ରୁଦ୍ରଙ୍କୁ ଟିକେଟ, ପ୍ରତିଭାଙ୍କୁ ମନାଇବାକୁ ଗଲା ବିଜେଡି ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଟିକେଟ୍ ଆଶାୟୀ ଥିବାବେଳେ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଦିବଂଗତ ମହାରଥୀଙ୍କ ପତ୍ନୀ ପ୍ରତିଭାଙ୍କୁ ବୁଝାଇବା ପାଇଁ ବିଜେଡିର ୫ଜଣିଆ ଟିମ୍ ଆଜି ତାଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ସେ ଏବେବି ଅସନ୍ତୁଷ୍ଟ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ରୁଦ୍ରଙ୍କ ସପକ୍ଷରେ ପିପିଲି ବ୍ଲକ […]

prativa maharathy

prativa maharathy

Ordigital Desk
  • Published: Friday, 26 March 2021
  • Updated: 27 March 2021, 11:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଟିକେଟ୍ ଆଶାୟୀ ଥିବାବେଳେ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଦିବଂଗତ ମହାରଥୀଙ୍କ ପତ୍ନୀ ପ୍ରତିଭାଙ୍କୁ ବୁଝାଇବା ପାଇଁ ବିଜେଡିର ୫ଜଣିଆ ଟିମ୍ ଆଜି ତାଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ସେ ଏବେବି ଅସନ୍ତୁଷ୍ଟ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ରୁଦ୍ରଙ୍କ ସପକ୍ଷରେ ପିପିଲି ବ୍ଲକ ଓ ଏନଏଏସିର ସଂଖ୍ୟାଧିକ ବିଜେଡି କର୍ମୀ ଥିବାବେଳେ ପ୍ରତିଭାଙ୍କ ସପକ୍ଷରେ ଡେଲାଙ୍ଗ ବ୍ଲକର ବିଜେଡି କର୍ମୀମାନେ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ନାଁରେ ମୋହର ମାରିବା ପୂର୍ବରୁ ଦଳ ପକ୍ଷରୁ ଦିବଂଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ସହ ଯୋଗାଯୋଗ କରିଥିଲେ। ଏପରିକି ରୁଦ୍ରଙ୍କ ନାଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପୂର୍ବରୁ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଗଠିତ ଟିମ୍ ମହାରଥୀଙ୍କ ବାସଭବନକୁ ଯାଇ ପ୍ରତିଭାଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଶ୍ରୀମତୀ ମହାରଥୀ ଏହି ନେତାମାନଙ୍କ କଥା ଶୁଣିବା ପରିବର୍ତ୍ତେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ଜିଦ୍ କରିଥିବା ଜଣାଯାଇଛି।

ଏହି ୫ଜଣ ବରିଷ୍ଠ ନେତା ଯାହା ବୁଝାଇଲେ ବି ତାହା ଶ୍ରୀମତୀ ମହାରଥୀଙ୍କୁ ପ୍ରଭାବିତ କରିପାରିନାହିଁ ଓ ସେ ତାଙ୍କର ଘନିଷ୍ଠ କର୍ମୀମାନଙ୍କ ସହ ଆଲୋଚନା ପରେ ଯାହାକିଛି ନିଷ୍ପତ୍ତି ନେବେ ବୋଲି ବିଜେଡି ପ୍ରତିନିଧି ଟିମକୁ ଅବଗତ କରିଥିଲେ। ଶ୍ରୀମତୀ ମହାରଥୀଙ୍କ ଏଭଳି ଜିଦ୍ ପରେ ବିଜେଡି ନେତୃତ୍ୱ ତରବରିଆ ଭାବେ ଆଜି ରୁଦ୍ରଙ୍କ ନାଁ ଘୋଷଣା କରିଥିଲେ।

ମହାରଥୀ ପରିବାରରେ ମା’ ଓ ପୁଅଙ୍କ ମଧ୍ୟରେ ଟିକେଟ୍ ପାଇଁ ଛକାପଞ୍ଝା ଲାଗିଥିବାବେଳେ ରାଜ୍ୟ ଶିଶୁ ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ଟିକେଟ୍ ଦିଆଯିବା ନେଇ ଏକ ସୁଚିନ୍ତିତ ଡ୍ରାମା ମଧ୍ୟ ବିଜେଡି ପକ୍ଷରୁ ପ୍ରସ୍ତୁତ ହୋଇଥିଲା। ମା’ ଓ ପୁଅ ମଧ୍ୟରେ ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ନପଡ଼ିଲେ ଟିକେଟ୍ ସନ୍ଧ୍ୟାବତୀଙ୍କୁ ମିଳିପାରେ ବୋଲି ମଧ୍ୟ ଦଳ ପକ୍ଷରୁ ପ୍ରଚାର କରାଗଲା। ଅନ୍ୟଜଣେ ହେଭିୱେଟ୍ ମହିଳାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା କରାଗଲା। କିନ୍ତୁ ଏସବୁର ପ୍ରଭାବ ମହାରଥୀ ପରିବାରରେ ଟିକେଟ୍ ଆଶାୟୀ ମା’ ଓ ପୁଅଙ୍କ ଛକାପଞ୍ଝାକୁ ପ୍ରଶମିତ କରିପାରିନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣାବେଳେ ପ୍ରତିଭାଙ୍କୁ ଦେଖିବାକୁ ମିଳିନଥିଲା ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos