Advertisment

ବିଜେଡି କହିଲା ରାଜ୍ୟରେ ‘ପାୱାର କଟ୍‌’ ଏକ ଭିତ୍ତିହୀନ ଓ ଅମୂଳକ ପ୍ରସଙ୍ଗ

ରାଜ୍ୟତମାମ ପାୱାର କଟ୍ ସମସ୍ୟା ଲାଗି ରହିଥିବାବେଳେ ଗାଁ ଗହଳିରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ପ୍ରତିବାଦରେ ରାଜ୍ୟ ବିଜେପି ଆଜିଠୁ ୨ଦିନ ଧରି ରାଜ୍ୟବ୍ୟାପୀ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ ଆରମ୍ଭ କରିଛି ।

BJD

BJD

Advertisment

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଘନଘନ ଓ ଘଣ୍ଟା ଘଣ୍ଟା ଧରି ପାୱାର କଟ୍ ସମସ୍ୟାକୁ ନେଇ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଶାସକ ବିଜେଡି ପାଇଁ ଏହା ଏକ ‘ହାସ୍ୟାସ୍ପଦ’ ପ୍ରସଙ୍ଗ । ୨୩ବର୍ଷର ଶାସନ କାଳରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ି ନଥିବା ଶାସକ ବିଜେଡି ସାଧାରଣ ମାନବିକତାକୁ ଭୁଲି ନିଜର ହୀନ ରାଜନୀତିକ ସ୍ୱାର୍ଥ ପୂର୍ତ୍ତି ପାଇଁ ରାଜ୍ୟରେ ‘ପାୱାର କଟ୍‌’ ଏକ ପ୍ରସଙ୍ଗ ନୁହେଁ ଓ ଏହା ଭିତ୍ତିହୀନ ବୋଲି କହିବାକୁ ପଛାଇ ନାହିଁ । ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଏଭଳି ମନ୍ତବ୍ୟ ବିଜୁଳି ବିଭ୍ରାଟ ଯୋଗୁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କ ପ୍ରତି ଉପହାସ ସଦୃଶ ହୋଇଛି ।

Advertisment

ରାଜ୍ୟତମାମ ପାୱାର କଟ୍ ସମସ୍ୟା ଲାଗି ରହିଥିବାବେଳେ ଗାଁ ଗହଳିରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ପ୍ରତିବାଦରେ ରାଜ୍ୟ ବିଜେପି ଆଜିଠୁ ୨ଦିନ ଧରି ରାଜ୍ୟବ୍ୟାପୀ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ ଆରମ୍ଭ କରିଛି । ଏପଟେ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ପାୱାର କଟ୍ ପ୍ରସଙ୍ଗରେ ଆସନ୍ତା ୧୯ତାରିଖରୁ ଗ୍ରୀଡକୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଘୋଷଣା କରିଛି । ପାୱାର କଟ୍ ସମସ୍ୟା ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡ଼େ ଲାଗି ରହିଥିବାବେଳେ ଶାସକ ବିଜେଡି ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିରେ ସୁଧାର ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ରାଜନୀତିକ ଉଦ୍ଦେଶ୍ୟ ରଖି ଆଜି ଅଚାନକ ଏକ ପୁରୁଣା ପ୍ରସଙ୍ଗ(ଗ୍ୟାସଦର ବୃଦ୍ଧି)କୁ ନେଇ ଗଣଧାରଣା ଦେଇଛି । ଯଦିଓ ମାର୍ଚ୍ଚ ମାସରେ ବିଜେଡି ଅନୁରୂପ ଧାରଣା ଦେଇଥିଲା ଓ ସେବେଠୁ ଗ୍ୟାସ ଦର ବୃଦ୍ଧି ହୋଇନି । ତଥାପି ବିଜେଡି ଆଜି ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ରାଜଭବନ ଆଗରେ ଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ବିଜେପି ଦ୍ୱାରା ବିଦ୍ୟୁତ ବ୍ରିଭାଟକୁ ନେଇ ହେଉଥିବା ରାଜ୍ୟବ୍ୟାପୀ ପ୍ରତିବାଦରୁ ନଜର ହଟାଇବାକୁ ଚାହିଁଛି ।

ଯୁବ ବିଜେଡି ସଭାପତି ଶ୍ରୀ ରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ଯେଉଁ ପ୍ରସଙ୍ଗ(ପାୱାର କଟ୍ )ରେ ଆନ୍ଦୋଳନ କରୁଛି ତାହା ହାସ୍ୟାସ୍ପଦ । ଏଭଳି ପ୍ରସଙ୍ଗ ଭିତ୍ତିହୀନ ଓ ଅମୂଳକ । ବିଜେପି ମିଛରେ ରାଜନୀତି କରୁଥିବାରୁ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

Advertisment

ତେବେ ପ୍ରଶ୍ନ ଉଠୁଛି, ସତରେ କ’ଣ ରାଜ୍ୟରେ ପାୱାର କଟ୍ ହେଉନି। ବିଦ୍ୟୁତ ବିଭ୍ରାଟ ଯୋଗୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ଲୋକେ ପାୱାରକଟ୍ ଯୋଗୁ ହନ୍ତସନ୍ତ ହେଉନାହାନ୍ତି। ସାଢ଼େ ୪କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି ଦାବି କରୁଥିବା ବିଜେଡି ସୁପ୍ରିମୋ କ’ଣ ଏହି ବାସ୍ତବତା ପ୍ରତି ଅଜ୍ଞ ଅଛନ୍ତି। ଯଦି ବିଜେଡି ନିଜର ରାଜନୀତିକ ଉଦ୍ଦେଶ୍ୟ ପାଇଁ ସାଧାରଣ ଲୋକଙ୍କ ସମସ୍ୟାର ଆଳ ଦେଖାଇ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଲା, ତଥାପି ପାୱାର କଟ୍ ଓ ବିଦ୍ୟୁତ ବିଭ୍ରାଟ ରାଜ୍ୟରେ ସମସ୍ୟା ନୁହେଁ ବୋଲି କିଭଳି ନିଆଁଗିଳା କଥା କହିବାକୁ ସାହାସ କରୁଛି । ଯଦିଓ ରାଜ୍ୟତମାମ ପାୱାର କଟ୍ ଓ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି।

ବିଜେପି ଓ ବିଜେଡିର ଏହି ରାଜନୀତିକ ଲଢ଼େଇ ଭିତରେ ସାଧାରଣ ଜନତା ପେଷି ହେବାକୁ ବାଧ୍ୟ ହୋଇଛି। ରାଜ୍ୟରେ ବିଦ୍ୟୁତ କାଟ୍ ସମସ୍ୟା ଜଳଜଳ ହୋଇ ରହିଥିବାବେଳେ ଶାସକ ବିଜେଡି ନିଜର ବିଫଳତା ନା ବିତରଣ କମ୍ପାନୀ ଟାଟା ପାୱାରକୁ ସୁହାଇବା ପାଇଁ ଆଜି ଗଣଧାରଣା ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଯୋଗୁ ସାରା ରାଜ୍ୟ ଜଳୁଥିବାବେଳେ ପାୱାର କଟ୍ ସମସ୍ୟା ବେଡ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି । ଆଉ ବିଜେପି କାଳେ ରାଜନୀତିକ ମାଇଲେଜ ନେଇଯିବ ସେଭଳି ଆଶଙ୍କାରେ ବିଜେଡି ନେତୃତ୍ୱଙ୍କ ଉଦ୍ଭଟ ଚିନ୍ତାଧାରାରେ ଅଚାନକ ଗ୍ୟାସ୍ ଦର ବୃଦ୍ଧିକୁ ପ୍ରସଙ୍ଗ କରି ଦଳ ରାଜରାସ୍ତାକୁ ଓହ୍ଲାଇଲା ସତ । ମାତ୍ର ରାଜ୍ୟରେ ବିଦ୍ୟୁତ ବିଭ୍ରାଟକୁ ଘୋଡ଼ାଇବାକୁ ପ୍ରୟାସ କରି ବିଜେଡି ପରୋକ୍ଷରେ ଟାଟା ପାୱାରର  ସାଧାରଣ ଉପଭୋକ୍ତାମାରଣ ନୀତିକୁ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ପାୱାର କଟ୍ ଓ ଲୋ-ଭୋଲଟେଜ୍ ପ୍ରତିବାଦରେ ଆସନ୍ତା ୧୯ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଗ୍ରୀଡକୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି ।

BjD Bjd Leader Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe