Advertisment

ବିଜେଡିର ଦୋମୁହାଁ ନୀତି: ‘ସାର ଅଭାବ’ ଉପରେ ଆଲୋଚନା କରାଇ ଦେଲାନି, କଂଗ୍ରେସ ଆଣିଥିଲା ମୁଲତବୀ ପ୍ରସ୍ତାବ

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ବିଜେଡି ବିଧାୟକମାନେ ସାର ଅଭାବ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ ଆରମ୍ଭ କରିଦେଲେ । ବାଚସ୍ପତିଙ୍କ ପୋଡ଼ିୟମ ଆଗକୁ ଆସି ନାରାବାଜି କରି ସରକାରଙ୍କୁ ଚାଷୀଙ୍କ ସମସ୍ୟାରେ ଆଲୋଚନା ପାଇଁ ଦାବି କରିଥିଲେ । ବ୍ୟାନର ଧରି ସେମାନେ ଗୃହରେ ହଟ୍ଟଗୋଳ କରିବାରୁ ଗୃହ ପ୍ରଥମାର୍ଦ୍ଧରେ ମାତ୍ର ୪ମିନିଟ୍ ଚାଲି ପାରିଥିଲା । ଦ୍ୱିତୀୟାର୍ଦ୍ଧରେ ଅନୁରୂପ ପରିସ୍ଥିତି ଯୋଗୁ ଗୃହ ପୁଣି ମାତ୍ର ୪ମିନିଟ୍ ଚାଲି ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ।  ବିଜେଡିର ଏଭଳି ଆଭିମୁଖ୍ୟ ଯୋଗୁ ଆଜି ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନାହିଁ ।

Assembly

Assembly

Advertisment

ରାଜ୍ୟରେ ସାର ଅଭାବ ଓ ସଙ୍କଟ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନ ପାଇଁ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସ୍ୱୀକାର କରିଥିଲେ । ଗୃହରେ ଆଲୋଚନା ପାଇଁ ମଧ୍ୟ ସରକାର ପ୍ରସ୍ତୁତ ଥିଲେ । କିନ୍ତୁ ବିଜେଡିର ବିରୋଧ ଯୋଗୁ ସାର ପ୍ରସଙ୍ଗରେ ଆଲୋଚନା ସମ୍ଭବପର ହୋଇପାରିଲା ନାହିଁ । ଯାହାକି ବିଜେଡିର ଦୋମୁହାଁ ନୀତି ସହ ଚାଷୀଙ୍କ ପ୍ରତି ଦରଦର ଅସଲ ଚିତ୍ର ଚରିତ୍ରକୁ ପଦାରେ ପକାଇ ଦେଇଛି । ଏହାସହିତ ଚଳିତ ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇ ନଦେବା ପାଇଁ ବିଜେଡି ନିଜର ପୂର୍ବ ରଣନୀତି ଆଧାରରେ କାର୍ଯ୍ୟ କରୁଥିବା ଏବେ ସ୍ପଷ୍ଟ ହୋଇଯାଇଛି । ବିଜେଡିର ଏହି ବିରୋଧ ଯୋଗୁ ଗୃହ ପ୍ରଥମାର୍ଦ୍ଧରେ ୪ ମିନିଟ୍ ଓ ଦ୍ୱିତୀୟାର୍ଦ୍ଧରେ ମାତ୍ର ୪ମିନିଟ୍ ଚାଲିବା ସମ୍ଭବପର ହୋଇପାରିଛି ।

Advertisment

ବିଜେଡିର ହଟ୍ଟଗୋଳ, ଗୃହ କାର୍ଯ୍ୟ ବାଧାପ୍ରାପ୍ତ

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ବିଜେଡି ବିଧାୟକମାନେ ସାର ଅଭାବ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ ଆରମ୍ଭ କରିଦେଲେ । ବାଚସ୍ପତିଙ୍କ ପୋଡ଼ିୟମ ଆଗକୁ ଆସି ନାରାବାଜି କରି ସରକାରଙ୍କୁ ଚାଷୀଙ୍କ ସମସ୍ୟାରେ ଆଲୋଚନା ପାଇଁ ଦାବି କରିଥିଲେ । ବ୍ୟାନର ଧରି ସେମାନେ ଗୃହରେ ହଟ୍ଟଗୋଳ କରିବାରୁ ଗୃହ ପ୍ରଥମାର୍ଦ୍ଧରେ ମାତ୍ର ୪ମିନିଟ୍ ଚାଲି ପାରିଥିଲା । ଦ୍ୱିତୀୟାର୍ଦ୍ଧରେ ଅନୁରୂପ ପରିସ୍ଥିତି ଯୋଗୁ ଗୃହ ପୁଣି ମାତ୍ର ୪ମିନିଟ୍ ଚାଲି ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ।  ବିଜେଡିର ଏଭଳି ଆଭିମୁଖ୍ୟ ଯୋଗୁ ଆଜି ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନାହିଁ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସାର ଅଭାବ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମେତ ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିଲା ।

ସାର ଅଭାବର ମୁଲତବୀ ପ୍ରସ୍ତାବ ସ୍ୱୀକାର ସତ୍ତ୍ୱେ ବିଜେଡିର ହଟ୍ଟଗୋଳ

ରାଜ୍ୟରେ ସାର ସଙ୍କଟକୁ ନେଇ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁୁ ବାଚସ୍ପତି ସୁରମା ପାଢ଼ୀ ସ୍ୱୀକାର କରିଥିଲେ । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମଧ୍ୟ ସମୟ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ବିଧାୟକମାନେ  ହଟ୍ଟଗୋଳ କରି ଗୃହ କାର୍ଯ୍ୟ ଚଳାଇ ଦେଇନଥିଲେ ।  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, \"ଆମେ ନିଜ ଆସନରେ ଠିଆ ହୋଇ ଆଲୋଚନା ପାଇଁ ଦାବି କରୁଥିଲୁ । କିନ୍ତୁ ବିଜେଡିର ହଟ୍ଟଗୋଳ ଯୋଗୁଁ ଗୃହ ବନ୍ଦ ହୋଇଗଲା । ଏହା ନିନ୍ଦନୀୟ । ଚାଷୀମାନେ ହଇରାଣ ହେଉଛନ୍ତି, ସାର ପାଉନାହାନ୍ତି । ଆଲୋଚନା ହୋଇଥିଲେ ସରକାର ସଚେତନ ହୋଇଥାନ୍ତେ ଓ ଚାଷୀମାନେ ଲାଭ ପାଇଥାନ୍ତେ । କଂଗ୍ରେସର ଏହି ମୁଲତବୀ ପ୍ରସ୍ତାବକୁ ସ୍ୱୀକାର କରାଯାଇଥିବା ସତ୍ତ୍ୱେ୍ୱ ବିଜେଡିର  ହଟ୍ଟଗୋଳ ଯୋଗୁ ଚାଷୀଙ୍କ ସମସ୍ୟାକୁ ନେଇ ଗୃହରେ ଆଲୋଚନା ହୋଇପାରିଲା ନାହିଁ । ରାଜ୍ୟରେ ବିଜେଡି ଓ ବିଜେପି ଏକ ବୋଲି ଏହା ପ୍ରମାଣିତ କରିଥିବା ସେ ଅଭିଯୋଗ କରିଛନ୍ତି ।

Advertisment

ବିଜେପି କହିଲା- ବିଜେଡିର ମାଇଲେଜ୍ ଷ୍ଟଣ୍ଟ୍‌

ବିଜେଡି ବିଧାୟକମାନେ ଗୃହରେ ହଟ୍ଟଗୋଳ କରି ଗୃହ କାର୍ଯ୍ୟରେ ବାଧାପ୍ରାପ୍ତ କରିବାକୁ ଶାସକ ବିଜେପି ନାପସନ୍ଦ କରିଛି । ବିଜେପି ବିଧାୟକ ଅଗସ୍ତି ବେହେରା ବିଜେଡିର ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରି କହିଛନ୍ତି ଯେ, \"ବିଜେଡି କେବଳ ମାଇଲେଜ୍ ଷ୍ଟଂଟ୍ କରୁଛି । କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ କରି ଆଲୋଚନା କରାଇଦେଲାନି । ସମବାୟ ସମିତି ଆଗରେ ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି । କିନ୍ତୁ ଗୃହରେ ଆଲୋଚନା କରିବାକୁ ଭୟ କରୁଛନ୍ତି ।

ପୂର୍ଣ୍ଣାଙ୍ଗ ଆଲୋଚନା ଦାବି କଲା ବିଜେଡି

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଚାଷୀମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ, ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଅଧିକ ସମୟ ଧରି ଆଲୋଚନା ପାଇଁ ଆମେ ଦାବି କରିଥିଲୁ । କଂଗ୍ରେସର ମୁଲତବୀ ଉପରେ ମାତ୍ର ୧୫ ମିନିଟରେ କ’ଣ ଆଲୋଚନା ହୋଇପାରିବ? ଆସନ୍ତାକାଲି ଠାରୁ ଯଦି ପ୍ରଶ୍ନକାଳ ବାତିଲ୍ କରି ଏହି ସାର ପ୍ରସଙ୍ଗରେ ଅଧିକ ସମୟ ଧରି ଆଲୋଚନା କରାନଯାଏ, ତାହେଲେ ଗୃହ ଚଳାଇ ଦିଆଯିବନାହିଁ । ବାଚସ୍ପତି ଗୃହର ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରି ସାର ଅଭାବ ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ଆଲୋଚନା କରନ୍ତୁ ବୋଲି ବିଜେଡି ଦାବି କରିଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe