ମୋଦିଙ୍କ ଟ୍ୱିଟ୍‌କୁ ନେଇ ବିଜେଡିରେ କମ୍ପନ: ସତରେ କ’ଣ ବିଜେଡି ଅସ୍ତଗାମୀ, ଭୋଗିବ କି ବିଆରଏସ୍ ଦଶା?

ମୋଦି ରାଜ୍ୟରେ ବିଜେପି ସରକାର ଗଠନର ଦମ୍ଭୋକ୍ତି ବାଢ଼ିବା ପରେ ବିଜେଡି ୧୫ସେକେଣ୍ଡର ଏକ ଭିଡିଓ ଜାରି କରିଛି । ଯେଉଁଥିରେ ରାଜ୍ୟରେ ସରକାର ଗଠନ ନେଇ ବିଜେପିର ଦାବି ସମ୍ପର୍କରେ ନବୀନଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ ଅବଗତ କରୁଛନ୍ତି । ଆଉ ବହୁତଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଥିବା ନବୀନ କଟାକ୍ଷ କରୁଛନ୍ତି ।

PM Modi PhotoOR

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ordigital Desk
  • Published: Monday, 06 May 2024
  • Updated: 06 May 2024, 06:35 PM IST

Sports

Latest News

ଓଡ଼ିଶା ଛାଡ଼ିବାର ମାତ୍ର ଘଣ୍ଟାଏ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଟ୍ୱିଟ୍ ଏବେ ବିଜେଡିରେ କମ୍ପନ ବଢ଼ାଇଛି । ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିବା ସହ ଜୁନ୍ ୧୦ରେ ଶପଥ ଗ୍ରହଣ ସମାରୋହକୁ ସାଧାରଣ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ତେବେ ସତରେ କ’ଣ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଆରଏସ୍ ସ୍ଥିତି ଓଡ଼ିଶାରେ ବିଜେଡିକୁ ଭୋଗିବାକୁ ଯାଉଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି । ତେବେ ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ରାଜନୀତିକ ସଭାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ସରକାର ଗଠନକୁ ନେଇ ମୋଦିଙ୍କ ଦମ୍ଭୋକ୍ତି ହିଁ ବିିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି । ଦୀର୍ଘ ୧୦ବର୍ଷ ମଧ୍ୟରେ ମୋଦିଙ୍କୁ ପ୍ରଥମଥର ବିଜେଡି ଓ ବିଜେଡି ସରକାରକୁ ସିଧାସଳଖ ଏଭଳି ଟାର୍ଗେଟ୍ କରିଛନ୍ତି । ଅବଶ୍ୟ ମୋଦିଙ୍କ ଏହି ଦମ୍ଭୋକ୍ତିକୁ ବିଜେଡି ଭିନ୍ନ ଢଙ୍ଗରେ କାଉଣ୍ଟର କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୧୫ ସେକେଣ୍ଡର ଏକ ଭିଡ଼ିଓ ଜାରି କରିବା ସହ ଜୁନ୍ ୯ରେ ବିଜେଡି ସରକାର ଶପଥ ନେବ ବୋଲି କହି ମୁହାଁମୁହିଁ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଓ ନବରଙ୍ଗପୁରଠାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’କୁ ସମ୍ବୋଧନ ବିଜେଡି ସରକାରକୁ କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ଡବଲଇଞ୍ଜିନ ସରକାର ଗଠନକୁ ନେଇ ଦମ୍ଭୋକ୍ତି ବାଢ଼ିଥିଲେ । ଆଉ ଓଡ଼ିଶା ଛାଡ଼ିବାର ମାତ୍ର କିଛି ମିନିଟ୍ ଭିତରେ ଓଡ଼ିଆ ଭାଷାରେ ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ “ ମୁଁ ବ୍ରହ୍ମପୁର ଓ ନବରଙ୍ଗପୁରକୁ ବିଜେପି ପାଇଁ ଭୋଟ୍ ମାଗିବାକୁ ଯାଇନଥିଲି ବରଂ ଆଗାମୀ ଜୁନ୍ ମାସରେ ଓଡ଼ିଶାରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜନସାଧାରଣଙ୍କୁ ଆମନ୍ତ୍ରିତ କରିବାକୁ ଯାଇଥିଲି । ବିଜେଡି ଓ କଂଗ୍ରେସକୁ ଓଡ଼ିଶା ଅନେକ ବର୍ଷ ଦେଇସାରିଛି ତଥାପି ଲୋକଙ୍କର ଆଶା ଆକାଂକ୍ଷା ଅପୂରଣୀୟ ରହିଛି । ଓଡ଼ିଶା ଆଶାର ସହିତ ବିଜେପି ଆଡ଼କୁ ଦେଖୁଛି ” ବୋଲି ମୋଦି ଲେଖିଛନ୍ତି ।

Also Read

ମୋଦି ସାଧାରଣ ସଭା ଓ ସୋସିଆଲ ମିଡିଆରେ ଓଡ଼ିଶାରେ ବିଜେପି ସରକାର ଗଠନର ଯେଉଁ ଦମ୍ଭୋକ୍ତି ଦେଖାଇଛନ୍ତି ତାହା ପଛରେ କେତେ ଦମ୍ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ବାଚନୀ ରାଜନୀତିରେ ଜନମତକୁ ସର୍ବାଧିକ ପ୍ରଭାବିତ କରିବାର ଦକ୍ଷତା ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଦମ୍ଭୋକ୍ତି ପଛରେ ନିଶ୍ଚିତ ଭାବେ ସୁଚିନ୍ତିତ ରଣନୀତି ରହିଥିବା ଆକଳନ କରାଯାଉଛି । ବିଜେଡି ସହ ବିଜେପି ନିର୍ବାଚନୀ ମେଂଟ ନକରିବା ଓ ଏବେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ବିଜେଡି ଓ ବିଜେଡି ସରକାରକୁ ଟାର୍ଗେଟ୍ କରିବା ସହ ରାଜ୍ୟରେ ସରକାର ଗଠନର ଦମ୍ଭୋକ୍ତି ବାଢ଼ିବା ବିଜେଡି ରଣନୀତିକାରଙ୍କୁ ଚିନ୍ତାରେ ପକାଇ ଦେଇଛି ।

ବିଜେପି ରାଜ୍ୟରେ ସାଧାରଣ ଲୋକଙ୍କ ମଧ୍ୟରେ ‘ସରକାରବିରୋଧୀ ହାୱା’ର ଫାଇଦା ନେବାକୁ ଚାହିଁଛି । ବିଜେପି ଗତକାଲି ନିଜର ନିର୍ବାଚନୀ ଇସ୍ତାହାର ଜାରି କରି ଯେଉଁ ୨୧ଟି ପ୍ରମୁଖ ସଂକଳ୍ପ ନେଇଛି ତାହା ରାଜ୍ୟବାସୀଙ୍କ ପାଖରେ ଅଧିକ ଗ୍ରହଣୀୟ ହେବାରେ ଲାଗିଛି । ସୋସିଆଲ ମିଡିଆରେ ବିଜେପିର ଏହି ସଂକଳ୍ପ ପତ୍ରକୁ ସାଧାରଣ ଲୋକ ପସନ୍ଦ କରିଛନ୍ତି । ବିଶେଷକରି ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ବାର୍ଷିକ ୫୦ହଜାର ଟଙ୍କାର ଭାଉଚର ଓ ମାସିକ ୧ହଜାର ଟଙ୍କା ସହାୟତା, ବାର୍ଦ୍ଧକ୍ୟ-ବିଧବା ଭତ୍ତା ସର୍ବନିମ୍ନ ୩ହଜାର ଟଙ୍କା, ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ଏମଏସପି ଭଳି ଏକାଧିକ ଲୋଭନୀୟ ଘୋଷଣା କରିଛି । ଏପଟେ ବିଜେଡି ସୁପ୍ରିିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବର୍ତ୍ତେ ବିଜେଡି ନେତା ଭିକେ ପାଣ୍ଡିଆନ ରାଜ୍ୟର ‘ସୁପର ସିଏମ’ ଓ ବିଜେଡିର ‘ସୁପର ସୁପ୍ରିମୋ’ ଭୂମିକା ତୁଲାଇବାକୁ ଉଭୟ ବିଜେଡି ନେତା-କର୍ମୀ ଓ ସାଧାରଣ ଲୋକ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି । ରାଜ୍ୟରେ ଓଡ଼ିଆଙ୍କ ତୁଳନାରେ ଅଣଓଡ଼ିଆ ଅଫିସର ଓ ଠିକାଦାରଙ୍କ ପ୍ରଭାବ ବଢ଼ୁଥିବାକୁ ମଧ୍ୟ ରାଜ୍ୟବାସୀ ସହଜରେ ହଜମ କରିପାରୁନାହାନ୍ତି ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ତତକାଳୀନ କ୍ଷମତାସୀନ ବିଆରଏସ୍ ଯେଭଳି ନିଜର ଜିତିବାକୁ ନେଇ ଦୃଢ଼ ନିଶ୍ଚିତ ଥିଲା, ଏବେ ଠିକ୍ ସେହି ଅବସ୍ଥାରେ ବିଜେଡିର । ତୃଣମୂଳସ୍ତରରେ ଲୋକଙ୍କ ମୁଡକୁ ପରଖିବା ବଦଳରେ ବିଜେଡି ଏବେ ନିଜର ନିଷ୍ପତ୍ତି ଲଦି ଦେଉଥିବା ଚର୍ଚ୍ଚା ହେଉଛି । ଯାହାକୁ ଆକଳନ କରି ବିଜେପି ଏବେ ନିଜର ନିର୍ବାଚନୀ ଗୋଟିଚାଳନା କରିଛି ଓ ରାଜ୍ୟରେ ସରକାର ଗଢ଼ିବା ପାଇଁ ଦମ୍ଭୋକ୍ତି ବାଢ଼ିଥିବା ଜଣାପଡ଼ିଛି ।

ଦୀର୍ଘ ୧୦ବର୍ଷ ମଧ୍ୟରେ ମୋଦି ବିଜେଡିକୁ ଏଭଳି ସିଧାସଳଖ ଟାର୍ଗେଟ୍ କରିଛନ୍ତି । ମୋଦି ସଭାସ୍ଥଳରୁ ଓଡ଼ିଶାବାସୀଙ୍କ ସହ ଯୋଡ଼ି ହେବାର ଇମୋସନାଲ କାର୍ଡ ମଧ୍ୟ ଖେଳିଛନ୍ତି । ସଭାରେ ଉପସ୍ଥିତ ଲୋକମାନଙ୍କୁ ତାଙ୍କର ଏକ ବ୍ୟକ୍ତିଗତ କାମ(ସନ୍ଦେଶ) ନିଜର ପଡ଼ୋଶୀ ଓ ପାଖ ପରିବାର ପାଖରେ ପହଂଚାଇବାକୁ ମୋଦି ଅନୁରୋଧ କରିଥିଲେ । ଯେତେ ଅଧିକ ସଂଖ୍ୟକ ପରିବାରକୁ ଭେଟିବେ ସମସ୍ତଙ୍କୁ ମୋଦିଙ୍କ ସନ୍ଦେଶ ‘ଜୟ ଜଗନ୍ନାଥ’ ଓ ‘ଜୁହାର’ ପହଂଚାଇବାକୁ କହିଛନ୍ତି । ଉଭୟ ସଭାରେ ମୋଦିଙ୍କ ଟାର୍ଗେଟରେ ପ୍ରଥମଥର ପାଇଁ କଂଗ୍ରେସ ତୁଳନାରେ ବିଜେଡି ଅଧିକ ରହିଥିଲା । ଓଡ଼ିଆ ଭାଷା,ସଂସ୍କୃତିକୁ ବୁଝୁଥିବା ଓଡ଼ିଶାର ପୁଅ କି ଝିଅଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରାଯିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ଓଡ଼ିଶାରେ ବିଜେଡି ସରକାର କାମ ନକରି ବେଇମାନୀ କରୁଛି ବୋଲି ମୋଦି କହିବା ସହ ବିଜେଡି ଏଠାରେ ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି ଓ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ବୋଲି କହିଛନ୍ତି ।

ତେବେ ମୋଦି ରାଜ୍ୟରେ ବିଜେପି ସରକାର ଗଠନର ଦମ୍ଭୋକ୍ତି ବାଢ଼ିବା ପରେ ବିଜେଡି ୧୫ସେକେଣ୍ଡର ଏକ ଭିଡିଓ ଜାରି କରିଛି । ଯେଉଁଥିରେ ରାଜ୍ୟରେ ସରକାର ଗଠନ ନେଇ ବିଜେପିର ଦାବି ସମ୍ପର୍କରେ ନବୀନଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ ଅବଗତ କରୁଛନ୍ତି । ଆଉ ବହୁତଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଥିବା ନବୀନ କଟାକ୍ଷ କରୁଛନ୍ତି । ଏହାପରେ ପାଣ୍ଡିଆନ ଭବାନୀପାଟଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ ଜୁନ୍ ୯ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା କରିବାକୁ ପଛାଇ ନାହାନ୍ତି ।

ଯଦିଓ ନିର୍ବାଚନୀ ଋତୁରେ ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ପାଇଁ ଏଭଳି ବୟାନ ଜାରି କରିବା ବିଜେଡି ପାଇଁ ବାଧ୍ୟବାଧକତା । ମାତ୍ର ନାନାଦି ଦୁର୍ନୀତିରେ ଦଳ ଓ ସରକାର ଛନ୍ଦି ହୋଇ ରହିଥିବାରୁ ମୋଦିଙ୍କ ଆଜିର କଡ଼ା ଆଭିମୁଖ୍ୟ ବିଜେଡି ରଣନୀତିକାରଙ୍କୁ ଚିନ୍ତାରେ ପକାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story