର, ଅନ୍ୟପଟେ ଏହାକୁ ପ୍ରସଙ୍ଗ କରି ବିଜେଡି ଦେଲା ଧାରଣା। ପିଏମ୍ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ଆଜି ବିଜେଡି ମହିଳା ମୋର୍ଚ୍ଚା ରାଜଭବନ ଆଗରେ ଧାରଣା ଦେଇଛି। ପିଏମ୍‌ ଆବାସକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ଦଳ ଭିତରେ ରାଜନୀତି ଏବେ ଅଲୋଚନାର ବିଷୟ ହୋଇଛି।

Advertisment

ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ରାଜଭବନ ଆଗରେ ଧାରଣା ଦେଇଛନ୍ତି। ସାଂସଦ ସୁଲତା ଦେଓ କହିଛନ୍ତି, କିଛିଦିନ ତଳେ ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆବାସ ବନ୍ଦ କରିବାକୁ ନିବେଦନ କରିଥିଲେ। ଗରିବଙ୍କ ହକ୍ ମାରୁଥିବାରୁ ଏହା ପ୍ରତିବାଦରେ ଧାରଣା ଦିଆଯାଉଛି। ୧୫ ଲକ୍ଷ ଘର ଆମ ହକ୍, ବିଜେପି ଏହି ହକ୍ ମାରିଛି। ଏହି ହକ୍ ଦିଆଯାଉ।

ସେପଟେ ଦଳୀୟ କାର୍ଯ୍ୟାଳୟ ଠାରେ ପ୍ରାସ୍ ମିଟ୍ କରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି। ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ଅପରାଗତା ଯୋଗୁଁ ଏଯାଏଁ ରାଜ୍ୟର ବହୁ ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ। ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଏହାର କାରଣ ହୋଇଛି।

Advertisment

ଅନ୍ୟପଟେ ଆଜି ବିଧାନସଭାରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଜଣାଇଛନ୍ତି ଯେ, ୨୦୧୯-୨୦ରୁ ୨୦୨୨-୨୩ ଭିତରେ କେନ୍ଦ୍ର ସରକାର ପ୍ରର୍ଯ୍ୟାୟ କ୍ରମେ ୧୮ ଲକ୍ଷ ୪୫ ହଜାର ୨୮୪ଟି ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି।

ଯେତେବେଳେ କି ୨୦୧୬-୧୭ ରୁ ୨୦୨୦-୨୧ ମଧ୍ୟରେ କେନ୍ଦ୍ରରୁ ଓଡିଶାକୁ ମିଳିଛି ୧୮ ଲକ୍ଷ ୭୮ ହଜାର ୩୨୪ ପକ୍କା ଘର(ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ)। ସେଥି ମଧ୍ୟରୁ ୧୭ ଲକ୍ଷ ୧୦ ହଜାର ୨୧୮ ପକ୍କା ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଛି। ବାକି ୧ ଲକ୍ଷ ୬୮ ହଜାର ୧୦୬ ଘର ଏ ପର୍ଯ୍ୟନ୍ତ ନିର୍ମାଣ ସରିନାହିଁ।

୨୦୨୧-୨୨ ରୁ ୨୦୨୨-୨୩ ମଧ୍ୟରେ କେନ୍ଦ୍ରରୁ ମିଳିଥିବା ପକ୍କା ଘରର ସମ୍ଭାବ୍ୟ ହିତାଧିକାରୀ ତାଲିକାରୁ ଚୂଡାନ୍ତି କରଣ ପ୍ରକ୍ରିୟା ଜାରି ରହିଛି ବୋଲି ଉତ୍ତରରୁ ଜଣାପଡ଼ିଛି।

ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ ଜଣାଇଛନ୍ତି ଯେ, ଗତ ୨୨ ବର୍ଷ ଭିତରେ ରାଜ୍ୟର ୪୪ ଲକ୍ଷ ୯୯ ହଜାର ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି।

Bjp PMAY Scam Bjd Politics PMAY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe