Advertisment

ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେନି ଶ୍ରୀମୟୀ; ଖାଲି ଆଈ ମାଆ କାହାଣୀ କହିଲେ

‘ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଭୁବନେଶ୍ୱର ଲୋକସେବା କ୍ଷେତ୍ର ପାଇଁ ଗୁରୁଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ହୁଏତ ମ୍ୟାଡାମ ଟିକେ ବିଚଳିତ ଅଛନ୍ତି ଓ କେଉଁଠି ନା କେଉଁଠି ତାଙ୍କର ନିଦ ହଜି ଯାଇଛି।’

ଅଦ୍ୟତନ ହୋଇଛି
undefined

Shreemayee Mishra

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁ ନନେଇ ଆଜି ଅନେକ ପ୍ରଶ୍ନ ପଚାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯାହାର ଉତ୍ତର ଦେବା ପାଇଁ ମୈଦାନକୁ ଓହ୍ଲାଇଥିଲେ ବିଜେଡିର ମୁଖପାତ୍ର ଶ୍ରୀମୟୀ ମିଶ୍ର। ହେଲେ ସେ ସିଧା କୌଣସି ଉତ୍ତର ଦେଲେନାହିଁ। ବରଂ ବହେ ଆଈ ମାଆ କାହାଣୀ କହିଲେ।

Advertisment

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମୟୀ ମିଶ୍ର କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଭୁବନେଶ୍ୱର ଲୋକସେବା କ୍ଷେତ୍ର ପାଇଁ ଗୁରୁଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ହୁଏତ ମ୍ୟାଡାମ ଟିକେ ବିଚଳିତ ଅଛନ୍ତି ଓ କେଉଁଠି ନା କେଉଁଠି ତାଙ୍କର ନିଦ ହଜି ଯାଇଛି। ନହେଲେ ପ୍ରସଙ୍ଗବିହୀନ କିଛି ଅପ୍ରସଙ୍ଗକୁ ନେଇ ପ୍ରେସମିଟ୍‌ କରିନଥାଆନ୍ତେ। ମ୍ୟାଡାମଙ୍କୁ କହି ରଖିବାକୁ ଚାହେଁ, ଯେବେଠାରୁ ସେ ଚାକିରି ଛାଡ଼ି ରାଜନୀତିରେ ମିଶିଲେ, ସେବେଠାରେ ସେ ହେଉଛନ୍ତି ଜଣେ ପଲିଟିକାଲ୍‌ ଲେଡି। କିନ୍ତୁ ଆଶ୍ଚର୍ଯ୍ୟର କଥା, ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାରୋକ୍ରାସିରେ ନଥାଇ ମଧ୍ୟ ସେ ବ୍ୟୁରୋକ୍ୟାଟ୍ରିକ୍‌ ମାଇଣ୍ଡ ସେଟ୍‌ରୁ ବାହାରି ପାରିନାହାନ୍ତି। ସେ ବୁଝିପାରି ନାହାନ୍ତି- ଲୋକଙ୍କୁ ସେବା ଦେବା, ଲୋକଙ୍କ ପାଇଁ ଡେଭ୍‌ଲପ୍‌ମେଣ୍ଟ କାମ କରିବା ଓ ଲୋକଙ୍କ ପାଇଁ ବିକାଶମୂଳକ କାମ କରିବା ହେଉଛି ଜଣେ ରାଜନୈତିକ ବ୍ୟକ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମୟୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଲୋକମାନେ କେମିତି ଉନ୍ନତ ସେବା ପାଇବେ? ଲୋକଙ୍କ ବିକାଶ ପ୍ରକ୍ରିୟା କେମିତି ଆଗକୁ ବଢ଼ିଚାଲିବ? ସେ ଦିଗରେ ରାଜ୍ୟ ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ୨୦୧୯ ମସିହାରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଚେଷ୍ଟା କରୁଛୁ। ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ କଥା ବୁଝିବାରେ ଭୁଲ୍‌ କେଉଁଠି ରହିଲା? ଯଦି କୌଣସି ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାରେ ଭୁଲ୍‌ କେଉଁଠି ରହିଲା? ଆଜି ଦେଖିଥିବେ ଗାଁ ଗହଳିରେ ଲୋକମାନେ ନିଜର ଅଭିଯୋଗକୁ ଅତି ଖୁସିର ସହ କହିପାରୁଛନ୍ତି। ତାଙ୍କ ସମସ୍ୟା ଗାଁ ଦାଣ୍ଡରେ ସମାଧାନ ହୋଇପାରୁଛି। ଆମର ଗଭର୍ଣ୍ଣାନ୍ସ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚି ପାରିଛି। ଏହା ଦେଖି ମ୍ୟାଡାମ କାହିଁକି ଏତେ ଭୟଭୀତ ଅଛନ୍ତି ବୋଲି ଶ୍ରୀମୟୀ ମିଶ୍ର ପ୍ରଶ୍ନ କରିଛନ୍ତି?

Advertisment

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ଆଜି ପ୍ରତ୍ୟକ ଗାଁରେ ସ୍କୁଲ ରୁପାନ୍ତରୀକରଣ ହୋଇପାରୁଛି। ଗ୍ରାମାଞ୍ଚଳରେ ସ୍କୁଲ ଓ କଲେଜ ଯାଉଥିବା ପିଲାମାନଙ୍କର ସମସ୍ୟା ଶୀଘ୍ର ସମାଧାନ ହେଉଛି। ଗାଁର ମନ୍ଦିର ଏବଂ ଐତିହାସିକ ପୀଠର ୫ଟି ରୂପାନ୍ତରୀକରଣ ହୋଇପାରୁଛି। ଏସବୁ କାମ ଲୋକଙ୍କ ଫିଡ୍‌ବ୍ୟାକ ମେକାନିଜିମ୍‌ ସହିତ ଆଟାଚ୍‌ ରହିଛି। ଲୋକଙ୍କ ମତାମତ ନିଆଯାଇ, ସେହି ହିସାବରେ କାର୍ଯ୍ୟ ହେଉଛି। ଆଶ୍ଚର୍ଯ୍ୟର କଥା, ମ୍ୟାଡାମଙ୍କୁ ଡେଭଲ୍‌ପମେଣ୍ଟ କାମ ପସନ୍ଦ ଆସୁନାହିଁ। ମ୍ୟାଡ଼ାମଙ୍କୁ ଦରକାର କେବଳ ମିଡିଆରେ ଦୃଷ୍ଟି ଆକର୍ଷଣ କରିବା। ସେ ପଲିଟିକ୍ସକୁ ସେବା ମନୋଭାବ ନେଇ ବୋଧହୁଏ ଆସିନାହାନ୍ତି। ସେ ଭାବୁଛନ୍ତି ଲୋକଙ୍କୁ ବ୍ୟୁରୋକ୍ୟାଟ୍ରିକ୍‌ ଜ୍ଞାନ ବାଣ୍ଟି ବା ଇଂରାଜୀ ଓ ଓଡ଼ିଆରେ କହିଦେଲେ ଲୋକେ ଭ୍ରମିତ ହୋଇଯିବେ ବୋଲି ଶ୍ରୀ ମିଶ୍ର କହିଛନ୍ତ।

BjD Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe