Advertisment

ନେତାଙ୍କ ପତ୍ନୀ ଓ ପୁଅଙ୍କୁ ଥଇଥାନ କଲା ବିଜେଡି

ହାତଗଣତି ୨-୩ଟି ସ୍ଥାନରେ ବିଜେଡି ଦଳର ବର୍ତ୍ତମାନର ବିଧାୟକଙ୍କୁ ଏଡ଼ାଇବାକୁ ସକ୍ଷମ ହୋଇଛି।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ବିଜେଡି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଓ ୯ଟି ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଯେଉଁଥିରେ ବର୍ତ୍ତମାନର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ପତ୍ନୀ ଓ ପୁଅ-ଝିଅଙ୍କୁ ଥଇଥାନ କରିବାକୁ ପ୍ରୟାସ କରିଛି। ରାଜ୍ୟରେ ବଢ଼ୁଥିବା ସରକାରବିରୋଧୀ ହାୱା ଓ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦେଖି ପ୍ରାର୍ଥୀ ତାଲିକାରେ ବିଶେଷ ପରିବର୍ତ୍ତନ କରିବାର ସାହସ ଜୁଟାଇ ପାରିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନ। ଏପରିକି ହାତଗଣତି ୨-୩ଟି ସ୍ଥାନରେ ବିଜେଡି ଦଳର ବର୍ତ୍ତମାନର ବିଧାୟକଙ୍କୁ ଏଡ଼ାଇବାକୁ ସକ୍ଷମ ହୋଇଛି।

Advertisment

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚିକିଟିରୁ ଉଷା ଦେବୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଦିଗପହଣ୍ଡିରୁ ଦିବଂଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର, ପୁରୀରୁ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ପାଟକୁରାରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ଲୋଇସିଂହାରୁ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ପ୍ରାର୍ଥୀ କରିଛି।

ଏମାନଙ୍କ ବ୍ୟତୀତ ପୂର୍ବରୁ ବିଧାୟକ ଥିବା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବାଙ୍କିରୁ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଚୌଦ୍ୱାରରୁ,ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପିପିଲିରୁ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ପୁଣିଥରେ ଦଳ ଟିକେଟ୍ ଦେଇଛି।

Advertisment

ସେହିପରି ସୋରୋଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଗତଥରର ପରାଜିତ ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲତିକା ନାୟକ, ବସ୍ତାରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାସିନୀ ଜେନା, ରାୟଗଡ଼ାରୁ ପୂର୍ବତନ ବିଧାୟକ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୂୟା ମାଝୀଙ୍କୁ ବିଜେଡି ଟିକେଟ୍ ଦେଇଛି।
ସେହିପରି ଲୋକସଭା ପ୍ରାର୍ଥୀ ଭାବେ ଆସିକାରୁ ବିଜେଡି ନେତା ତଥା କୋଦଳା ଏନଏସିର ପୂର୍ବତନ ଅଧ୍ୟକ୍ଷ ହରପ୍ରସାଦ ସାହୁ ଓ ସୁନୀତିପ୍ରଭା ସାହୁଙ୍କ ଝିଅ ରଞ୍ଜିତା ସାହୁ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ତେବେ ଟିକେଟ୍ ପାଇଥିବା ନେତାଙ୍କ ପୁଅ-ଝିଅ ଓ ପତ୍ନୀଙ୍କ ନିଜସ୍ୱ ସାଂଗଠନିକ ଦକ୍ଷତା କିମ୍ବା ଭୋଟବ୍ୟାଙ୍କ ନାହିଁ। ସେମାନେ ନିଜ ନିଜ ପିତା ଓ ପତିଙ୍କ ଭରସାରେ ରାଜନୀତିକ କ୍ୟାରିୟର ଗଢ଼ିବାକୁ ଚାହିଁଛନ୍ତି ତଥା ବିଜେଡି ସେମାନଙ୍କୁ ଟିକେଟ୍ ଦେଇ ଦଳରେ ପରିବାରବାଦକୁ ପ୍ରୋତ୍ସାହିତ କରିବା ସହ ଅନ୍ୟ ସାଧାରଣ ବର୍ଗ(ରାଜନୀତିକ ପୃଷ୍ଠଭୂମି ନଥିବା ପରିବାର)ଙ୍କ ପାଇଁ ଦଳରେ ସୁଯୋଗ ନଥିବାର ସ୍ପଷ୍ଟ ସନ୍ଦେଶ ଦେଇଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe