Advertisment

‘ବିଜେପିକୁ ହରାଇବାକୁ ଛତିଶଗଡ଼ରେ ଲାଗିଥିଲା ବିଜେଡି ଟଙ୍କା’

ତେଲେଙ୍ଗାନାରେ ବିଆରଏସର ପରାଜୟ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ଅଦ୍ୟତନ ହୋଇଛି
BJP

BJP

Advertisment

ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗାଇଥିଲା। ତା’ ସତ୍ତ୍ୱେ ଛତିଶଗଡ଼ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି। ଛତିଶଗଡ଼ରେ ବିଜେପିର ବିଜୟ ହୋଇଛି। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।

Advertisment

ସେ କହିଛନ୍ତି, ଗତ ନିର୍ବାଚନରେ ମଧ୍ୟ ବିଜେପିକୁ ହରାଇବାକୁ ଛତିଶଗଡ଼ରେ ବିଜେଡ଼ି ପଇସା ଲଗାଇଥିଲା। ଛତିଶଗଡ଼ରେ କଂଗ୍ରେସ ଜିତିବା ପରେ ବିଜେଡିର ନେତାମାନେ ଖୁସି ହୋଇଥିଲେ। ଏଥର ମଧ୍ୟ ସେଇଆ କରିଥିଲା ବିଜେଡି। ବିଜେପିକୁ ହରାଇବାକୁ ବିଜେଡି ପଇସା ଲଗାଇଥିଲା। ବିଜେଡି ନେତାମାନେ ଛତିଶଗଡ଼ ଆସି ବିଜେପି ବିରୋଧରେ ପ୍ରଚାର କରିଥିଲେ। ବିଜେପିକୁ ଭୋଟ ଦିଅ ନାହିଁ ବୋଲି କହିଥିଲେ। ତା’ ସତ୍ତ୍ୱେ ଛତିଶଗଡ଼ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି। ଛତିଶଗଡ଼ ଭାରତୀୟ ଜନତା ପାର୍ଟି ସରକାର କରିବ। ଓଡ଼ିଶାରେ ମଧ୍ୟ ୨୦୨୪ ମସିହାରେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ଗଢ଼ିବ, କେହି ଅଟକାଇ ପାରିବେନି।

ଛତିଶଗଡ଼ ନିର୍ବାଚନର ପ୍ରଭାବ ୨୦୨୪ରେ ଓଡ଼ିଶା ଉପରେ ପଡ଼ିବ। ତେଲେଙ୍ଗାନାରେ ବିଆରଏସର ପରାଜୟ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ। ସେ କହିଛନ୍ତି, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଫଳାଫଳ ବିଜେଡି ପାଇଁ ମୃତ୍ୟୁ ଘଣ୍ଟି ସଦୃଶ। ବିଜେପି ଏହି ବିଜୟ ବିଜୁ ଜନତା ଦଳ ନେତାଙ୍କୁ ସତର୍କ କରି ଦେଉଛି। ୨୫ ବର୍ଷ ହେଲା ବିଜୁ ଜନତା ଓଡ଼ିଶାରେ ଶାସନ କରୁଛି। ତାହା ମୃତ୍ୟୁ ଘଣ୍ଟି ଲୋକେ ବଜାଇ ସାରିଲେଣି। ଛତିଶଗଡ଼ରେ ବିଜେପିର ବିଜୟ ପଶ୍ଚିମ ଓଡ଼ିଶା ଉପରେ ବେଶୀ ପ୍ରଭାବ ପକାଇବ।

Advertisment

ବିଜେଡି ୨୦୨୪ ନିର୍ବାଚନ ଜିତିବା ପାଇଁ ଯେତେ ପ୍ରଚାରପ୍ରସାର କରିବା ସହ ଟଙ୍କା ଲଗାଇଲେ ମଧ୍ୟ ବିଜୁ ଜନତା ଦଳ ସରକାରର ପତନ ହେବ। ଓଡ଼ିଶାରେ ବିଜେପି ସରକାର କରିବ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। 

BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe